ହାମିଲଟନ୍:ନ୍ୟୁଜିଲାଣ୍ଡ ବ୍ୟାଟ୍ର ଟମ ଲାଥମ ଶନିବାର ଏକ ବିରଳ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି । ଜନ୍ମଦିନରେ ସର୍ବାଧିକ ବ୍ୟକ୍ତିଗତ ODI ରନ୍ କରି କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ର ସଚିନ ତେନ୍ଦୁଲରକରଙ୍କ ରେକର୍ଡ ଭଙ୍ଗ କରଛନ୍ତି ଲାଥମ ।
ନ୍ୟୁଜିଲାଣ୍ଡ ଶନିବାର ହାମିଲଟନ୍ରେ ନେଦରଲାଣ୍ଡ୍ସକୁ ୧୧୮ ରନ୍ରେ ହରାଇ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜକୁ ୨-୦ରେ ଆଗୁଆ କବ୍ଜା କରିଛି । ଏହି ବିଜୟର ନାୟକ ରହିଥିଲେ ଟମ ଲାଥନ । ମାତ୍ର ୮୯ ରନ୍ରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିଲା କିୱି ଟିମ । ତେବେ ଲାଥମ ବ୍ୟାଟିଂ କରିବାକୁ ଆସି ସଙ୍କଟମୋଚକ ସାଜିଥିଲେ ଓ ଅଧିନାୟକ ଇଂନିସ ଖେଳି ଟିମକୁ ବିଜୟୀ କରାଇଥିଲେ । ୧୨୩ ବଲ୍ରୁ ଅପରାଜିତ ୧୪୦ ରନ୍ର ମାରାଥନ ଇଂନିସ ଖେଳିଥିଲେ ଲାଥମ ।