ଓଡିଶା

odisha

ETV Bharat / sports

Ind vs Ire 2nd T20: ସିରିଜ ପୋଛିଲା ଭାରତ

ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟି-ଟ୍ବେଣ୍ଟିକୁ ଜିତି ନେଇଛି ଟିମ ଇଣ୍ଡିଆ । ଦୀପକ ଦୁଡ୍ଡାଙ୍କ ଧୂଆଁଧାର ଶତକ ଓ ସଞ୍ଜୁ ସାମସନଙ୍କ ପ୍ରଥମ ଅର୍ଦ୍ଧଶତକ ବଳରେ ଦଳ ଦ୍ବିତୀୟ ଟି-ଟ୍ବେଣ୍ଟି ସହ ସରିଜି ସିଲ କରିଛି ଭାରତ। ଅଧିକ ପଢନ୍ତୁ

ସିରିଜ ପୋଛିଲା ଭାରତ
ସିରିଜ ପୋଛିଲା ଭାରତ

By

Published : Jun 29, 2022, 8:28 AM IST

ଡବଲିନ:ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟି-ଟ୍ବେଣ୍ଟିକୁ ଜିତି ନେଇଛି ଟିମ ଇଣ୍ଡିଆ । ଦୀପକ ଦୁଡ୍ଡାଙ୍କ ଧୂଆଁଧାର ଶତକ ଓ ସଞ୍ଜୁ ସାମସନଙ୍କ ପ୍ରଥମ ଅର୍ଦ୍ଧଶତକ ବଳରେ ଦଳ ଦ୍ବିତୀୟ ଟି-ଟ୍ବେଣ୍ଟି ସହ ସରିଜି ସିଲ କରିଛି ଭାରତ । ଦୁର୍ବଳ ଆୟର୍ଲାଣ୍ଡ ବିପକ୍ଷରେ ବିଶାଳ ରନ କରି ବି ଗୋଟିଏ ମୁହୂର୍ତ୍ତରେ ଭାରତ ପାଇଁ ବିଜୟ କଷ୍ଟକର ହୋଇଥିଲା । ଶେଷ ଯାଏଁ ଆୟର୍ଲାଣ୍ଡ ଲଢେଇ କରିଥିଲା । ମାତ୍ର 4 ରନ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା ଆୟର୍ଲାଣ୍ଡ । ଫଳରେ ଭାରତ 2-0ରେ ସିରିଜି ପୋଛି ନେଇଛି ।

ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଇଶାନ କିଷନ ଓ ସଞ୍ଜୁ ସାମସନ ପାଳି ଆରମ୍ଭ କରିଥିଲେ । କିଷନ ମାତ୍ର 3 ରନ କରି ସଅଳ ପାଭିଲିୟନ ଫେରିଥିଲେ । ଏହାପରେ ଦୀପକ ହୁଡ୍ଡା ବ୍ୟାଟିଂ କରିବାକୁ ଆସିଥିଲେ । ଦୀପକ ଓ ସଞ୍ଜୁ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ବିସ୍ଫୋରକ ସଟ ଖେଳି ଦଳୀୟ ସ୍କୋର ଆଗକୁ ନେଇଥିଲେ । ଦୀପକ ହୁଡ୍ଡା 27 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସାମସନ ମଧ୍ୟ ତାଳ ଦେଇ ତାଙ୍କ ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିଥିଲେ । କ୍ରିଜରେ ଖାଲି ଚୌକା ଛକା ବର୍ଷା ହୋଇଥିଲା । 176 ରନର ରେକର୍ଡ ଭାଗିଦାରୀ ଗଠନ ହୋଇଥିଲା ।

