ଓଡିଶା

odisha

ETV Bharat / sports

ମୁମ୍ବାଇ ଗଳିରେ ସ୍କୁଟିରେ ବୁଲୁଛନ୍ତି ବିରୁଷ୍କା, ଭିଡିଓ ଭାଇରାଲ - ସ୍କୁଟିରେ ବୁଲୁଛନ୍ତି ବିରୁଷ୍କା

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ମୁମ୍ବାଇରେ(Mumbai) ବର୍ଷାର ମଜା ନେବା ପାଇଁ ବ୍ଲାକ ହେଲମେଟ ପିନ୍ଧି ସ୍କୁଟିରେ ବୁଲୁଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ (social Media) ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ସ୍କୁଟିରେ ବୁଲୁଛନ୍ତି ବିରୁଷ୍କା, ଭାଇରାଲ ହେଲା ଭିଡିଓ
ସ୍କୁଟିରେ ବୁଲୁଛନ୍ତି ବିରୁଷ୍କା, ଭାଇରାଲ ହେଲା ଭିଡିଓ

By

Published : Aug 21, 2022, 5:44 PM IST

ମୁମ୍ବାଇ:ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ ଏବଂ ଅନୁଷ୍କା ମୁମ୍ବାଇ ଗଳିରେ ଏକ ସ୍କୁଟିରେ ବ୍ଲାକ୍‌ ହେଲମେଟ(black helmet) ଲଗାଇ ବୁଲୁଥିବା ବେଳେ ତାଙ୍କ ପ୍ରଶଂସକ ତାଙ୍କୁ ଚିହ୍ନି ପାରିଛନ୍ତି । ଭାରତୀୟ କ୍ରିକେଟ ଦଳର(Indian cricket Team) ପୂର୍ବତନ ଅଧିନାୟକ(former Team India Captain) ବିରାଟ କୋହଲି (Virat Kohli) କିଛି ଦିନ ହେବ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଖରାପ ଫର୍ମ ନେଇ ସମାଲୋଚନାର ଶିକାର ହୋଇଥିଲେ । ଜିମ୍ବାୱେ ସିରିଜରୁ ବିରାଟଙ୍କୁ ବିଶ୍ରାମ ଦିଆଯାଇଛି ।

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ମୁମ୍ବାଇରେ(Mumbai) ବର୍ଷାର ମଜା ନେବା ପାଇଁ ବ୍ଲାକ ହେଲମେଟ୍‌ ପିନ୍ଧି ସ୍କୁଟିରେ ବୁଲୁଥିବାର ଦେଖିବାକୁ ମିଳିଛି । ସେହି ସମୟରେ ବିରାଟ ଏବଂ ଅନୁଷ୍କାଙ୍କ ପ୍ରଶଂସକ ତାଙ୍କୁ ଚିହ୍ନି ପାରିଛନ୍ତି । ଏକ ବ୍ରାଉନ୍‌ କଲର ସ୍କୁଟିରେ ଉଭୟ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା(Anushka Sharma) ବୁଲୁଛନ୍ତି । ବିରାଟ ସ୍କୁଟି ଚଲାଉଥିବା ବେଳେ ପଛରେ ବସିଛନ୍ତି ଅନୁଷ୍କା ଶର୍ମା । ସମସ୍ତଙ୍କ ନଜରରୁ ନିଜକୁ ଲୁଚାଇବା ଉଭୟ କଳା ରଙ୍ଗର ହେଲେମେଟ୍‌ ପିନ୍ଧିଥିବା ଦେଖା ଯାଇଛି । ଅନୁଷ୍କା ଏକ କଳା ରଙ୍ଗର ଆଉଟ୍‌ଫିଟ୍‌ ପିନ୍ଧି ଥିଲେ ସେହିପରି ବିରାଟ ଗ୍ରୀନ କଲର ସାର୍ଟ ଏବଂ ବ୍ଲାକ କଲର ପ୍ୟାଣ୍ଟ ପିନ୍ଧି ଥିବା ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ବିରାଟ କ୍ରିକେଟରୁ ବିଶ୍ରାମ ନେଇ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି । ପ୍ରାୟ ୩ ବର୍ଷ ହେବ ତଥା ୨୦୧୯ ମସିହାରୁ ବିରାଟ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ହାସଲ କରିବାରେ ବିଫଳ ରହିଛନ୍ତି । ଆସନ୍ତା ୨୭ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ଏସିଆ କପ(Asia Cup) ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି ଭାରତୀୟ ଦଳ ପକ୍ଷରୁ ପୁଣି ଥରେ ନଜର ଆସିବେ । ଏସିଆ କପ୍‌ରେ ଭାରତ ଅଗଷ୍ଟ ୨୮ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହିତ ତାର ପ୍ରଥମ ମ୍ୟାଚ ଖେଳିବ । ତେବେ ଭାରତ ପାକିସ୍ତାନର(India Pakistan Match) ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଦର୍ଶକ ଅପେକ୍ଷା କରି ରହିଛନ୍ତି ।

ABOUT THE AUTHOR

...view details