ଡେରାଡୁନ୍(ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡ ସରକାର ରବିବାର ଭାରତୀୟ ବ୍ୟାଟ୍ର ଋଷଭ ପନ୍ତ(Rishabh Pant)ଙ୍କୁ ରାଜ୍ୟ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛନ୍ତି ।
କ୍ରୀଡା ଓ ଜନସ୍ବାସ୍ଥ୍ୟ ଦିଗରେ ରାଜ୍ୟ ଯୁବ ପ୍ରତିଭାଙ୍କୁ ପ୍ରେରିତ କରିବା ଲକ୍ଷ୍ୟରେ ଉତ୍ତରାଖଣ୍ଡ ସରକାର ଏହି ନିର୍ଣ୍ଣୟ ନେଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟ୍ବିଟ୍ ଯୋଗେଁ ଘୋଷଣା କରିଛନ୍ତି । ପନ୍ତଙ୍କୁ ଅନ୍ୟତମ ଶ୍ରେଷ୍ଠ ଭାରତୀୟ କ୍ରିକେଟ ଖେଳାଳି, ଓ ଯୁବକଙ୍କ ଆଦର୍ଶ କହିବା ସହ ରାଜ୍ୟର ବ୍ରାଣ୍ଡ ଆମ୍ବାସଡର୍ ନିଯୁକ୍ତ କରାଯାଇଛି ବୋଲି ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।