ଓଡିଶା

odisha

ETV Bharat / sports

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-20 ଭାରତୀୟ ଦଳ; ବରିଷ୍ଠଙ୍କୁ ବିଶ୍ରାମ, ପାଣ୍ଡ୍ୟା ଅଧିନାୟକ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-20 ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ବ ଦିଆଯାଇଥିବା ବେଳେ ତିଲକ ବର୍ମା ଓ ଯଶସ୍ବୀ ଜୈସ୍ବାଲଙ୍କୁ ସାମିଲ କରାଯାଇଛି ।

By

Published : Jul 6, 2023, 9:30 AM IST

india vs westindies t20i series
indian team for t20i series against westindies

ନୂଆଦିଲ୍ଲୀ:ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବରିଷ୍ଠ ଖେଳାଳି ଯେପରି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିବା ବେଳେ ସୂର୍ଯ୍ୟକୁମାରଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଯଶସ୍ବୀ ଜୈସ୍ବାଲ ଓ ତିଲକ ବର୍ମାଙ୍କୁ 15 ଜଣିଆ ସ୍କ୍ବାଡ୍‌ରେ ସ୍ଥାନ ମିଳିଛି । ନବ ନିଯୁକ୍ତ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଅଧୀନରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ବେଣ୍ଟି ଦଳ ଘୋଷଣା ହୋଇଛି ।

ଏହା ବି ପଢନ୍ତୁ...Indian Team for West Indies Tour: ରୋହିତ-କୋହଲିଙ୍କର ବିକଳ୍ପ ନାହିଁ, ଟେଷ୍ଟରୁ ପୂଜାରାଙ୍କୁ ଛୁଟି

ବରିଷ୍ଠ ଖେଳାଳି ଯେପରି ରୋହିତ ଶର୍ମା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି । ପ୍ରଥମ ଥର ପାଇଁ ଯଶସ୍ବୀ ଜୈସ୍ବାଲ ଓ ତିଳକ ବର୍ମାଙ୍କୁ ଟି-ଟ୍ବେଣ୍ଟି ଦଳରେ ସାମିଲ କରାଯାଇଛି । ଜୈସ୍ବାଲଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଦଳରେ ମଧ୍ୟ ସ୍ଥାନ ମିଳିଛି । ତିଲକ ବର୍ମା ବର୍ତ୍ତମାନ ଦୁଲୀପ ଟ୍ରଫି ଖେଳୁଛନ୍ତି । ସଞ୍ଜୁ ସାମସନ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଇଶାନ କିଷନ ୱିକେଟକିପର ଭାବେ ସ୍ଥାନ ବଜାୟ ରଖିଛନ୍ତି ।

ରିଙ୍କୁ ସିଂହଙ୍କୁ ମିଳିଲାନି ସୁଯୋଗ:ଆଇପିଏଲରେ କେକେଆର ଫ୍ରାଞ୍ଚାଇଜରୁ ଖେଳୁଥିବା ରିଙ୍କୁ ସିଂହଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା । ମାତ୍ର ତାଙ୍କୁ ଟି-ଟ୍ବେଣ୍ଟି ଦଳରେ ସୁଯୋଗ ମିଳିନାହିଁ । ସେହିପରି ଋତୁରାଜ ଗାଏକ୍ବାଡ, ଜିତେଶ ଶର୍ମାଙ୍କୁ ଟି-20 ଦଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଥିଲା ମାତ୍ର ଏହି 3ଜଣଙ୍କୁ ସୁଯୋଗ ମିଳିନାହିଁ । ରିଙ୍କୁ ସିଂହ ଆଇପିଏଲରେ 14 ମ୍ୟାଚ ଖେଳି 474 ରନ କରିଥିଲେ ।

ଏହା ବି ପଢନ୍ତୁ...BCCI ଚୟନ କମିଟି ଅଧ୍ୟକ୍ଷ ଅଗରକରଙ୍କ ରେକର୍ଡ, ଯାହା ସଚିନ କରିନଥିଲେ ତାହା ସେ କରିଥିଲେ

ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-20 ସିରିଜ ପୂର୍ବରୁ ଭାରତ ଦୁଇଟି ଟେଷ୍ଟ ଓ 3ଟି ଦିନିକିଆ ମ୍ୟାଚ ଖେଳିବ । ଏହା ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବ ଭାରତ । ଜୁଲାଇ 12ରୁ 16 ପ୍ରଥମ ଟେଷ୍ଟ, ଜୁଲାଇ 20ରୁ 24 ଦ୍ବିତୀୟ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଜୁଲାଇ 27, 29, ଅଗଷ୍ଟ 1ରେ 3ଟି ଦିନିକିଆ ମ୍ୟାଚ ଖେଳାଯିବ । ଏହାପରେ ଅଗଷ୍ଟ 3, 6, 8, 12 ଓ 13 ତାରିଖରେ 5 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳିବ ଭାରତ ।

15ଜଣିଆ ଭାରତୀୟ ଟି-ଟ୍ବେଣ୍ଟି ଦଳ:ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ(ଉପଅଧିନାୟକ), ଇଶାନ କିଷନ, ଶୁଭମନ ଗିଲ, ଯଶସ୍ବୀ ଜୈସ୍ବାଲ, ତିଲକ ବର୍ମା, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୟୁଝବେନ୍ଦ୍ର ଚହଲ, କୂଳଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍‌ରାନ ମଲିକ, ଅଭେଶ ଖାନ, ମୁକେଶ କୁମାର ।

ABOUT THE AUTHOR

...view details