ବେଙ୍ଗାଲୁରୁ: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା 5 ଟିକିଆ ଟି20 ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆଜି ଚିନାସ୍ବାମୀ ଷ୍ଟାଡିୟମ ବେଙ୍ଗାଲୁରୁରେ ଖେଳାଯିବ । ଶେଷ ମ୍ୟାଚ୍ ଜିତି ସରିଜ କବଜା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଭ୍ରମଣକାରୀ ଦଳ ଜିତିଥିବାବେଳେ ଭାରତ ଶେଷ ଦୁଇଟି ମ୍ୟାଚ୍ ଜିତି ସିରିଜ ବରାବର କରିଛି । ଫଳରେ ବେଙ୍ଗାଲୁରୁରେ ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ । ପ୍ରଥମ ଥର ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ଅଧିନାୟକ ଭାର ସମ୍ଭାଳୁଥିବା ଋଷଭ ପନ୍ତଙ୍କ ପାଇଁ ଶେଷ ମ୍ୟାଚ୍ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଫଳରେ ଆଜିର ମୁକାବିଲା କଡା ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି ।
ଦକ୍ଷିଣ ଆଫ୍ରିକା କେବେ ଭାରତରେ ଏହାପୂର୍ବରୁ ଟି20 ସିରିଜ ଜିତିନାହିଁ । 2019 ଅନୁଷ୍ଠିତ ସିରିଜ 1-1ରେ ଡ୍ର ହୋଇଥିଲା । ଏଥର ଭାରତ ପାଇଁ ସିରିଜ ବିଜୟ ପାଇଁ ସୁଯୋଗ ରହିଛି । ଲଗାତାର 2ଟି ମ୍ୟାଚ୍ରେ ପରାଜୟ ପରେ ଭାରତ ଜବରଦସ୍ତ କମବ୍ୟାକ କରିଛି । ଫଳରେ ଦଳର ମନୋବଳ ଦ୍ବିଗୁଣା ହୋଇଛି । 2029 ପରାଜୟର ପ୍ରତିଶୋଧ ନେବାକୁ ଦଳ ପ୍ରସ୍ତୁତ ରହିଛି । ଗତ ସିଜିନର ଅନ୍ତିମ ମୁକାବିଲା ବେଙ୍ଗାଲୁରୁରେ ଖେଳାଯାଇଥିଲା । ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରର୍ଦଶନ ବଳରେ ଭାରତ ଆଉ ଏକ ବିଜୟ ପାଇଁ ଯୋଜନା କରିଛି ।