ଢାକା:କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ବିଶ୍ବବ୍ୟାପୀ ଚିନ୍ତା ବଢାଇଥିବାବେଳେ ଏଥିରେ ସଂକ୍ରମିତ ହୋଇଛନ୍ତି ଦୁଇ ମହିଳା କ୍ରିକେଟର । ବାଂଲାଦେଶ ମହିଳା କ୍ରିକେଟ ଟିମର ଦୁଇ ସଦସ୍ୟ COVID-19ର ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଜିମ୍ବାୱେରୁ ଘରକୁ ଫେରିବା ପରେ ଏହି ଦୁଇ ସଦସ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଶନିବାର ବାଂଲାଦେଶର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଜାହିଦ ମାଲେକ୍ ସ୍ପଷ୍ଟ କରିଛନ୍ତି ।
ଉଭୟଙ୍କୁ ସୁସ୍ଥ ହେବା ପାଇଁ ସମୟ ଲାଗିବ । ଫଳରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମିତ ଚିହ୍ନଟ ହୋଇଥିବା ଦୁଇ ସଦସ୍ୟଙ୍କୁ ସ୍ବତନ୍ତ୍ର ନୀରିକ୍ଷଣରେ ରଖାଯିବ ବୋଲି ମାଲେକ୍ କହିଛନ୍ତି ।
ଅଧିକ ପଢନ୍ତୁ: ଫୁଟବଲ୍ର ଭଗବାନ ମାରାଡୋନାଙ୍କ ଚୋରି ଘଣ୍ଟା ଆସାମରୁ ଉଦ୍ଧାର