ଦଳୀୟ ସ୍କୋର 189 ବେଳକୁ ସାମସନ 77 ରନ(9ଚୌକା ଓ 4 ଛକା) କରି ଆଉଟ ହୋଇଥିଲେ । ଆୟର୍ଲାଣ୍ଡ ବୋଲରଙ୍କ ପାଇଁ ହୁଡାଙ୍କୁ ଅଟକାଇବା ଅସମ୍ଭବ ଥିଲା । 55 ବଲରୁ ଶତକ ପୂରଣ କରିଥିଲେ ହୁଡ୍ଡା । 18 ତମ ଓଭରରେ ଜୋସ ଲିଟିଲ ଉଭୟ ହୁ଼ଡ୍ଡା ଓ ସୂର୍ଯ୍ୟକୁମାର (15)ଙ୍କୁ ଆଉଟ କରିଥିଲେ । ହୁଡ୍ଡା 57 ବଲ ଖେଳି 9 ଚୌକା ଓ 6 ଛକା ମାରି 104 ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ରହି ଦଳୀୟ ସ୍କୋରକୁ 225ରେ ପହଞ୍ଚାଇଥିଲେ । ସେ 9ଟି ବଲରେ 15 ରନ କରିଥିଲେ । କାର୍ତ୍ତିକ, ଅକ୍ଷର ପଟେଲ ଓ ହର୍ଷଲ ପଟେଲ ଖାତା ଖୋଲି ପାରିନଥିଲେ । ଭାରତ 7 ୱିକେଟ ହରାଇ 227 ରନ କରିଥିଲା ।

120 ବଲରେ 228 ରନ ବିଶାଳ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଆୟର୍ଲାଣ୍ଡ । ଦଳ ପାଇଁ ସ୍କୋର କରିବା ଅସମ୍ଭବ ହୋଇଥିଲେ ମଧ୍ୟ ଭାରତକୁ କଡ୍ଡା ଟକ୍କର ଦେଇଥିଲା । ଶେଷ ଯାଏଁ ଲଢେଇ କରିଥିଲା । ଦୁଇ ଓପନର ପଲ ଷ୍ଟର୍ଲିଂ ଓ ଆଣ୍ଡି ବଲବରିନ 72 ରନ ଭାଗିଦାରୀ କରିଥିଲେ । 18 ବଲରେ 40 ରନ କରି ଷ୍ଟର୍ଲିଂ ଆଉଟ ହୋଇଥିଲେ । ପରେ ଗ୍ୟାରେଥ ଖାତା ଖୋଲି ନପାରି ଆଉଟ ହୋଇଥିଲେ । 9 ଓଭରରେ ଦଳୀୟ ସ୍କୋର 100 ପାର ହୋଇଥିଲା । 11ତମ ଓଭରରେ ବାଲବରିନଙ୍କୁ ଆଉଟ କରିଥିଲେ ହର୍ଷଲ ପଟେଲ । ହ୍ୟାରୀ ଟେକ୍ଟର ଓ ଜର୍ଜ 47 ରନ ଭାଗିଦାରୀ କରିଥିଲେ । ଦଳୀୟ ସ୍କୋର 189 ବେଳକୁ ଟେକ୍ଟର 39 ରନରେ ଆଉଟ ହୋଇଥିଲେ । ଧୀରେ ଧୀରେ ଭାରତ ନିୟନ୍ତ୍ରଣକୁ ଆସିଥିଲା ମ୍ୟାଚ । ଶେଷ ଓଭରରେ ବିଜୟ ପାଇଁ ଦଳକୁ 17 ରନ ଆବଶ୍ୟକ ଥିଲା । ଉମ୍ରାନ ମାଲିକ ଏହି ଓଭରରେ 12 ରନ ପ୍ରଦାନ କରି ଆୟର୍ଲାଣ୍ଡକୁ ଅଟକାଇବାରେ ସଫଳ ହୋଇଥିଲେ । ଭାରତ 4 ରନରେ ମ୍ୟାଚ ଜିତି ସିରିଜ କବଜା କରିବାରେ ସଫଳ ହୋଇଛି ।

ABOUT THE AUTHOR

...view details