ହାଇଦ୍ରାବାଦ:ଇତିହାସ ରଚିଲା ଉଗାଣ୍ଡା । ଆଉ ଏକ ଆଫ୍ରିକୀୟ ଦେଶ ଉଗାଣ୍ଡା ଆସନ୍ତାବର୍ଷ ହେବାକୁ ଥିବା ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଯୋଗ୍ୟତା ହାସଲ କରିଛି । ଆଫ୍ରିକୀୟ ଅଞ୍ଚଳର ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ରାୱାଣ୍ଡାକୁ ହରାଇ ଟି-ଟ୍ବେଣ୍ଟି ବିଶ୍ବକପ ଟିକେଟ ହାସଲ କରିଛି । ଯୋଗ୍ୟତା ପର୍ଯ୍ୟାୟରେ ଦଳ ମୋଟ 5ଟି ବିଜୟ ସହ ତାଲିକାର ଦ୍ବିତୀୟ ସ୍ଥାନରେ ରହି ଯୋଗ୍ୟତା ହାସଲ କରିଛି । ଅନ୍ୟପଟେ ଆଇସିସି ପୂର୍ଣ୍ଣ ସଦସ୍ୟ ଦେଶ ଜିମ୍ବାୱେ ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି ।
ଯୋଗ୍ୟତା ପର୍ଯ୍ୟାୟର 20ତମ ମ୍ୟାଚରେ ରାୱାଣ୍ଡା ବିପକ୍ଷରେ ଖେଳିଥିଲା ଉଗାଣ୍ଡା । ରାୱାଣ୍ଡା ପ୍ରଥମେ ବ୍ୟାଟିଂ କରି 18.5 ଓଭରରେ ସମସ୍ତ ୱିକେଟ ହରାଇ 65 ରନ କରିଥିଲା । ଉଗାଣ୍ଡା ପକ୍ଷରୁ ଆଲଫେସରାମଜାନି, ଦୀନେଶନାକ୍ରୀନି, ହେନରୀ ସେନୋଣ୍ଡୋ ଓ ବ୍ରାଏନ ମାସାବା 2ଟି ୱିକେଟ ଅକ୍ତିଆର କରିଖିଲେ । ଜବାବରେ ଅତି ଛୋଟିଆ ରନର ପିଛା କରୁଥିବା ଉଗାଣ୍ଡା 8.1 ଓଭରରେ 1 ୱିକେଟ ହରାଇ ଟାର୍ଗେଟ ହାସଲ କରିଥିଲା । ସାଇମନ ସେସେଜି 26 ଓ ରୋଜର ମୁକାସା 13ରନ କରି ଅପରାଜିତ ରହିଥିଲେ । ଆଲଫେସ ରାମଜାନି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ଏହା ବି ପଢନ୍ତୁ...ଟିଟ୍ବେଣ୍ଟି ବିଶ୍ବକପ 2024: ତାଞ୍ଜାନିଆକୁ ହରାଇ ଟିକେଟ ହାତେଇଲା, ଟୁର୍ଣ୍ଣାମେଣ୍ଟ ଖେଳିବ ନାମ୍ବିଆ
1998ରୁ ଉଗାଣ୍ଡା ଆଇସିସିର ଆସୋସିଏଟ ସଦସ୍ୟର ସ୍ବୀକୃତି ହାସଲ କରିଥିଲା । ମାତ୍ର ଟେଷ୍ଟ ଓ ଦିନିକିଆ ଫର୍ମାଟରେ ସଦସ୍ୟତା ମିଳିନାହିଁ । ସେହିପରି ବିଶ୍ବକପ 2023 ଖେଳିଥିବା ଜିମ୍ୱାୱେ ଟି-ଟ୍ବେଣ୍ଟି ଟିକେଟ ହାତେଇ ପାରିନାହିଁ । ଦଳ 5ଟି ମ୍ୟାଚରୁ 3ଟି ଜିତିଥିବା ବେଳେ 2ଟିରେ ପରାସ୍ତ ହୋଇଛି । 6 ପଏଣ୍ଟ ସହ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଏହା ସହିତ ବିଶ୍ବକପ ଭାବେ ସମସ୍ତ 20 ଦଳ ପ୍ରସ୍ତୁତ ହୋଇସାରିଛି ।