ଓଡିଶା

odisha

By

Published : Feb 5, 2023, 7:55 AM IST

ETV Bharat / sports

Asia Cup 2023: ବାହାରିନରେ ବୈଠକରେ ସ୍ପଷ୍ଟ କଲେ ଜୟ ଶାହ, ପାକିସ୍ତାନ ଯିବନି ଟିମ ଇଣ୍ଡିଆ

ଏସିଆ କପ ୨୦୨୩ ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ସ୍ପଷ୍ଟ କଲେ BCCI ସଚିବ ତଥା ACC ସଭାପତି ଜୟ ଶାହ । ଅଧିକ ପଢନ୍ତୁ

BCCI ସଚିବ ତଥା ACC ସଭାପତି ଜୟ ଶାହା
BCCI ସଚିବ ତଥା ACC ସଭାପତି ଜୟ ଶାହା

ହାଇଦ୍ରାବାଦ: ଜିଦିରେ ଅଟଳ ରହିଲେ BCCI ସଚିବ ତଥା ACC ସଭାପତି ଜୟ ଶାହ । ଏସିଆ କପ ୨୦୨୩ ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତ କରିବା ନାହିଁ ବୋଲି ଜୟ ଶାହ ସ୍ପଷ୍ଟ କରିଛନ୍ତି । ଏବେ ଏସିଆ କପ ୨୦୨୩ ପାଇଁ ଏକ ନିରପେକ୍ଷ ଭେନ୍ୟୁ ନେଇ ନିଷ୍ପତ୍ତି ନିଆଯିବ । BCCIର ଏଭଳି ଦୃଢକ୍ତି ପାକିସ୍ତାନ କ୍ରିକେଟ ବୋର୍ଡକୁ ଶକ୍ତ ଝଟକା ଦେଇଛି । ତେବେ ଜୟ ଶାହାଙ୍କୁ ଏଭଳି ନିଷ୍ପତ୍ତି ନେଇ ଏହା ପୂର୍ବରୁ PCBର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା BCCIକୁ ପାଲଟା ଜବାବ ଦେବା ସହିତ କିଛି ଚେତାବନୀ ମଧ୍ୟ ଦେଇଥିଲେ ।

ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ତଥା ଏସିୟ କ୍ରିକେଟ ପରିଷଦର ସଭାପତି ଜୟ ଶାହଙ୍କ ସହିତ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନଜମ ସେଠୀଙ୍କ ସହିତ ବାହାରିନରେ ଏକ ଔପଚାରିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏସିଆ କପ ୨୦୨୩କୁ ଦୃଷ୍ଟିରେ ରଖି ବୈଠକ ଡାକିଥିଲେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ।

ଏହି ବୈଠକରେ ମୂଳ ଉଦ୍ଦେଶ୍ୟ ଏସିଆ କପର ଆୟୋଜନକୁ ନେଇ ଆଲୋଚନା ରହିଥିଲା । ତେବେ ଏହି ବୈଠକରେ ଯୋଗ ଦେଇ BCCI ସଚିବ ତଥା ACC ସଭାପତି ଜୟ ଶାହ ନିଜର ଚୂଡାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି । ସେ କହିଛନ୍ତି ଏସିଆ କପ ୨୦୨୩ ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ । ଏସିଆ କପ ୨୦୨୩ର ଆୟୋଜନକୁ ଅନ୍ୟ ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ତେବେ ଏହି ବୈଠକ ପରେ କୁହାଯାଉଛି ଏସିଆ କପ ୨୦୨୩ର ଆୟୋଜନ ଶ୍ରୀଲଙ୍କା କିମ୍ବା UAEରେ ହୋଇପାରେ । ହେଲେ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହଁ ।

୨୦୨୩ ଏସିଆ କପର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଥିଲା । ତେବେ ଏ ବାବଦରେ ACC ଅଧ୍ୟକ୍ଷ ତଥା BCCI ସଚିବ ଜୟ ଶାହ କହିଥିଲେ ଯେ, ଭାରତୀୟ ଟିମ୍‌ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ । ସୁରକ୍ଷା ଦୃଷ୍ଟିରୁ ଭାରତ ପାକିସ୍ତାନ ଖେଳିବାକୁ ଯିବନାହିଁ ବୋଲି କହିଥିଲେ ସେ । ଏହାକୁ ନେଇ BCCI ବିରୋଧରେ ପାକିସ୍ତାନ ବିଭିନ୍ନ ଅଭିଯୋଗ ଆଣିଥିଲା PCB । ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଉପରେ ବିଭିନ୍ନ ଆରୋପ ଲଗାଇଥିଲେ । ସେ କହିଥିଲେ BCCI ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାନ କରିବାକୁ ଚାହେଁ । ଏହା ସହିତ ରମିଜ ରାଜା ଆହୁରି ମଧ୍ୟ କହିଥିଲେ ଯଦି ଭାରତ ଏସିଆ କପ ଖେଳିବା ନେଇ ପାକିସ୍ତାନ ଗସ୍ତ କରିବ ନାହିଁ ତାହେଲେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ବକପ ଖେଳିବା ପାଇଁ ଭାରତ ଗସ୍ତ କରିବ ନାହିଁ ।

ସେପଟେ ଏସିଆ କପ୍‌ 2023 ପାଇଁ ଜାରି ହୋଇ ସାରିଛି ଖେଳ ସୂଚୀ । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି । ଏନେଇ ଏସୀୟ କ୍ରିକେଟ ପରିଷଦ ଅଧ୍ୟକ୍ଷ ଜୟ ଶାହ କ୍ରିକେଟ କ୍ୟାଲେଣ୍ଡର ଜାରି କରି ସୂଚନା ଦେଇଥିଲେ । ଭାରତ ଓ ପାକିସ୍ତାନ ସହ ଗ୍ରୁପ୍‌ରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ରହିଛନ୍ତି ।

ABOUT THE AUTHOR

...view details