ଲକ୍ଷ୍ନୌ: ବୃନ୍ଦାବନରେ ନଜର ଆସିଲା ଅଭିନେତ୍ରୀ ଅନୁଷ୍କା ଶର୍ମା(Actress Anushka Sharma) ଓ ବିରାଟ କୋହଲି (Cricketer Virat Kohli)। ଝିଅ ଭାମିକାଙ୍କୁ ଧରି ବୃନ୍ଦାବନର ନିମ କରୋଲି ଆଶ୍ରମରେ ପୂଜାର୍ଚ୍ଚନା କଲେ ଏହି ଷ୍ଟାର ଦମ୍ପତି । ଗତ ବୁଧବାର ୨ଦନିଆ ତୀର୍ଥଯାତ୍ରାରେ ଆସି ବୃନ୍ଦାବନର ନିମ କରୋଲି ଆଶ୍ରମରେ ପୂଜା କରିଥିଲେ । ଏହାପରେ ଗୁରୁବାର ଦିନ ସେବାକୁଞ୍ଜ ଆଶ୍ରମରେ ସାଧୁ ସନ୍ଥଙ୍କୁ ଭେଟିଥିଲେ । ଏହାପରେ ଅପରାହ୍ନ ସମୟରେ ହେଲିକପ୍ଟରରେ ଦିଲ୍ଲୀ ଫେରି ଆସିଥିଲେ ଏହି ଷ୍ଟାର ଦମ୍ପତି ।
ପୁଣି ନଜର ଆସିଲେ ଭାମିକା: ତେବେ ନିମ କରୋଲି ଆଶ୍ରମରେ କୋହଲି ଓ ଅନୁଷ୍କା ପୂଜାର୍ଚ୍ଚନା କରିଥିଲେ । ଦୁହେଁ ତଳେ ବସିଥିବା ବେଳେ ଅନୁଷ୍କାଙ୍କ କୋଳରେ ନଜର ଆସିଥିଲେ ଝିଅ ଭାମିକା । ପୁଣି ଦ୍ବିତୀୟ ଥର ପାଇଁ ଭାମିକାଙ୍କୁ ଦେଖିବାକୁ ପାଇଛନ୍ତି ଏହି ଷ୍ଟାର ଦମ୍ପତିଙ୍କ ଫ୍ୟାନ୍ସ । ଭିଡିଓରେ ଦେଖିବାକୁ ମିଳିଛି ଯେ ଭମିକା ଏକ ଧଳା ଓ ପିଙ୍କ ରଙ୍କର ଡ୍ରେସ ପିନ୍ଧି ଅନୁଷ୍କାଙ୍କ କୋଳରେ ଖେଳୁଛନ୍ତି । ତେବେ ଗୁରୁବାର ସେବାକୁଞ୍ଜ ଆଶ୍ରମରେ ପହଞ୍ଚିବା ପରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଝିଅ ଭାମିକାଙ୍କ ସହ ଏଠାରେ ଅଧ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ । ଏହାପରେ ଉଭୟ ସେଲିବ୍ରିଟି ଅନ୍ୟ ଏକ ସ୍ଥାନକୁ ଭ୍ରମଣରେ ଯାଇଥିଲେ ।