ଓଡିଶା

odisha

ETV Bharat / sports

ଆପଣ ଯଦି ବିବାହିତ ତେବେ ଖେଳି ପାରିବେ କ୍ରିକେଟ, ଏଇଠି ରହିଛି ଏପରି ନିୟମ - ବିବାହିତଙ୍କ ପାଇଁ କ୍ରିକେଟ ପ୍ରତିଯୋଗିତା

ଛତିଶଗଡର ଜଶପୁରରେ ଏକ ନିଆରା କ୍ରିକେଟ ପ୍ରତିଯୋଗିତା ହୋଇଥାଏ । ଏଥିରେ କେବଳ ବିବାହିତ ପୁରୁଷ ଭାଗ ନେଇଥାନ୍ତି । ଆସନ୍ତୁ ଜାଣିବା ଏହି ନିଆରା କ୍ରିକେଟ ପ୍ରତିଯୋଗିତା ବିଷୟରେ ।

cricket competition for Married Person
cricket competition

By ETV Bharat Odisha Team

Published : Nov 26, 2023, 1:21 PM IST

ରାୟପୁର: କ୍ରିକେଟ ଦେଖିବାକୁ ଖେଳିବାକୁ ଅନେକ ଭଲ ପାଆନ୍ତି । ଭାରତରେ ଅନ୍ୟ ଖେଳ ତୁଳନାରେ କ୍ରିକେଟର ଅଧିକ ଫ୍ୟାନ୍ସ ରହିଛନ୍ତି । ତେବେ ବିବାହ ପରେ ବିଶେଷ କରି 30 ବର୍ଷ ପରେ ଅନେକ କ୍ରିକଟେ ଖେଳି ପାରିନଥାନ୍ତି । ଏପରି ସ୍ଥଳରେ ଛତିଶଗଡ଼ର ଜଶପୁରରେ ବିବାହିତଙ୍କ ପାଇଁ ଏକ ନିଆରା କ୍ରିକେଟ ପ୍ରତିଯୋଗିତା କରାଯାଇଛି । ଏଥିରେ ସେମାନଙ୍କ ସ୍ବସ୍ଥ୍ୟ ଓ ଫିଟନେସକୁ ଗୁରୁତ୍ବ ଦିଆଯାଇଛି । ମୋଟ 16ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । ଜଶପୁର ଜିଲ୍ଲା ମୁଖ୍ୟାଳୟ ବିଟିଆଇ ମୈଦାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ବିବାହିତଙ୍କ ପାଇ ଖାସ୍ ପ୍ରତିଯୋଗିତା: ଅନେକ ସମୟରେ ଦେଖିବାକୁ ମିଳେ କ୍ରିକେଟ ପ୍ରତିଯୋଗିତା ଯୁବାବର୍ଗଙ୍କ ପାଇଁ ହୋଇଥାଏ । ଅବିବାହିତଙ୍କ ପାଇଁ କ୍ରିକେଟ ପ୍ରତିଯୋଗିତା ହୋଇଥାଏ ।ମାତ୍ର ଜଶପୁରର ବିବାହିତ ବିଶେଷ କରି 30ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ନିଆରା କ୍ରିକେଟ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏଥିରେ ସେମାନଙ୍କ ସ୍ବାସ୍ଥ୍ୟ ଓ ଫିଟନେସ ଉପରେ ଗୁରୁତ୍ବ ଦିଆଯାଇଛି ।

ଏହା ବି ପଢନ୍ତୁ...ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-ଟ୍ବେଣ୍ଟି, ବିଜୟଧାରା ବଜାୟ ଲକ୍ଷ୍ୟରେ ସୂର୍ଯ୍ୟ ସେନା

କଣ କୁହନ୍ତି ଆୟୋଜକକର୍ତ୍ତା:ପ୍ରତିଯୋଗିତାର ଆୟୋଜକକର୍ତ୍ତା କହିଛନ୍ତି ଆଜିକାଲି 30 ବର୍ଷରୁ ଅଧିକ ବୟସ ବିବାହିତ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ଓ ଫିଟନେସ ଉପରେ ଧ୍ୟାନ ଦେଉନାହାନ୍ତି । ବିବାହିତ ବ୍ୟକ୍ତିଙ୍କ ଫିଟନେସକୁ ଧ୍ୟାନ ଦିଆଯାଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହା ସହିତ ଆୟୋଜକ ଏହା କହିଛନ୍ତି ଆଜିକାଲି ଅନେକ ସ୍ଥାନରେ ବିଭିନ୍ନ ପ୍ରକାର କ୍ରିକେଟ ପ୍ରତିଯୋଗିତା ହେଉଛି । ସେଥିରେ 30ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ସ୍ଥାନ ମିଳୁନାହିଁ । ତେଣୁ ଏହି ପ୍ରତିଯୋଗିତା ଜରିଆରେ 30 ବର୍ଷରୁ ଅଧିକ ବିବାହିତଙ୍କ ପ୍ରତିଭାକୁ ସୁଯୋଗ ଦେବାକୁ ଏହି ପ୍ରତିଯୋଗିତା କରାଯାଉଛି । ଆଗମୀ ଦିନରେ ଏହି ପ୍ରତିଯୋଗିତାକୁ ପ୍ରଦେଶ ସ୍ତରରେ ଆୟୋଜିତ କରାଯିବ । ଏହାଦ୍ବାରା ଲୋକ ସେମାନଙ୍କ ଫଟନେସ ପ୍ରତି ସଚେତନ ହେବେ ।

କହି ରଖୁଛୁ କି, ଜଶପୁରରେ ଆୟୋଜିତ ଏହି ନିଆରା କ୍ରିକେଟ ପ୍ରତିଯୋଗିତାରେ 30ରୁ ଅଧିକ ଦଳ ଭାଗ ନେବାକୁ ଆବେଦନ କରିଥିଲେ । ମାତ୍ର 16ଟି ଦଳକୁ ନେଇ କ୍ରିକେଟ ପ୍ରତିଯୋଗିତା କରାଯାଇଥିଲା । ଶନିବାର ଏହି ପ୍ରତିଯୋଗିତାର ଅନ୍ତିମ ଦିନ ଥିଲା । ଜିଲ୍ଲା ବାହାରୁ ମଧ୍ୟ କ୍ରିକେଟପ୍ରେମୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଥିଲା ମାତ୍ର ଗାଇଡଲାଇନ ଅନୁସାରେ ସେମାନଙ୍କୁ ବାଦ ରଖାଯାଇଥିଲା ।

ABOUT THE AUTHOR

...view details