ହାଇଦ୍ରାବାଦ : ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପର ଆସନ୍ତାକାଲି (ରବିବାର) ଫାଇନାଲ ମ୍ୟାଚ ଖେଳାଯିବ । ସୁପର ସଣ୍ଡେରେ ହେବ ସୁପର ଫାଇଟ । ଟାଇଟଲ ହାତେଇବା ପାଇଁ ଇଂଲଣ୍ଡକୁ କଡା ଟକ୍କର ଦେବ ଭାରତ । ୱମେନ୍ ଇନ୍ ବ୍ଲୁ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି । ସେହିପରି ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ୩ ରନରେ ପରାସ୍ତ କରି ଫାଇନାଲ ଟିକଟ ହାତେଇଥିଲା ।
Under 19 Womens T20 World Cup: ଟିମ ଇଣ୍ଡିଆକୁ ଫାଇନାଲ ମ୍ୟାଚ ପାଇଁ ଶାହଙ୍କ ଶୁଭକାମନା - ଭାରତୀୟ ମହିଳା କ୍ରିକେଟ
ସୁପର ସଣ୍ଡେରେ ହେବ ସୁପର ଫାଇଟ । ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ବକପ ଟାଇଟଲ ହାତେଇବା ପାଇଁ ଇଂଲଣ୍ଡକୁ କଡା ଟକ୍କର ଦେବ ଭାରତ । ଅଧିକ ପଢନ୍ତୁ
ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ସେମିଫାଇନାଲ ମ୍ୟାଚରେ ଭାରତର ବିଜୟ ପରେ ୱେମେନ୍ ଇନ୍ ବ୍ଲୁକୁ ଛୁଟିଛି ଶୁଭେଚ୍ଛାର ସୁଅ । ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆର ବୃହତ ବିଜୟ ପରେ ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ଖେଳାଳିଙ୍କୁ ଫାଇନାଲ ଟିକଟ ହାତେଇବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି,"ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଅଣ୍ଡର ୧୯ ଟି୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିଥିବା ଶେଫାଳି ବର୍ମାଙ୍କ ନେତୃତ୍ବାଧୀନ ଭାରତର ଅଣ୍ଡର ୧୯ ମହିଳା କ୍ରିକେଟ ଟିମକୁ ମୋ ତରଫରୁ ଅନେକ ଶୁଭେଚ୍ଛା । ଟିମ ଇଣ୍ଡିଆକୁ ଫାଇନାଲ ମ୍ୟାଚ ପାଇଁ ଶୁଭକାମନା ।" ସେହିପରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା ମଧ୍ୟ ଟିମ ଇଣ୍ଡିଆ ଅଣ୍ଡର ୧୯ ମହିଳା ଟିମକୁ ଶଭେଚ୍ଛା ଜଣାଇଛନ୍ତି ।
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୦୭ ରନ କରିଥିଲା । ଏହାର ଜବାବରେ ଟିମ ଇଣ୍ଡିଆ ୧୪.୨ ଓଭରରେ ୨ ୱିକେଟ ହରାଇ ୧୧୦ ରନ କରିଥିଲା । ଓପନର ଶ୍ବେତା ଶେରାୱତଙ୍କ ବିସ୍ଫୋରକ ପାଳି ବଳରେ ଭାରତ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିବାରେ ସଫଳ ହୋଇଥିଲା । ୧୦୮ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ଆରମ୍ଭରୁ ଆଟାକିଂ ମୋଡରେ ଖେଳ ଆରମ୍ଭ କରିଥିଲେ ଅଣ୍ଡର ୧୯ ମହିଳା ଭାରତୀୟ ଦଳ । ଶ୍ବେତା ଶେରାୱତ ମଇଦାନରେ ଦୃଢ ବ୍ୟାଟିଂ ଜାରି ରଖିଥିଲେ । ସୌମ୍ୟା ତିୱାରୀ ମଇଦାନକୁ ଆସି ଶ୍ବେତାଙ୍କ ସହିତ ପାର୍ଟନିରସିପରେ ଇନିଂସ ଆଗକୁ ବଢାଇଥିଲେ । ସୌମ୍ୟା ତିୱାରୀ ୨୬ ବଲରୁ ୩ ଟି ଚୌକା ସହ ୨୨ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ସେପଟେ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବା ଶ୍ବେତା ୪୫ ବଲରୁ ୧୦ ଟି ଚୌକା ସହ ୬୧ ରନ କରି ଅପରାଜିତ ରହିଥିଲେ ।