ଓଡିଶା

odisha

ETV Bharat / sports

ତୃତୀୟ ଦିନିକିଆରେ ବର୍ଷା ବାଧକ, ଭାରତ ୧୪୭/3 - ଭାରତ ବନାମ ଶ୍ରୀଲଙ୍କା ତୃତୀୟ ଦିନିକିଆ

ଭାରତ ଓ ଶ୍ରୀଲଙ୍କା ମଧ୍ୟ ଚାଲିଥିବା ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ୨୩ ଓଭର ସୁଦ୍ଧା ଭାରତ ୩ଟି ୱିକେଟ ହରାଇ ୧୪୭ ରନ କରି ପାରିଛି । ଅଧିକ ପଢ଼ନ୍ତୁ...

ବର୍ଷା ଯୋଗୁଁ ତୃତୀୟ ଦିନିକିଆ ବାଧାପ୍ରାପ୍ତ, ଭାରତ ୧୪୭/3
ବର୍ଷା ଯୋଗୁଁ ତୃତୀୟ ଦିନିକିଆ ବାଧାପ୍ରାପ୍ତ, ଭାରତ ୧୪୭/3

By

Published : Jul 23, 2021, 6:06 PM IST

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଭାରତୀୟ ଦଳ । ମ୍ୟାଚ ଆରମ୍ଭରୁ ହିଁ ଦଳ ଅଧିନାୟକ ଶିଖର ଧାୱନଙ୍କ ୱିକେଟ ହରାଇଥିଲା । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଦିନିକିଆରେ ଡେବ୍ୟୁ କରିଥିବା ଯୁବ କ୍ରିକେଟର ସଞ୍ଜୁ ସାମସନ । ଓପନର ପୃଥ୍ବୀ ଶ ଓ ସଞ୍ଜୁ ସାମସନଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଇଂନିଶ ଭାଗିଦାରୀ ହୋଇଥିଲା ।

ଏହାପରେ ୧୬ତମ ଓଭରରେ ଭାରତ ଦ୍ବିତୀୟ ୱିକେଟ ଭାବେ ପୃଥ୍ବୀ ଶ’ ଦାନୁଶ ଶଙ୍କରଙ୍କ ବଲରେ ଆଉଟ ହୋଇଥିଲେ । ପ୍ରଥମ ଦିନିକିଆ ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ ସେ ୪୯ ରନ କରି ପାଭେଲିୟନ ଫେରିଛନ୍ତି । ଏହାପରେ ସଞ୍ଜୁ ସାମସନ ମଧ୍ୟ ୪୬ ରନ କରି ୧୯ତମ ଓଭରରେ ଆଉଟ ହୋଇଥିଲେ । ୨୩ ଓଭର ସୁଦ୍ଧା ଭାରତ ୩ଟି ୱିକେଟ ହରାଇ ୧୪୭ ରନ କରି ପାରିଛି ।

ଏହାପରେ ବର୍ଷା ଆରମ୍ଭ ହେବାରୁ ତୃତୀୟ ଦିନିକିଆ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ କ୍ରିଜରେ ମନିଷ ପାଣ୍ଡେ ଓ ସୂର୍ଯ୍ୟ କୁମାର ଯାଦବ ଚତୁର୍ଥ ୱିକେଟ ପାଇଁ ଭାଗିଦାରୀ କରୁଛନ୍ତି ।ଉଭୟ ଯଥାକ୍ରମେ ୧୦ ଓ ୨୨ ରନ କରି ବ୍ୟାଟିଂ କରୁଛନ୍ତି ।

ଏହି ୩ ଟିକିଆ ଦିନିକିଆ ସିରିଜକୁ ଭାରତ ପୂର୍ବରୁ ଜିତି ନେଇଛି । ପ୍ରଥମ ଓ ଦ୍ବିତୀୟ ମ୍ୟାଚକୁ ୭ ଓ ୩ ୱିକେଟରେ ଜିତି ନେଇଛି ଭାରତ । ଶ୍ରୀଲଙ୍କା କେବଳ ସମ୍ମାନ ବଞ୍ଚାଇବା ପାଇଁ ଏହି ମ୍ୟାଚ ଖେଳୁଛି । ତୃତୀୟ ଦିନିକିଆରେ ଭାରତ ପକ୍ଷରୁ ୫ ଜଣ ନୂଆ କ୍ରିକେଟର ଡେବ୍ୟୁ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ABOUT THE AUTHOR

...view details