ଓଡିଶା

odisha

ETV Bharat / sports

'ICC ହଲ୍‌ ଅଫ ଫେମ୍‌'ରେ କିମ୍ବଦନ୍ତୀ କ୍ରିକେଟର ଭିନୋ ମଙ୍କଡ - Kumar Sangakkara

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ରବିବାର ଟେଷ୍ଟ କ୍ରିକେଟର ସମ୍ମାନଜନକ ଗୌରବମୟ ଇତିହାସର ଉତ୍ସବ ମନାଇବାକୁ ଆଇସିସି ହଲ୍‌ ଅଫ୍‌ ଫେମର ଏକ ସ୍ବତନ୍ତ୍ର ସଂସ୍କରଣ ଘୋଷଣା କରି 10ଜଣ କ୍ରିକେଟ କିମ୍ବଦନ୍ତୀଙ୍କୁ ସାମିଲ କରିଛି । ଅଧିକ ପଢନ୍ତୁ...

Vinoo Mankad, Kumar Sangakkara inducted into ICC Hall of Fame
'ICC ହଲ୍‌ ଅଫ ଫେମ୍‌'ରେ କିମ୍ବଦନ୍ତୀ କ୍ରିକେଟର ଭିନୋ ମଙ୍କଡ

By

Published : Jun 13, 2021, 8:09 PM IST

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ରବିବାର ଟେଷ୍ଟ କ୍ରିକେଟର ସମ୍ମାନଜନକ ଗୌରବମୟ ଇତିହାସର ଉତ୍ସବ ମନାଇବାକୁ ଆଇସିସି ହଲ୍‌ ଅଫ୍‌ ଫେମର ଏକ ସ୍ବତନ୍ତ୍ର ସଂସ୍କରଣ ଘୋଷଣା କରି 10ଜଣ କ୍ରିକେଟ କିମ୍ବଦନ୍ତୀଙ୍କୁ ସାମିଲ କରିଛି ।

ସୌଭାଗ୍ୟବଶତଃ ଏହା ପ୍ରଥମ ଥର ପାଇଁ ନିକଟରେ ଖେଳାଯିବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ସମୟରେ ଘୋଷଣା ହୋଇଛି ।

ଟେଷ୍ଟ କ୍ରିକେଟର ଇତିହାସରେ ଆଇସିସି ଚୟନ କରିଥିବା 10ଜଣ କ୍ରିକେଟ କିମ୍ବଦନ୍ତୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ଏହି 10 ମହାନ ଖେଳାଳି ସାମିଲ ହେବାପରେ ଆଇସିସି ହଲ୍‌ ଅଫ ଫେମ୍‌ରେ ସାମିଲ ହୋଇଥିବା ଖେଳାଳିଙ୍କ ସଂଖ୍ୟା 103 ହୋଇଛି ।

ଏହି 10ଜଣଙ୍କ ମଧ୍ୟରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଭିନୋ ମଙ୍କଡଙ୍କ ନାମ ରହିଛି । ଟିମ ଇଣ୍ଡିଆ ପକ୍ଷରୁ ସେ 44ଟି ଟେଷ୍ଟ ଖେଳି, 31.47 ହାରରେ 2,109 ରନ୍‌ ସଂଗ୍ରହ କରିଥିଲେ । 32.32 ହାରରେ 162 ୱିକେଟ ମଧ୍ୟ ହାସଲ କରିଛନ୍ତି । ସେ ଓପନିଂ ବ୍ୟାଟ୍ସମ୍ୟାନ ଥିଲେ ଓ ବାମହାତୀ ବୋଲର ମଧ୍ୟ ଥିଲେ । ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଲରାଉଣ୍ଡର ଭାବରେ ମଧ୍ୟ ସେ ପରିଚିତ । 1951ରେ ଇଂଲଣ୍ଡ ବିପକ୍ଷ ଲର୍ଡ୍ସ ଟେଷ୍ଟରେ 72 ଓ 184 ରନ୍‌ର ଇଂନିସ ସହ ଗୋଟିଏ ମ୍ୟାଚରେ 97 ଓଭର ବୋଲିଂ କରିଥିଲେ । ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ମ୍ୟାଚ ମଧ୍ୟରୁ ଅନ୍ୟତମ । ତାଙ୍କର ଟେଷ୍ଟ କ୍ୟାରିୟର ସମୟରେ ଟେଷ୍ଟ କ୍ରିକେଟରେ ସମସ୍ତ ସ୍ଥାନରେ ବ୍ୟାଟିଂ କରିଥିବା 3ଜଣ କ୍ରିକେଟରଙ୍କ ମଧ୍ୟରେ ସେ ରହିଥିଲେ ।

ଆଇସିସି ଚୟନ କରିଥିବା ଅନ୍ୟ ମହାନ ଖେଳାଳି ହେଉଛନ୍ତି, ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ କୁମାର ସାଙ୍ଗାକାରା, ଜିମ୍ବାୱେର ବ୍ରାଡମ୍ୟାନ ଆଣ୍ଡେ ଫ୍ଲାୱାର, ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଇଂଲଣ୍ଡର ବୋବ ୱିଲିସ, ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ଡେସମଣ୍ଡ ହେଇନସ, ଇଂଲଣ୍ଡର ଟେଡ ଡେକ୍ସଟର, ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ଷ୍ଟାନ ମେକବେ, ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଲେରି କନଷ୍ଟାଣ୍ଟିନ, ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ମଣ୍ଟି ନବଲେ, ଓ ଦକ୍ଷିଣ ଆଫ୍ରିକାର ମହାନ ଅଲରାଉଣ୍ଡର ଅରବ୍ରେ ଫକନର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details