ଓଡିଶା

odisha

By

Published : Jun 17, 2022, 10:41 AM IST

ETV Bharat / sports

Ind Vs SA: ଆଜି ଚତୁର୍ଥ ଟି20, ସିରିଜ ବରାବର ଲକ୍ଷ୍ୟରେ ଭାରତ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଚତୁର୍ଥ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ । ଗୁଜୁରାଟର ରାଜକୋଟରେ ଖେଳାଯିବ ମ୍ୟାଚ୍‌ । ଭାରତ ପାଇଁ ବିଜୟ ଜରୁରୀ ଥିବାବେଳେ ଭ୍ରମଣକାରୀ ଦଳ ସିରିଜ ବିଜୟ ପାଇଁ ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ

ଆଜି ଚତୁର୍ଥ ଟି-ଟ୍ବେଣ୍ଟି
ଆଜି ଚତୁର୍ଥ ଟି-ଟ୍ବେଣ୍ଟି

ରାଜକୋଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ଚତୁର୍ଥ ଅନ୍ତର୍ଜାତୀୟ ଟି20 ମ୍ୟାଚ । ଗୁଜୁରାଟର ରାଜକୋଟରେ ଖେଳାଯିବ 5 ମ୍ୟାଚ୍‌ ବିଶିଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍‌ । ଭାରତ ପାଇଁ ବିଜୟ ଜରୁରୀ ଥିବାବେଳେ ଭ୍ରମଣକାରୀ ଦଳ ସିରିଜ ବିଜୟ ପାଇଁ ପ୍ରସ୍ତୁତ ହୋଇଛି । ଲଗାତାର 2ଟି ମ୍ୟାଚ ହାରିବା ପରେ ବିଶାଖାପାଟନମରେ ଭାରତ ତୃତୀୟ ମ୍ୟାଚରେ ବିଜୟୀ ହୋଇଥିଲା । ମାତ୍ର ସିରିଜ ପରାଜୟ ସଙ୍କଟ ଟଳିନାହିଁ । ଆଜିର ମ୍ୟାଚ୍‌ ଦଳ ପାଇଁ କର ବା ମର ସଦୃଶ ହୋଇଛି । ମ୍ୟାଚକୁ ଜିତି ସିରିଜ ବରାବର କରିବା ପାଇଁ ଦଳ ସବୁ ଶକ୍ତି ଖଟାଇବ । ସେପଟେ ନିଜ ଫର୍ମକୁ ନେଇ ଚିନ୍ତାରେ ଥିବା କାମଚଳା କ୍ୟାପଟେନ ପନ୍ତଙ୍କୁ ପୁଣି ପରୀକ୍ଷା ଦେବାକୁ ହେବ ।

ଓପନର ଋତୁରାଜ ଗାଏକ୍ବାଡ ଫର୍ମରେ ଅଛନ୍ତି । ତୃତୀୟ ମ୍ୟାଚରେ ଇଶାନ କିଷନ ଓ ଗାଏକ୍ବାଡଙ୍କ ଉପଯୋଗୀ ପ୍ରଦର୍ଶନ ଦଳର ବିଜୟରେ ସହଯୋଗୀ ହୋଇଥିଲା । ହେଲେ ଶ୍ରେୟସ ଆୟର ଓ ଅଧିନାୟକ ପନ୍ତଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିନାହିଁ । ଦକ୍ଷିଣ ଆଫ୍ରିକା ସିରିଜ ଜିତି ଟେଷ୍ଟ ଖେଳ ପାଇଁ ଇଂଲଣ୍ଡ ଗସ୍ତ କରିବାକୁ ଲକ୍ଷ୍ୟ ରଖିଛି ଦଳ । ପନ୍ତ ଓ ଆୟର ଟେଷ୍ଟ ଟିମରେ ରହିଛନ୍ତି । ତେଣୁ ଉଭୟଙ୍କ ପ୍ରଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି । ଦୁହିଁଙ୍କୁ ଫର୍ମକୁ ଫେରିବା ଦଳ ପାଇଁ ଭଲ । ସେପଟେ ବୋଲିଂ ବିଭାଗରେ କଟକରେ ଭୁବନେଶ୍ବର କୁମାର ସଫଳ ହୋଇଥିଲେ ।

ବିଶାଖାପଟନମରେ ୟୁଝବେନ୍ଦ୍ର ଚହଲ ଓ ହର୍ଷଲଙ୍କ ଘତକ ବୋଲି ଦଳକୁ ବଜୟୀ କରିଥିଲା । ବୋଲିଂ ବିଭାଗରେ ବିଶେଷ ତ୍ରୁଟି ନଥିଲେ ବି ଆଜି ଦଳକୁ ସାମାନ୍ୟ ଭୁଲ ଭାରି ପଡିପାରେ । ମୋଟିମୋଟି ଭାବେ କହିବାକୁ ଗଲେ ଦଳକୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଭ୍ରମଣକାରୀ ଦଳ 2ଟି ମ୍ୟାଚ ଜିତି ଦୃଢ ମନୋବଳରେ ରହିଛି । ବିଜୟ ଦ୍ବାରମୁହାଁ ହେଉଛି ଦଳ । ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ଆଉ ଗୋଟିଏ ବିଜୟ ପରେ ସିରିଜ କବଜା କରି ନେବ ଦକ୍ଷିଣ ଆଫ୍ରିକା ।

ପ୍ରଥମ ମ୍ୟାଚ୍‌ରେ ମିଲର ଓ ଡୁସେନ ଏବଂ ଦ୍ବିତୀୟ ମ୍ୟାଚ୍‌ରେ କ୍ଲାସେନ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ । ଆଜି ତାଙ୍କ ଉପରେ ସମସ୍ତ ନଜର ରହିବ । ଆହତ ପାଇଁ ପୂର୍ବ 2ଟି ମ୍ୟାଚ ଖେଳିନଥିଲେ କ୍ବିଣ୍ଟନ ଡି କକ୍ । ଆଜିର ମ୍ୟାଚ୍‌ ପାଇଁ ସେ ଅଭ୍ୟାସ ଆରମ୍ଭ କରିଛନ୍ତି । ଆଜି ସେ ଖେଳିବା ନିଶ୍ଚିନ୍ତ । ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ଅଛି । ଆଜିର ମ୍ୟାଚରେ ବୋଲରଙ୍କୁ ବିଜୟ ପାଇଁ ବଡ ଭୂମିକା ତୁଲାଇବାକୁ ହେବ ।

ABOUT THE AUTHOR

...view details