ନୂଆଦିଲ୍ଲୀ:ଦମଦାର ଫର୍ମରେ ଥିବା ମଧ୍ୟପ୍ରଦେଶ ବ୍ୟାଟ୍ର ଭେଙ୍କଟସ ଆୟରଙ୍କ ବ୍ୟାଟ୍ରୁ ରନ ବର୍ଷା । ରବିବାର ପୁଣି ଏକ ଦମଦାର ଶତକୀୟ ଇନିଂସ ଖେଳିଛନ୍ତି ଭେଙ୍କଟସ । ଫଳରେ ଚଳିତ ବିଜୟ ହଜାରେ ଟ୍ରଫି(Vijay Hazare Trophy) ୨୦୨୧-୨୨ ଟୁର୍ନାମେଣ୍ଟରେ ମାତ୍ର ୪ ଦିନ ମଧ୍ୟରେ ଏହା ଆୟରଙ୍କ ଦ୍ବିତୀୟ ଶତକ ହୋଇଛି ।
ଆଗାମୀ କିଛି ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ (ODI) ସିରିଜ ପାଇଁ ଭାରତୀୟ ଟିମ ଘୋଷଣା ହେବ । ଏହି ପ୍ରଦର୍ଶନ ସହ ଭେଙ୍କଟସ ଆୟର ଚୟନକର୍ତ୍ତାଙ୍କୁ ଟିମରେ ସ୍ଥାନ ପାଇଁ ବାଧ୍ୟ କରିଛନ୍ତି ।
୨୬ ବର୍ଷୀୟ ଆୟର ରବିବାର ରାଜକୋଟ୍ରେ ଖେଳାଯାଇଥିବା ଚଣ୍ଡିଗଡ ବିପକ୍ଷ ମ୍ୟାଚ୍ରେ ୧୧୩ ବଲ୍ରୁ ୧୫୧ ରନ୍ର ବିସ୍ଫୋରକ ଇଂନିସ ଖେଳିଛନ୍ତି । ଏହି ଇଂନିସରେ ସେ ୧୦ଟି ଛକା ଓ ୮ଟି ଚୌକା ଲଗାଇଛନ୍ତି । ଏଥିସହ ଟୁର୍ନାମେଣ୍ଟରେ ୪ଟି ଇଂନିସରେ ୩୪୮ ରନ୍ ସଂଗ୍ରହ କରିସାରିଛନ୍ତି ଆୟର । ଉତ୍ତରାଖଣ୍ଡ ବିପକ୍ଷ ପୂର୍ବ ମ୍ୟାଚ୍ରେ ମଧ୍ୟ ୪୯ବଲ୍ରୁ ୭୧ ରନ୍ର ଇଂନିସ ସହ ବୋଲିଂରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ୱିକେଟ ହାତେଇଥିଲେ । ସେହିପରି କେରଳ ବିପକ୍ଷରେ ୮୪ ବଲ୍ରୁ ୧୧୨ ରନ୍ର ଇଂନିସ ସହ ବୋଲିଂରେ ୩/୫୫ ପ୍ରଦର୍ଶନ କରିଥିଲେ ।