ଓଡିଶା

odisha

ବିଶ୍ୱକପ ହାତେଇବାର ମନ୍ତ୍ର କହିଲେ ଉତ୍ଥାପା

ଅକ୍ଟୋବରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବ କପ ପାଇଁ ୧୫ ଜଣିଆ ଟି-୨୦ ସ୍କ୍ବାଡ ଘୋଷଣା କରିଛି ବିସିସିଆଇ । ତେବେ ଏହି ବାବଦରେ ପୂର୍ବତନ କ୍ରିକେଟର ରବିନ ଉତ୍ଥାପା ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବିଶ୍ବକପ ସ୍କ୍ବାଡର ଟିମ ମ୍ୟାନଜମେଣ୍ଟ ଉପରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

By

Published : Sep 13, 2022, 7:53 PM IST

Published : Sep 13, 2022, 7:53 PM IST

ବିଶ୍ବକପ ହାତେଇବାର ମନ୍ତ୍ର କହିଲେ ରବୀନ ଉତ୍ଥାପା
ବିଶ୍ବକପ ହାତେଇବାର ମନ୍ତ୍ର କହିଲେ ରବୀନ ଉତ୍ଥାପା

ହାଇଦ୍ରାବାଦ:ଅକ୍ଟୋବରେ ଖେଳାଯିବାକୁ ଥିବା ଟି୨୦ ବିଶ୍ବ କପ ପାଇଁ ୧୫ ଜଣିଆ ଟି-୨୦ ସ୍କ୍ବାଡ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ଖେଳିବ । ସ୍କ୍ବାଡ ଘୋଷଣା ପୂର୍ବରୁ କ୍ରିକେଟ ବିଶେଷଜ୍ଞ ଏବଂ କିଛି ବରିଷ୍ଠ କ୍ରିକେଟରଙ୍କର ମତାମତ ନିଆଯାଇଥିଲା । ତେବେ ଏହି ବାବଦରେ ପୂର୍ବତନ କ୍ରିକେଟର ରବିନ ଉତ୍ଥାପା ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବିଶ୍ବକପ ସ୍କ୍ବାଡର ଟିମ ମ୍ୟାନଜମେଣ୍ଟ ଉପରେ ଆଲୋଚନା କରିଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ୨୦୦୭ ମସିହାରେ ମ୍ୟାନ ଇନ ବ୍ଲୁ ଟ-୨୦ ବିଶ୍ବକପ ଟାଇଟଲ ହାତେଇବାରେ ସଫଳ ହୋଇଥିଲା । ଏହି ୨୦୦୭ ମସିହା ବିଶ୍ବ ବିଜୟୀ ହୋଇଥିବା ଦଳରେ ସଦସ୍ୟ ରହିଥିଲେ ବ୍ୟାଟର ରବୀନ ଉତ୍ଥାପା ( T20 World Cup medallist Robin Uthappa ) । ତେବେ ସେ ସମୟରେ ଦଳ କିଭଳି ରଣକୌଶଳ ଆପଣାଇ ବିଶ୍ବକପ ଟାଇଟଲ ହାତେଇବାରେ ସଫଳ ହୋଇଥିଲା ତାଙ୍କର ସେ ଅଭିଜ୍ଞତାରୁ ୨୦୨୨ ବିଶ୍ବକପ ସ୍କ୍ବାଡକୁ ନେଇ ନିଜର ମତାମତ ରଖିଛନ୍ତି ।

ଉତ୍ଥାପା କହିଛନ୍ତି, ଯଦି ଦଳ ଉପଯୁକ୍ତ ରଣକୌଶଳ ନେଇ ପଡିଆକୁ ଓହ୍ଲାଇବ ତାହେଲେ ଦଳ ଟାଇଟଲ ହାତେଇବାରେ ସଫଳ ହେବ । ଉଭୟ ବ୍ୟାଟିଂ ବୋଲିଂ ଏବଂ ଫିଲ୍ଡିଂ ଉପରେ ଧ୍ୟାନ ଦେବାକୁ ପଡିବ । ୟୁଜିବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନଙ୍କ ପରି ବୋଲରଙ୍କୁ ଦଳରେ ସାମିଲ କରାଯାଇଛି । ଯେଉଁମାନେ ୱିକେଟ ଅକ୍ତିଆର କରିବାରେ ମାହିର ରହିଛନ୍ତି । ସେହିପରି ଦଳରେ ବୋଲିଂ ସ୍ଥିତିକୁ ନେଇ କହିବାକୁ ଗଲେ ଫାଷ୍ଟ ବୋଲିଂ ଉପରେ ଅଧିକ ଭରସା କରାଯାଇପାରେ । ଏହାର ଭଲ ଦକ୍ଷତା ପ୍ରଦର୍ଶନ ଜାରି କରୁଛନ୍ତି ଯୁବ ଫାଷ୍ଟ ବୋଲର ଅର୍ଶଦୀପ ସିଂ । ଡେଥ ଓଭରରେ ଅର୍ଶଦୀପଙ୍କ ବୋଲିଂ ମହତ୍ବପୂର୍ଣ୍ଣ ଭୂମିକା ନିଭାଉଛି । ତେଣୁ ଟି-୨୦ ବିଶ୍ବକପରେ ଡେଥ ଓଭର ବୋଲିଂରେ ଅର୍ଶଦୀପଙ୍କ ବୋଲିଂ ପ୍ରଭାବିତ ରହିବ ବୋଲି କହିଛନ୍ତି ରବିନ ଉତ୍ଥାପା । ଏହା ସହିତ ସେ ଏସିଆ କପରେ ସର୍ବାଧିକ ୱିକେଟ ହାସଲ କରିଥିବା ଭୁବନେଶ୍ବର କୁମାରଙ୍କ ବାବଦରେ କହିଛନ୍ତି ଭୁବନେଶ୍ବର କୁମାରଙ୍କ ବୋଲିଂ ଦକ୍ଷତା ଅଷ୍ଟ୍ରେଲିଆ ମାଟିରେ ଭଲ ପ୍ରଭାବ ରହିବ । ବ୍ୟାଟିଂ ବାବଦରେ କହିଛନ୍ତି ପ୍ରଥମ ଅର୍ଡର ବ୍ୟାଟିଂ ସତର୍କତାର ସହିତ କରିବାକୁ ପଡିବ । ଇନିଂସରେ ପ୍ରଥମ ଅର୍ଡର ବ୍ୟାଟରଙ୍କ ରନ ସ୍କୋର ଦଳ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ରଖେ । ମିଡିଲ ଅର୍ଡର ବ୍ୟାଟର ମଧ୍ୟ ଗୁରୁତର ଭାବରେ ଖେଳିବାକୁ ପଡିବ କାରଣ ପ୍ରଥମ ଅର୍ଡର ଫେଲ ମାରିଲେ ଦଳକୁ ସଙ୍କଟରୁ ଉଦ୍ଧାର ପାଇଁ ମିଡିଲ ଅର୍ଡର ଭୂମିକା ଅତ୍ୟନ୍ତ ଜରୁରୀ ହୋଇପଡିଥାଏ ।

ABOUT THE AUTHOR

...view details