ମୁମ୍ବାଇ: ଖେଳାଯାଉଛି ବିଜୟ ହଜାରେ ଟ୍ରଫି । ଉତ୍ତରାଖଣ୍ଡ ୪ ୱିକେଟରେ ଓଡିଶାକୁ ପରାସ୍ତ କରି ବିଜୟ ହାସଲ କରିଛି । ଉତ୍ତରାଖଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଓଡିଶା ୪୪.୨ ଓଭରରେ ୧୭୮ ରନ୍ କରି ଅଲ ଆଉଟ ହୋଇଥିଲା । ଏହାର ଜବାବରେ ଉତ୍ତରାଖଣ୍ଡ ୪୨ ଓଭରରେ ୬ ୱିକେଟ ହରାଇ ୧୭୯ ରନ୍ କରିଥିଲା । ଉତ୍ତରାଖଣ୍ଡ ତରଫରୁ ଦିକ୍ଷାଂଶୁ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ହିମାଂଶୁ ବିସିତ୍ ସର୍ବାଧିକ ୪ ଟି ୱିକେଟ ଓ ରଞ୍ଜନ କୁମାର ୩ ଟି ୱିକେଟ ହାତେଇଥିଲେ ।
Vijay Hazare Trophy 2022: ଓଡିଶାକୁ ୪ ୱିକେଟରେ ପରାସ୍ତ କଲା ଉତ୍ତରାଖଣ୍ଡ - ବିଜୟ ହଜାରେ ଟ୍ରଫି ୨୦୨୨
ଉତ୍ତରାଖଣ୍ଡ ୪ ୱିକେଟରେ ଓଡିଶାକୁ ପରାସ୍ତ କରି ବିଜୟ ହାସଲ କରିଛି । ଅଧିକ ପଢନ୍ତୁ
୧୭୯ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଉତ୍ତରାଖଣ୍ଡ । ଓପନିଂ ଯୋଡି ଆରମ୍ଭରୁ ଫେଲ୍ ମାରିଥିଲେ । ଦୁଇ ଓପନର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହେବା ସହିତ ସଅଳ ଆଉଟ ହୋଇଯାଇଥିଲେ । ଏହା ପରେ ଦିକ୍ଷାଂଶୁ ନେଗିଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଦଳୀୟ ସ୍କୋର ଆଗକୁ ବଢିଥିଲା । ସେ ୧୧୧ ବଲରୁ ୧୧ ଟି ଚୌକା ସହିତ ୮୦ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ସ୍ବପ୍ନିଲ ସିଂହ ୪୮ ରନ୍ କରିଥିବା ବେଳେ ବୈଭବ ଭଟ୍ଟ ୨୭ ରନ୍ କରିଥିଲେ । ଓଡିଶାର ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ ଦୁଇଟି ୱିକେଟ ନେଇଥିବା ବେଳେ ତାରାନି ସ ଓ ଜୟନ୍ତ ବେହେରା ଗୋଟିଏ ୱିକେଟ ନେଇଥିଲେ ।
ସେପଟେ ଓଡିଶା ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା । ଉତ୍ତରାଖଣ୍ଡ ବୋଲରଙ୍କ ପ୍ରଦର୍ଶନ ଆଗରେ ଆତ୍ମସର୍ମପଣ କରିଥିଲେ ଓଡିଶା ବ୍ୟାଟର । ଶୁଭ୍ରାଂଶୁ ସେନାପତି ଓ ଅଂଶୁମାନ ରଥଙ୍କ ଅର୍ଦ୍ଧଶତକ ବଳରେ ଓଡିଶା ୧୭୮ ରନ୍ କରିବାରେ ସକ୍ଷମ ହୋଇପାରିଥିଲେ ଶୁଭ୍ରାଂଶୁ ସେନାପତି ୬୦ ରନ୍ କରିଥିବା ବେଳେ ଅଂଶୁମାନ ରଥ ୫୧ ରନ୍ କରିଥିଲେ ।