ଓଡିଶା

odisha

By

Published : Mar 15, 2022, 10:35 PM IST

Updated : Mar 15, 2022, 10:56 PM IST

ETV Bharat / sports

The Kashmir Files: ଫିଲ୍ମ ଦେଖି ଏମିତି କହିଲେ କ୍ରିକେଟର ସୁରେଶ ରାଇନା

'ଦ କାଶ୍ମୀର ଫାଇଲ୍ସ' କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ଦେଶରେ ହୋଇଥିବା ସେହି ଯନ୍ତ୍ରଣାଦାୟକ ଘଟଣାର କାହାଣୀ ବର୍ଣ୍ଣନା କରୁଛି, ଯାହା ୯୦ ଦଶକରେ କାଶ୍ମୀର ପଣ୍ଡିତମାନଙ୍କ ସହିତ ଘଟିଛି । ପୂର୍ବତନ CSK ବ୍ୟାଟ୍‌ର ସୁରେଶ ରାଇନା ଏହି ଫିଲ୍ମ ପ୍ରତିଟି ଭାରତୀୟଙ୍କ ଫିଲ୍ମ ବୋଲି କହିଛନ୍ତି । ଅଧିକ ପଢନ୍ତୁ

The Kashmir Files: Indian cricketers Suresh Raina, Venkatesh Prasad reacted after watching the film
The Kashmir Files: ଫିଲ୍ମ ଦେଖି ଏମିତି କହିଲେ କ୍ରିକେଟର ସୁରେଶ ରାଇନା

ହାଇଦ୍ରାବାଦ: 'ଦ କାଶ୍ମୀର ଫାଇଲ୍ସ' କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ଦେଶରେ ହୋଇଥିବା ସେହି ଯନ୍ତ୍ରଣାଦାୟକ ଘଟଣାର କାହାଣୀ ବର୍ଣ୍ଣନା କରୁଛି, ଯାହା ୯୦ ଦଶକରେ କାଶ୍ମୀର ପଣ୍ଡିତମାନଙ୍କ ସହିତ ଘଟିଛି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଫିଲ୍ମଙ୍କୁ ସମସ୍ତେ ଦେଖିବା ଦରକାର ବୋଲି କହିଛନ୍ତି । ଦେଶର ଅନେକ ରାଜ୍ୟରେ ଏହି ଫିଲ୍ମକୁ ଟାକ୍ସ ଫ୍ରି କରାଯାଇଛି ଓ ମଧ୍ୟପ୍ରଦେଶ ଭଳି କିଛି ବଡ ରାଜ୍ୟର ସରକାର ପୋଲିସ କର୍ମଚାରୀଙ୍କୁ ଏହି ଫିଲ୍ମ ଦେଖିବାକୁ ଚାହିଁଲେ ଛୁଟି ମିଳିବ ବୋଲି ଘୋଷଣା କରିଛନ୍ତି ।

ଯୁବକ, ଛାତ୍ର, ରାଜନେତା, ଫିଲ୍ମ ନିର୍ମାତା ତଥା ଅନେକ ଅଭିନେତା ଅଭିନେତ୍ରୀ ଏହି ଫିଲ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିପାରିନଥିଲା ବୋଲି ଅନେକ ମତ ଦେଇଛନ୍ତି । ଏହିକ୍ରମରେ କିଛି ପୂର୍ବତନ ଭାରତୀୟ କ୍ରିକେଟର ମଧ୍ୟ ସାମିଲ ହୋଇଛନ୍ତି । ପୂର୍ବତନ CSK ବ୍ୟାଟ୍‌ର ସୁରେଶ ରାଇନା ଓ ପୂର୍ବତନ ଭାରତୀୟ ବୋଲର ଭେଙ୍କଟସ ପ୍ରସାଦ ଏହି ଫିଲ୍ମକୁ ନେଇ ସକରାତ୍ମକ ଟ୍ବିଟ୍‌ କରିଛନ୍ତି ।

ଏହି ଫିଲ୍ମ ସପକ୍ଷରେ ପ୍ରଥମ କ୍ରିକେଟ ଭାବେ ରାଇନା ଟ୍ବିଟ୍‌ କରିଥିଲେ । ରାଇନା ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ, ଫିଲ୍ମର ଅଫିସିଆଲ ସ୍କ୍ରିନିଂ ଦେଖିବା ପରେ ଜଣେ ମହିଳା କାନ୍ଦି ପକାଇଛନ୍ତି । ନିର୍ଦ୍ଦେଶକ ଓ ଫିଲ୍ମରେ ଅଭିନୟ କରିଥିବା ଅଭିନେତାଙ୍କୁ କୋହଭରା କଣ୍ଠରେ ଫିଲ୍ମରେ ଦର୍ଶାଯାଇଥିବା ସମସ୍ତ ଘଟଣା ସତ୍ୟ ଓ ଜୀବନ୍ତ ଅଭିନୟ ବୋଲି କହୁଥିବା ଦେଖାଯାଇଛି ।

Last Updated : Mar 15, 2022, 10:56 PM IST

ABOUT THE AUTHOR

...view details