ପାର୍ଲ:ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆରେ ଭାରତକୁ ଭଲ ଆରମ୍ଭ ମିଳିବା ପରେ ମଧ୍ୟ ବିଜୟ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ପ୍ରଥମ ୱିକେଟ ପାଇଁ ଖାତାରେ ୪୬ ରନ୍ ଯୋଡ଼ିବା ପରେ କେ.ଏଲ ରାହୁଲଙ୍କୁ ଆଉଟ କରିଥିଲେ ମକ୍ରମ । ଏହାପରେ ବିରାଟ କୋହଲି ଓ ଶିଖର ଧୱନଙ୍କ ମଧ୍ୟରେ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ମିଶି ଦଳୀୟ ଖାତାରେ ୯୨ ରନ୍ ଯୋଡ଼ି ଥିଲେ ।
ଏହି ସମୟରେ କମ୍ବ୍ୟାକ୍ ମ୍ୟାଚ୍ରେ ଅର୍ଦ୍ଧ ଶତକ ହାସଲ କରିଥିଲେ ଶିଖର ଧୱନ । ତା ସହିତ ବିରାଟ କୋହଲି ମଧ୍ୟ ଅର୍ଦ୍ଧ ଶତକ ହାସଲ କରିଥିଲେ । ତେବେ ଶିଖର ଧୱନ ୭୯ ରନ୍ରେ ଖେଳୁଥିବା ବେଳେ ସେ ଦକ୍ଷିଣ ଆଫ୍ରିକାର ସ୍ପିନର ମହାରାଜ ତାଙ୍କୁ ବୋଲ୍ଡ କରି ପାଭେଲିୟନ ରାସ୍ତା ଦେଖାଇ ଥିଲେ । ଏହାପରେ କୋହଲି ମଧ୍ୟ ଏକ ବଡ଼ ସଟ୍ ଖେଳିବା ଆଶାରେ ସ୍ପିନର ତବ୍ରେଜ୍ ସାମସିଙ୍କ ବଲ୍ରେ ଆଉଟ ହୋଇ ପୁଣି ଶତକରୁ ବଞ୍ଚିତ ହୋଇଛନ୍ତି ।