ଆବୁଧାବି:ଦମଦାର ବିଜୟରୁ ଏସିଆ କପ ଅଭିଯାନ ଆରମ୍ଭ କରିଛି ଜୁନିଅର ଟିମ ଇଣ୍ଡିଆ । ICC ଏକାଡେମୀ ଗ୍ରାଉଣ୍ଡରେ ଓପନର ହରନୁର ସିଂହଙ୍କ ଜବରଦସ୍ତ ଶତକୀୟ ଇଂନିସ ବଳରେ ଆୟୋଜକ UAEକୁ ୧୫୪ ରନ୍ରେ ହରାଇଛି ଭାରତ । ACC 19ବର୍ଷରୁ କମ ଏସିଆ କପ୍ର ନବମ ସଂସ୍କରଣ UAEରେ ଆରମ୍ଭ ହୋଇଛି ।
ଭାରତୀୟ କ୍ୟାପଟେନ ୟଶ ଦୁଲ୍ ଓପନର ହରନୁରଙ୍କ ଆକର୍ଷଣୀୟ ଇଂନିସ ପାଇଁ ପ୍ରଶଂସା କରିଛନ୍ତି । ୧୩୦ ବଲ୍ରୁ ୧୨୦ ରନ୍ର ମାରାଥନ ଇଂନିସ ଖେଳିଥିଲେ ହରନୁର ।