ଲଣ୍ଡନ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନ ଭାରତ ପାଇଁ କିଛି ଶୁଭଙ୍କର ସାବ୍ୟସ୍ତ ହୋଇଛି । ତୃତୀୟ ଦିନ ଆରମ୍ଭ ହେଉ ଭାରତୀୟ ବୋଲର ଖୁବଶୀଘ୍ର ଇଂଲଣ୍ଡର ଦୁଇଟି ବ୍ୟାଟସମ୍ୟାନଙ୍କୁ ପାଭେଲିୟନ ପଠାଇଥିଲା । ଏହାପରେ ପଡ଼ିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ କେ.ଏଲ ରାହୁଲ ଜଗି ରଖି ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା । ତେବେ ଦଳୀୟ ସ୍କୋର ୩୪ ରନ ହୋଇଥିବା ବେଳେ କ୍ରେଗ ଓଭରଟନଙ୍କ ବଲରେ ଆଉଟ ହୋଇଥିଲେ କେ.ଏଲ ରାହୁଲ ।
ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଚେତେଶ୍ବର ପୂଜାରା । ଖରାପ ପ୍ରଦର୍ଶନ ପାଇଁ କଡ଼ା ସମାଲୋଚନାର ଶିକାର ହୋଇଥିବା ପୂଜାରା ଦାୟିତ୍ବର ସହ ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା । ରୋହିତ ଶର୍ମା ଓ ପୂଜାରାଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ ଦଳୀୟ ସ୍କୋର ୧୧୬ ରନ ହୋଇଥିବା ବେଲେ ରୋହିତ ଶର୍ମା ରବିନସନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପାଭେଲିୟନକୁ ଫେରିଥିଲେ ।