ତ୍ରିନିଦାଦ:ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବାକୁ ତ୍ରିନିଦାଦ୍ରେ ପହଞ୍ଚିଲା ଭାରତୀୟ ଟି-୨୦ ସ୍କ୍ବାଡ୍ । ଏହାକୁ ନେଇ ଭଡିଓ ଟ୍ବିଟ୍ କରି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ସ୍କ୍ବାଡ୍ରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଅଲ୍ରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ବିନ, କାର୍ତ୍ତିକ, ପ୍ରମୁଖ ସାମିଲ ରହିଛନ୍ତି ।
T-20 ସିରିଜ ପାଇଁ ୱେଷ୍ଟଇଣ୍ଡିଜ୍ରେ ପହଞ୍ଚିଲା ଭାରତୀୟ ଟିମ୍ - ୱେଷ୍ଟଇଣ୍ଡିଜ୍ରେ ପହଞ୍ଚିଲା ଭାରତୀୟ ଟି୨୦ ସ୍କ୍ବାଡ୍
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବାକୁ ତ୍ରିନିଦାଦ୍ରେ ପହଞ୍ଚିଲା ଭାରତୀୟ ଟି-୨୦ ସ୍କ୍ବାଡ୍ । ଏହାକୁ ନେଇ ଭଡିଓ ଟ୍ବିଟ୍ କରି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ
ଭାରତ ସହ ଦିନିକିଆ ସିରିଜ୍ ପରେ ଟି-୨୦ ସିରିଜ ଖେଳିବ ୱେଷ୍ଟଇଣ୍ଡିଜ । ଜୁଲାଇ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ୍ରେ ମୋଟ ୩ଟି ମ୍ୟାଚ୍ ଖେଳାଯିବ । ବର୍ତ୍ତମାନ ଶିଖର ଧୱନଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ୍ ସିଲ୍ କରି ସାରିଛି । ଜୁଲାଇ ୨୭ରେ ଦିନିକିଆ ସିରିଜ୍ର ଶେଷ ଦିନିକିଆ ଖେଳାଯିବ ।
ସେପଟେ ଦିନିକିଆ ସରିଜ ଜିତିବା ପରେ ଭାରତୀୟ ଦଳ ମସ୍ତି କରିଥିବା ଦେଖା ଯାଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ସୂର୍ଯ୍ୟ କୁମାର ଯାଦବ । ଫୋଟରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ପତ୍ନୀ, ଶୁଭମନ୍ ଗିଲ୍, ଅର୍ଶଦୀପ ସିଂହ ପ୍ରମୁଖ ସାମିଲ ଥିବା ଦେଖା ଯାଇଛି ।