ଓଡିଶା

odisha

ETV Bharat / sports

ପ୍ରଥମ ଥର ପାଇଁ ୩ ଅଧିନାୟକ ନେଇ ଗସ୍ତ କରିବ ଟିମ୍‌ ଇଣ୍ଡିଆ, ଜାଣନ୍ତୁ ଦକ୍ଷିଣ ଆଫ୍ରିକା ଗସ୍ତର ସମ୍ପୂର୍ଣ୍ଣ ସୂଚୀ - ଦକ୍ଷିଣ ଆଫ୍ରିକା ଗସ୍ତର ସମ୍ପୂର୍ଣ୍ଣ ସୂଚୀ

ପ୍ରଥମ ଥର ପାଇଁ ୩ ଫର୍ମାଟ୍‌ରେ ୩ ଅଧିନାୟକ ନେଇ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଯାଉଛି ଟିମ୍‌ ଇଣ୍ଡିଆ । ନଜର ପକାନ୍ତୁ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତର ସମ୍ପୂର୍ଣ୍ଣ ସୂଚୀ ଉପରେ । ଅଧିକ ପଢ଼ନ୍ତୁ

ପ୍ରଥମ ଥର ପାଇଁ ୩ ଅଧିନାୟକ ନେଇ ଗସ୍ତ କରିବ ଟିମ୍‌ ଇଣ୍ଡିଆ
ପ୍ରଥମ ଥର ପାଇଁ ୩ ଅଧିନାୟକ ନେଇ ଗସ୍ତ କରିବ ଟିମ୍‌ ଇଣ୍ଡିଆ

By ETV Bharat Odisha Team

Published : Dec 5, 2023, 5:53 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳା ବିଜୟ ପରେ ଏବେ ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ ଟିମ୍‌ ଇଣ୍ଡିଆ । ଚଳିତ ଡିସେମ୍ବର ୧୦ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦, ଏକଦିବସୀୟ ଓ ଟେଷ୍ଟ ଶୃଙ୍ଖଳା ଅଭିଯାନ ଆରମ୍ଭ କରିବ ଭାରତୀୟ କ୍ରିକେଟ୍‌ ଦଳ । ସମସ୍ତ ତିନୋଟି ଫର୍ମାଟରେ ସେଠାରେ ଦ୍ବିପାକ୍ଷିକ ସିରିଜ୍‌ ଖେଳାଯିବ । ଏହି ଶୃଙ୍ଖଳାରେ ଭାରତୀୟ ଦଳକୁ ମୁଖ୍ୟ କୋଚ୍‌ ଭାବେ ପୁଣିଥରେ ରାହୁଲ ଦ୍ରାବିଡ ଫେରିବାକୁ ଥିବାବେଳେ ଦଳର ସମସ୍ତ ସପୋର୍ଟ ଷ୍ଟାଫ୍‌ ପୁଣିଥରେ ନିଜ କାର୍ଯ୍ୟକୁ ଫେରିବେ । ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ଥର ପାଇଁ ୩ ଫର୍ମାଟ୍‌ରେ ଭିନ୍ନ ଭିନ୍ନ ଅଧିନାୟକଙ୍କୁ ନେଇ ଗସ୍ତ କରିବ ଟିମ୍‌ ଇଣ୍ଡିଆ । ନଜର ପକାନ୍ତୁ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତର ସମ୍ପୂର୍ଣ୍ଣ ସୂଚୀ ଉପରେ ।

୩ ଫର୍ମାଟ୍‌ରେ ୩ ଅଧିନାୟକ: ସାଧାରଣତଃ ଅଲଗା ଦେଶରେ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ଅଲଗା ଅଲଗା ଅଧିନାୟକ ନିଯୁକ୍ତ ହୋଇଥିବା ଦେଖିବାକୁ ମିଳିଥାଏ । ହେଲେ ଭାରତୀୟ ଦଳରେ ଏଭଳି ବହୁତ କ୍ବଚିତ ଦେଖାଯାଏ । ନିୟମିତ ଅଧିନାୟକ ଦଳ ସହ କୌଣସି ରାଷ୍ଟ୍ରକୁ ଗସ୍ତ କରିଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତି ବା ଆହତଜନିତ ସମସ୍ୟାରେ ଉପଅଧିନାୟକ ଦଳର ନେତୃତ୍ବ ନେଇଥାନ୍ତି । ହେଲେ ପ୍ରଥମ ଥର ପାଇଁ ଭାରତୀୟ ଦଳ ୩ ଫର୍ମାଟ୍‌ରେ ୩ ଭିନ୍ନ ଅଧିନାୟକଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଯାଉଛି । ନିୟମିତ ଅଧିନାୟକ ରୋହିତ ଶର୍ମା ସୀମିତ ଓଭର କ୍ରିକେଟ୍‌ରୁ ସାମୟିକ ବ୍ରେକ୍‌ ନେଇଥିବାରୁ ଦିନିକିଆ ଓ ଟି୨୦ ଶୃଙ୍ଖଳା ପାଇଁ ନୂଆ ଅଧିନାୟକ ନିଯୁକ୍ତ କରିଛି ବିସିସିଆଇଷ ଦିନିକିଆରେ କେଏଲ୍‌ ରାହୁଲ ଓ ଟି୨୦ରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଛି ନେତୃତ୍ବ । ହେଲେ ଟେଷ୍ଟ ଶୃଙ୍ଖଳାରେ କମାଣ ସମ୍ଭାଳିବେ ନିଜେ ରୋହିତ ଶର୍ମା ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ ବିପକ୍ଷ ସିରିଜ୍‌ ପାଇଁ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା, ମାର୍କ୍ରମଙ୍କୁ ମିଳିଲା ନେତୃତ୍ୱ

