ଓଡିଶା

odisha

ETV Bharat / sports

ଯଶପାଲଙ୍କୁ ଝୁରୁଛନ୍ତି ବିଶ୍ବକପ ବିଜୟୀ ସାଥୀ, କାନ୍ଦିଲେ କପିଳ ଦେବ - ଯଶପାଲ ଶର୍ମା

ଯଶପାଲଙ୍କ ମୃତ୍ୟୁ ଖବରକୁ ସହଜରେ ବିଶ୍ବାସ କରିପାରୁ ନାହାନ୍ତି ତାଙ୍କର ଚମ୍ପିଆନ ସାଥୀ ଖେଳାଳି । ଅଧିକ ପଢନ୍ତୁ...

ଯଶପାଲଙ୍କୁ ଝୁରୁଛନ୍ତି ବିଶ୍ବକପ ବିଜୟୀ ସାଥୀ, କାନ୍ଦିଲେ କପିଳ ଦେବ
ଯଶପାଲଙ୍କୁ ଝୁରୁଛନ୍ତି ବିଶ୍ବବିଜୟୀ ସାଥୀ, କାନ୍ଦିଲେ କପିଳ ଦେବ

By

Published : Jul 13, 2021, 4:07 PM IST

Updated : Jul 13, 2021, 5:33 PM IST

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା 1983 ବିଶ୍ବକପ ବିଜୟୀ ଭାରତୀୟ ଟିମର ସଦସ୍ୟ ଯଶପାଲ ଶର୍ମା । ମଙ୍ଗଳବାର 66 ବର୍ଷ ବୟସରେ ସକାଳ ପ୍ରାୟ 7.30 ସମସ୍ତେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଯସପାଲଙ୍କ ମୃତ୍ୟୁ ଖବରକୁ ସହଜରେ ବିଶ୍ବାସ କରିପାରୁ ନାହାନ୍ତି ତାଙ୍କର ଚମ୍ପିଆନ ସାଥୀ ଖେଳାଳି ।

"ଆମର ଟିମ ଭାଙ୍ଗିଗଲା । ସେ ଥିଲେ ଆମ ଟିମର ମୂଳଦୁଆ । ଅତି ସାଧାରଣ ମଣିଷ, ବହୁତ ଶୃଙ୍ଖଳିତ । ସମସ୍ତଙ୍କ ଠାରୁ ସେ ଅଧିକ ଫିଟ୍‌ ଥିଲେ, ନିୟମିତ ବ୍ୟାୟାମ କରୁଥିଲେ । ସେ ନାହାନ୍ତି ବିଶ୍ବାସ କରିବା କଷ୍ଟକର," ଏହା କହିଛନ୍ତି 1983 ବିଶ୍ବକପ ସାଥୀ ଖେଳାଳି ଓ ପୂର୍ବତନ ଭାରତୀୟ ଅଲରାଉଣ୍ଡର କିର୍ତ୍ତୀ ଆଜାଦ ।

1983 ବିଶ୍ବକପ ବିଜୟୀ ଟିମ

ଅନ୍ୟପଟେ ଅନ୍ୟତମ 1983 ବିଶ୍ବକପ ସାଥୀ ମଦଲ ଲାଲ ଏହି ଖବରର ଆଚମ୍ବିତ ହୋଇଯାଇଛନ୍ତି । "ଏହି ମୂହୂର୍ତ୍ତରେ କିଛି କହିବା ସ୍ଥିତିରେ ନାହିଁ, ଏହି ଖବରକୁ ଏବେବି ବିଶ୍ବାସ କରିପାରୁନି," କହିଛନ୍ତି ମଦନ ଲାଲ ।

ରାହୁଲ ଦ୍ରାବିଡଙ୍କ ସହ ଯଶପାଲ ଶର୍ମା

କପିଲ ଦେବଙ୍କ ସହିତ ସହ ଓପନିଂ ବୋଲର ଭାବେ ଟୁର୍ଣ୍ଣାମେଣ୍ଟରେ ବୋଲିଂ କରିତିବା ଦ୍ରୁତ ବୋଲର ବଲବିନ୍ଦର ସନ୍ଧୁ ମଧ୍ୟ ଯସପାଲଙ୍କ ଦେହାନ୍ତ ଖବର ଶୁଣି ସଦମାରେ ।

ଯଶପାଲ ଶର୍ମା

"ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଖବର । ବିଶ୍ବାସ କରିହେଉନି ତାଙ୍କର ଏମିତି ମୃତ୍ୟୁ ହୋଇପାରିବ, ଜୁନ 25ରେ ଆମର ଭେଟ ହୋଇଥିଲା, ଏକାଠି ଲଞ୍ଚ ଖାଇଥିଲୁ, ସେ ସଂପୂର୍ଣ୍ଣ ଫିଟ୍‌ ଥିଲା ଓ ଦୁଇ ଝିଅଙ୍କ ସଫଳତା ସେୟାର କରିଥିଲେ । ମୋର ସ୍ବାସ୍ଥ୍ୟ ନେଇ ଅଧିକ ଚିନ୍ତିତ ଥିଲେ, ଓଜନ କମାଇବାକୁ ପରାମର୍ଶ ଦେଇଥିଲେ ।"

ଅନ୍ୟପଟେ ଏକ ଜାତୀୟ ନ୍ୟୁଜ ଚ୍ୟାନେଲରେ ନିଜର ପ୍ରତିକ୍ରିୟା ରଖିବାବେଳେ କାନ୍ଦିପକାଇଥିଲେ କ୍ୟାପଟେନ କପିଳ ଦେବ । "ଲୁହ ଛଳଛଳ ଆଖିରେ କପିଳ କହିଛନ୍ତି ମୁଁ ଏହାକୁ ଗ୍ରହଣ କରିପାରିବିନି, ମୁଁ ତୁମର ବହୁତ ଭଲପାଏ ୟଶ୍‌" ।

କପିଳ ଦେବ ମୁମ୍ବାଇରେ ଥିଲେ ଓ ତୁରନ୍ତ ଶେଷ ଦର୍ଶନ ସହିତ ଶ୍ରଦ୍ଧାଞ୍ଜଳି ଦେବାକୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ।

1983 ବିଶ୍ବକପ ବିଜୟୀ ସଂପୂର୍ଣ୍ଣ ଟିମ ଗତ ମାସ ଜୁନ 25ରେ ଗୁରୁଗ୍ରାମରେ ଏକାଠି ହୋଇଥିଲେ । ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସମସ୍ତ ଚମ୍ପିଆନ ଖେଳାଳିଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଥିଲା ଓ ଏକାଠି ଖାଇବାର ମଧ୍ୟ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2021, 5:33 PM IST

ABOUT THE AUTHOR

...view details