ହାଇଦ୍ରାବାଦ: ଗୋଟିଏ ପଟେ IPL 2022ର ମହାଲଢ଼େଇ ଜାରି ରହିଛି । ଏହାରି ମଧ୍ୟରେ ଭାରତର ଦୁଇ ପୂର୍ବତନ ବୋଲରଙ୍କ ମଧ୍ୟରେ ଟ୍ବିଟ୍ ୱାର୍ ଆରମ୍ଭ ହୋଇଯାଇଛି । ଏହି ଦୁଇଜଣ ଖେଳାଳି ହେଉଛନ୍ତି ଇର୍ଫାନ ପଠାନ ଓ ଅମିତ ମିଶ୍ରା।
ୱାର୍ଲ୍ଡ ଅର୍ଥ ଡେ (ବିଶ୍ବ ପୃଥିବୀ ଦିବସ)କୁ ନେଇ ପ୍ରଥମେ ଇରଫାନ ପଠାନ ଟ୍ବିଟ୍ କରିଥିଲେ । ସେ ଲେଖିଥିଲେ ଯେ, "ମୋ ଦେଶ, ମୋ ସୁନ୍ଦର ଦେଶ ପାଖରେ ପୃଥିବୀର ସର୍ବଶ୍ରେଷ୍ଠ ଦେଶ ହେବାର ସମସ୍ତ କ୍ଷମତା ରହିଛି । କିନ୍ତୁ..."
ଏହାର ଜବାବ ଦେଇ ଅମିତ ମିଶ୍ରା ମଧ୍ୟ ଏକ କାଉଣ୍ଟର ଟ୍ବିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, "ମୋ ଦେଶ, ମୋ ସୁନ୍ଦର ଦେଶ ପାଖରେ ପୃଥିବୀର ସର୍ବଶ୍ରେଷ୍ଠ ଦେଶ ହେବାର ସମସ୍ତ କ୍ଷମତା ରହିଛି । କେବଳ କିଛି ଲୋକ ଯଦି ବିଶ୍ବାସ କରିବା ଆରମ୍ଭ କରିବେ ଯେ ସମ୍ବିଧାନର ପୁସ୍ତକକୁ ପ୍ରଥମେ ଅନୁକରଣ କରିବା ଆବଶ୍ୟକ ।"
ପ୍ରଥମ ଟ୍ବିଟ୍ରେ ପୂର୍ବତନ ଅଲ୍ରାଉଣ୍ଡର ଇର୍ଫାନ ପଠାନ କୌଣସି ପ୍ରସଙ୍ଗ ବିଷୟରେ ଉଲ୍ଲେଖ କରିନାହାନ୍ତି । ତେବେ ସେ ନିକଟରେ ହନୁମାନ ଜୟନ୍ତୀ ବା ମହାବୀର ଜୟନ୍ତୀରେ କରାଯାଇଥିବା ଶୋଭାଯାତ୍ରା ଆଡ଼କୁ ଇଙ୍ଗିତ କରିଥିବା ଆଲୋଚନା ହେଉଛି । ସେପଟେ ଅମିତ ମିଶ୍ରା ତାଙ୍କରି ଅନ୍ଦାଜରେ ତାଙ୍କୁ ଜବାବ ଦେଇଛନ୍ତି ।
@ANI