ଦକ୍ଷିଣ ଆଫ୍ରିକା ଗସ୍ତରେ ଡିସେମ୍ବର ୧୦ରୁ ଭାରତ ପ୍ରଥମେ ଟି୨୦ ଶୃଙ୍ଖଳାରୁ ଆରମ୍ଭ କରିବ ଅଭିଯାନ । ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳା ପରେ ଆରମ୍ଭ ହେବ ଏକଦିବସୀୟ ଶୃଙ୍ଖଳା । ଏହା ମଧ୍ୟ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ରହିବ । ଶେଷରେ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୨୦୨୪ ଜାନୁଆରୀରେ ସ୍ବଦେଶ ଫେରିବ ଭାରତ ।

ଟି୨୦ ସିରିଜ୍‌ କ୍ରୀଡ଼ାସୂଚୀ:

୧୦ ଡିସେମ୍ବର- ପ୍ରଥମ ଟି୨୦ (ଡର୍ବାନ୍‌)

୧୨ ଡିସେମ୍ବର- ଦ୍ବିତୀୟ ଟି୨୦ (ଜିକେବେରହା)

୧୪ ଡିସେମ୍ବର- ତୃତୀୟ ଟି୨୦ (ଜୋହାନ୍ସବର୍ଗ)

ଟି୨୦ ସିରିଜ୍‌ ପାଇଁ ଭାରତୀୟ ସ୍କ୍ବଡ୍‌: ଯଶସ୍ବୀ ଜୈସ୍‌ୱାଲ, ଶୁଭମନ୍‌ ଗିଲ୍‌, ଋତୁରାଜ ଗାଏକ୍‌ୱାଡ୍‌, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟସ ଆୟର, ଇଶାନ କିଷାନ (ୱିକେଟ୍‌କିପର), ଜିତେଶ ଶର୍ମା (ୱିକେଟ୍‌କିପର), ରବୀନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୂଳଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହର

ଦିନିକିଆ ସିରିଜ୍‌ କ୍ରୀଡ଼ାସୂଚୀ:

୧୭ ଡିସେମ୍ବର- ପ୍ରଥମ ଦିନିକିଆ (ଜୋହାନ୍ସବର୍ଗ)

୧୯ ଡିସେମ୍ବର- ଦ୍ବିତୀୟ ଦିନିକିଆ (ଜିକେବେରହା)

୨୧ ଡିସେମ୍ବର- ତୃତୀୟ ଦିନିକିଆ (ପାର୍ଲ)

ଦିକିନିଆ ସିରିଜ୍‌ ପାଇଁ ଭାରତୀୟ ସ୍କ୍ବାଡ୍‌: ଋତୁରାଜ ଗାଏକ୍‌ୱାଡ୍‌, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପାଟିଦାର, କେଏଲ୍‌ ରାହୁଲ (ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟସ ଆୟର, ସଞ୍ଜୁ ସାମ୍‌ସନ୍‌, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅଭେଶ ଖାନ, ଅର୍ଶଦୀପ ସିଂହ, ମୁକେଶ କୁମାର, ଦୀପକ ଚହର

ଟେଷ୍ଟ ସିରିଜ୍‌ କ୍ରୀଡ଼ାସୂଚୀ:

୨୬-୩୦ ଡିସେମ୍ବର- ପ୍ରଥମ ଟେଷ୍ଟ (ସେଞ୍ଚୁରିଅନ୍)

୩-୭ ଜାନୁଆରୀ- ଦ୍ବିତୀୟ ଟେଷ୍ଟ (କେପ୍ ଟାଉନ୍)

ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ସ୍କ୍ବାଡ୍‌: ରୋହିତ ଶର୍ମା (ଅଧିୟନାକ), ଶୁଭମନ୍‌ ଗିଲ୍‌, ଯଶସ୍ବୀ ଜୈସ୍‌ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକ୍‌ୱାଡ୍‌, ଈଶାନ କିଷାନ (ୱିକେଟକିପର), କେଏଲ୍‌ ରାହୁଲ (ୱିକେଟକିପର), ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ମହମ୍ମଦ ଶାମି, ମୁକେଶ କୁମାର, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା (ଉପଅଧିନାୟକ), ପ୍ରସିଦ୍ଧ କ୍ରିଷ୍ଣା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details