ଓଡିଶା

odisha

ETV Bharat / sports

ଚିନ୍ତାରେ BCCI, ଅଭ୍ୟାସ ମ୍ୟାଚ ଖେଳିଲେନି କୋହଲି-ରାହାଣେ

କାଉଣ୍ଟି ଏକାଦଶ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଲେନି ଭାରତୀୟ ଦଳର ଅଧିନାୟକ ବିରାଟ କୋହିଲ । ପିଠିରେ ଯନ୍ତ୍ରଣା ଯୋଗୁଁ ସେ ଅଭ୍ୟାସ ମ୍ୟାଚରେ ବିଶ୍ରାମ ନେଇଛନ୍ତି । ଅଧିକ ପଢ଼ନ୍ତୁ...

By

Published : Jul 20, 2021, 8:33 PM IST

ଚିନ୍ତାରେ ବିସିସିଆଇ, ଅଭ୍ୟାସ ମ୍ୟାଚ ଖେଳିଲେନି କୋହଲି ଓ ରାହାଣେ
ଚିନ୍ତାରେ ବିସିସିଆଇ, ଅଭ୍ୟାସ ମ୍ୟାଚ ଖେଳିଲେନି କୋହଲି ଓ ରାହାଣେ

ଲଣ୍ଡନ:କାଉଣ୍ଟି ଏକାଦଶ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଲେନି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ପିଠିରେ ଯନ୍ତ୍ରଣା ଯୋଗୁଁ ସେ ଅଭ୍ୟାସ ମ୍ୟାଚରେ ବିଶ୍ରାମ ନେଇଛନ୍ତି । ଖାଲି ସେ ନୁହଁନ୍ତି ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ଏହି ମ୍ୟାଚରୁ ବିଶ୍ରାମ ନେଇଛନ୍ତି । ହାର୍ମଷ୍ଟ୍ରିଂ ସମସ୍ୟା ଯୋଗୁଁ ସେ ମଧ୍ୟ ଅଭ୍ୟାସ ମ୍ୟାଚ ଖେଳି ପାରିନାହାନ୍ତି । ଯାହାକୁ ନେଇ ଚିନ୍ତାରେ ରହିଛି ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟ ।

ଏହାକୁ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଛି । ବିସିସିଆଇର ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, "ବିରାଟ କୋହଲିଙ୍କ ପିଠିରେ ଯନ୍ତ୍ରଣା ଯୋଗୁଁ ସେ ଇଂଲିଶ କାଉଣ୍ଟି ଏକାଦଶ ବିପକ୍ଷ ମ୍ୟାଚ ଖେଳି ପାରିନାହାନ୍ତି । ଦଳର ମେଡିକାଲ ଟିମ ପକ୍ଷରୁ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ଅଭ୍ୟାସ ମ୍ୟାଚରୁ ବିଶ୍ରାମ ନେଇଛନ୍ତି । ହାର୍ମଷ୍ଟ୍ରିଂ ସମସ୍ୟା ଯୋଗୁଁ ଏହି ମ୍ୟାଚରୁ ସେ ବିଶ୍ରାମ ନେଇଛନ୍ତି । ଇଂଲଣ୍ଡ ସିରିଜ ପୂର୍ବରୁ ପ୍ରତ୍ୟେକ ଖେଳାଳିଙ୍କୁ ଫିଟ ରଖିବାକୁ ନିଷ୍ପତ୍ତି ନେଇଛି ଦଳ ମ୍ୟାନେଜମେଣ୍ଟ ।"

ଅଗଷ୍ଟ ୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ନଟିଂଘାମରେ ଖେଳାଯିବାକୁ ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଉଭୟ ଅଧିନାୟକ ଓ ଉପ ଅଧିନାୟକ ବିଶ୍ରାମ ନେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଉଭୟ ଅଭିଜ୍ଞ ଖେଳାଳି ଫିଟ ହେବେ ବୋଲି ଆଶା କରିଛି ବିସିସିଆଇ ।

ଇଂଲିଶ କାଉଣ୍ଟି ଦଳରେ ଭାରତର ୱାଶିଂଟନ ସୁନ୍ଦର ଓ ଆଭେଶ ଖାନଙ୍କୁ ଦଳରେ ସାମିଲ କରାଯାଇଛି । କୋରୋନା ସଂକ୍ରମିତଙ୍କ ସହ ସଂସ୍ପର୍ଶରେ ଆସିବାରୁ କାଉଣ୍ଟି ଏକାଦଶର ତିନି ଜଣ ଖେଳାଳି ଏହି ମ୍ୟାଚରେ ସାମିଲ ହୋଇନଥିଲେ । ଏଥିପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଭାରତର ତିନି ଜଣ କ୍ରିକେଟରଙ୍କୁ କାଉଣ୍ଟି ଦଳରେ ଖେଳାଇବାକୁ ନିବେଦନ କରାଯାଇଥିଲା । ଏହାକୁ ବିସିସିଆଇ ପକ୍ଷରୁ ଅନୁମତି ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details