ହାଇଦ୍ରାବାଦ : ଚଳିତ ବର୍ଷ ଆଇସିସି ଟି-୨୦ ବିଶ୍ବକପ ପରେ ଭାରତୀୟ କ୍ରିକେଟ ଦଳରେ ବଡ ପରିବର୍ତ୍ତନ ଦେଖିବାକୁ ମିଳି ପାରେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଟି-୨୦ ଟିମର ପରିର୍ବତ୍ତନ କରିବାକୁ ଚାହୁଁଛି । ବିଶେଷ ଭାବରେ ବରିଷ୍ଠ କ୍ରିକେଟରମାନଙ୍କ କ୍ଷେତ୍ରରେ କିଛି ସ୍ଥିତି ବଦଳିବାକୁ ଯାଉଛି । କ୍ରିକେଟ ବୋର୍ଡର ଏକ ରିପୋର୍ଟ ଅନୁଯାୟୀ ଟି-୨୦ ବିଶ୍ବକପ ପରେ କିଛି ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ବିସିସିଆଇ ଟ୍ରାଞ୍ଜିସନ ପ୍ଲାନ ( transition plan for top players ) ବିଷୟରେ ଆଲୋଚନା କରିବାର ଚର୍ଚ୍ଚା ହେଉଛି । ଯଦି ପରିସ୍ଥିତି ବିସିସିଆଇ ( Board of Control for Cricket ) ଯୋଜନା ସପକ୍ଷରେ ନ ରୁହେ ତାହେଲେ ଷ୍ଟାର ବ୍ୟାଟର ବିରାଟ କୋହଲି ( Virat Kohli ) ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ( Ravindra Jadeja ) ଉଭୟଙ୍କୁ ଲମ୍ବା ଫର୍ମାଟରେ ଦମଦାର ଫର୍ମ ପାଇଁ ଟି-୨୦ ଫର୍ମାଟରୁ ବିରତି ନେବା ପାଇଁ ଘୋଷଣା କରିପାରେ ।
ବିଶ୍ୱକପ ପରେ ଟି-୨୦ରେ ନଜର ଆସିବେନି କୋହଲି ଓ ଜାଡେଜା ! - ରବୀନ୍ଦ୍ର ଜାଡେଜା
କ୍ରିକେଟ ବୋର୍ଡର ଏକ ରିପୋର୍ଟ ଅନୁଯାୟୀ ଟି-୨୦ ବିଶ୍ବକପ ପରେ କିଛି ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ବିସିସିଆଇ ଟ୍ରାଞ୍ଜିସନ ପ୍ଲାନ ( transition plan for top players ) ବିଷୟରେ ଆଲୋଚନା କରିବାର ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ
InsideSport ନାମକ ଏକ ସଂସ୍ଥାକୁ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, "ଦଳରେ ପରିବର୍ତ୍ତନ ହେବା ଘଟଣା ଏହା କୌଣସି ନୂଆ କଥା ନୁହେଁ । ସବୁ ବଡ ଇଭେଣ୍ଟ ପରେ ଏକ ଭାରତୀୟ କ୍ରିକେଟ ଦଳ ଏକ ଟ୍ରାଞ୍ଜିସନ ପିରିୟଡ ଦେଇ ଗତି କରିଥାଏ । ଶେଷ ଥର ବିଶ୍ବକପ ପରେ ଫାଷ୍ଟ ବୋଲର ମହମ୍ମଦ ସାମିଙ୍କୁ କ୍ରିକେଟର ଦୁଇଟି ଫର୍ମାଟ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ବିସିସିଆଇ ତରଫରୁ କୁହାଯାଇଥିଲା । ସେହିପରି ଭାବରେ ଚଳିତ ଟି-୨୦ ବିଶ୍ବକପ ପରେ ଦଳ ତରଫରୁ କିଛି ପରିବର୍ତ୍ତନ ନେଇ ସମ୍ଭାବନା ରହିଛି । ବିରାଟ କୋହଲିଙ୍କର ବୟସ ଚାଲି ଯାଉନାହିଁ । ଆମେ ଯେଉଁ ସବୁ ମ୍ୟାଚ ଖେଳୁଛୁ ତାହାକୁ ଆମକୁ ମ୍ୟାନେଜ କରିବାକୁ ପଡୁଛି । ଆଉ ବିସିସିଆଇକୁ ଲାଗୁଛି ଦଳର ପରିବର୍ତ୍ତନ ହେବା ନିହାତି ଆବଶ୍ୟକ ରହିଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପାଇଁ ତାଙ୍କ ଆଣ୍ଠୁରେ ଗୁରୁତର ଭାବରେ ଆଘତ ଲାଗିବା ଏହା ଦଳ ପାଇଁ ଏକ ଚିନ୍ତାର କାରଣ । ତେଣୁ ଅକ୍ଟୋବରରେ ଖେଳାଯିବାକୁ ଥିବା ବିଶ୍ବକପ ପରେ ଦଳର ଟ୍ରାଞ୍ଜିସନ ପ୍ଲାନ ବିଷୟରେ ଆଲୋଚନା କରାଯିବ । ବିରାଟ କୋହଲି ଜଣେ ଆଗ ଧାଡିର କ୍ରିକେଟର । ନିଶ୍ଚିତି ଭାବରେ ସେ କ୍ରିକେଟର ତିନୋଟି ଫର୍ମାଟରେ ଖେଳିବାକୁ ଚାହିଁବେ । ଟି-୨୦ ବିଶ୍ବକପ ଶେଷ ହେବା ପରେ ସମସ୍ତଙ୍କର ଧ୍ୟାନ ଦିନିକିଆ କ୍ରିକେଟ ଉପରେ ରହିବ । ୨୦୨୩ ଦିନିକିଆ ବିଶ୍ବକପରେ ଭାରତ ଆୟୋଜକ ରହିବା ନେଇ ଯୋଜନା ରହିଛି । ତେଣୁ ଭବିଷ୍ୟତକୁ ନଜରରେ ରଖି ବିରାଟ କୋହଲି ଆଗକୁ ଟି-୨୦ ରେ ଖେଳିବା ପରିବର୍ତ୍ତେ ଦିନିକିଆ ୫୦ ଓଭରରେ ଖେଳ ଉପରେ ଜୋର ଦେବା ଆବଶ୍ୟକ ।"