ଓଡିଶା

odisha

T-20 World Cup: ପ୍ରଥମ ହ୍ୟାଟ୍ରିକ ନେଲେ UAE ବୋଲର ମିୟାପନ୍

By

Published : Oct 18, 2022, 6:24 PM IST

ଆଇସିସି ଟି୨୦ ବିଶ୍ବକପର ସୁପର ୧୨କୁ ପହଞ୍ଚିବା ପାଇଁ ଚାଲିଛି ଲଢ଼େଇ । ଶ୍ରୀଲଙ୍କା ଓ ୟୁଏଇ (United Arab Emirates) ମଧ୍ୟରେ ଚାଲିଥିବା ମ୍ୟାଚରେ ଚଳିତ ବର୍ଷ ବିଶ୍ବକପର ପ୍ରଥମ ହ୍ୟାଟ୍ରିକ ୱିକେଟ ନେଇଛନ୍ତି ୟୁଏଇ ବୋଲର କାର୍ତ୍ତିକ ମିୟାପନ୍‌ । ଅଧିକ ପଢ଼ନ୍ତୁ

T-20 World Cup 2022: ପ୍ରଥମ ହାଟ୍ରିକ ୱିକେଟ ନେଲେ ୟୁଏଇ ବୋଲର କାର୍ତ୍ତିକ ମେୟାପନ୍‌
T-20 World Cup 2022: ପ୍ରଥମ ହାଟ୍ରିକ ୱିକେଟ ନେଲେ ୟୁଏଇ ବୋଲର କାର୍ତ୍ତିକ ମେୟାପନ୍‌

ଜିଲଙ୍ଗ (ଅଷ୍ଟ୍ରେଲିଆ): ଆଇସିସି ଟି-୨୦ ବିଶ୍ବକପର ସୁପର ୧୨କୁ ପହଞ୍ଚିବା ପାଇଁ ଚାଲିଛି ଲଢ଼େଇ । ଯୋଗ୍ୟତା ପର୍ଯ୍ୟାୟରେ ଚଳିତ ବିଶ୍ବକପର ପ୍ରଥମ ହ୍ୟାଟ୍ରିକ ୱିକେଟ ମିଳିଛି ୟୁଏଇ ବୋଲର କାର୍ତ୍ତିକ ମିୟାପନ୍‌ଙ୍କୁ । ଶ୍ରୀଲଙ୍କା ବିପକ୍ଷରେ ୧୫ ତମ ଓଭରରେ ସେ ମାତ୍ର ୩ ରନ ବ୍ୟୟରେ ୩ଟି ୱିକେଟ ନେଇ ଶ୍ରୀଲଙ୍କା ଦଳକୁ ବିପର୍ଯ୍ୟୟକୁ ଠେଲି ଦେଇଥିଲେ ।

ଚଳିତ ବର୍ଷ ଆଇସିସି ଟି୨୦ ବିଶ୍ବକପ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ବେଳେ ସୁପର ୧୨ ପର୍ଯ୍ୟାୟକୁ ପହଞ୍ଚିବା ପାଇଁ ଚାଲିଛି ଲଢ଼େଇ । ଆଜି ଅଷ୍ଟ୍ରେଲିଆର ଜିଲଙ୍ଗସ୍ଥିତ ସିମଣ୍ଡ୍‌ସ ଷ୍ଟାଡିୟମରେ ଶ୍ରୀଲଙ୍କା ଓ ୟୁଏଇ (United Arab Emirates) ମଧ୍ୟରେ ଚାଲିଥିବା ମ୍ୟାଚରେ ଚଳିତ ବର୍ଷ ବିଶ୍ବକପର ପ୍ରଥମ ହ୍ୟାଟ୍ରିକ ୱିକେଟ ନେଇଛନ୍ତି ଭାରତୀୟ ବଂଶୋଦ୍ଭବ ୟୁଏଇ ବୋଲର କାର୍ତ୍ତିକ ମିୟାପନ୍‌ । ଫଳରେ ଶ୍ରୀଲଙ୍କାର ସୁପର ୧୨ ରାଉଣ୍ଡରେ ପହଞ୍ଚିବା ଆଶା କ୍ଷୀଣ ହୋଇଛି ।

ଆଜିର ମୁକାବିଲାରେ ୧୫ ତମ ଓଭରର ତୃତୀୟ ବଲ ପର୍ଯ୍ୟନ୍ତ ଶ୍ରୀଲଙ୍କା ଦଳ ୨ ୱିକେଟ ବିନିମୟରେ ୧୧୭ ରନ କରିଥିଲା । ତେବେ ଏହାପରେ ଚମତ୍କାର ଲୟକୁ ଫେରିଥିଲେ ୟୁଏଇ ବୋଲର କାର୍ତ୍ତିକ ମେୟାପନ୍‌ । ଏହି ଓଭରର ଚତୁର୍ଥ ବଲରେ ସେ ଶ୍ରୀଲଙ୍କା ବ୍ୟାଟର ଭାନୁକା ରାଜପକ୍ଷଙ୍କୁ ଚକ୍‌ମା ଦେଇ ଆଉଟ କରିଥିଲେ । ଭାନୁକା ରାଜପକ୍ଷ ୮ ବଲରେ କେବଳ ୫ ରନ କରି ପାଭିଲିୟନକୁ ଫେରିଥିଲେ । ଏହାପରେ ଚରିଥ ଅସଲଙ୍କା ଓ ଅଧିନାୟକ ଦଶୁନ ସଣକାଙ୍କୁ ଖାତା ଖୋଲିବା ପାଇଁ ଦେଇ ନଥିଲେ ମେୟାପନ୍‌ । ତେବେ ଏଭଳି ବିପର୍ଯ୍ୟୟ ସତ୍ତ୍ବେ ଶ୍ରୀଲଙ୍କା ନିର୍ଦ୍ଧାରୀତ ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details