ଓଡିଶା

odisha

ETV Bharat / sports

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲିଲେ ଭାରତୀୟ କ୍ରିକେଟ ଟିମ

ବର୍ଡର ଗାଭାସ୍କର ଟ୍ରଫି ଦ୍ବିତୀୟ ଟେଷ୍ଟ ସିରିଜରେ ବିଜୟ ହାସଲ ପରେ ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲିଛନ୍ତି ଭାରତୀୟ କ୍ରିକେଟ ଟିମ । ଅଧିକ ପଢନ୍ତୁ

pradhanmantri sangrahalaya
team india visit pradhanmantri sangrahalaya

By

Published : Feb 20, 2023, 11:46 AM IST

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଦ୍ବିତୀୟ ଟେଷ୍ଟ ସିରିଜରେ କଙ୍ଗାରୁ ଦଳକୁ ମାତ ଦେଇଛି ଭାରତୀୟ ଦଳ । ଅଢେଇ ଦିନରେ ଖେଳ ଖତମ କରି 2-0ରେ ଆଗୁଆ ରହିଛି ରହିଛି ଟିମ ଇଣ୍ଡିଆ । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ବିଜୟ ହାସଲ କରିଛି ଭାରତୀୟ ଦଳ । ଏହା ପରେ ଜାତୀୟ ରାଜଧାନୀ ଦିଲ୍ଲୀ ତିନି ମୂର୍ତ୍ତୀ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲିଛନ୍ତି ଭାରତୀୟ କ୍ରିକେଟ ଟିମ ।

ସ୍ବାଧୀନ ଭାରତର ପରେ ଦେଶ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ପହଞ୍ଚିଥିଲେ ଭାରତୀୟ ଟିମ । ଏହାପରେ ଦଳର ସମସ୍ତ ଖେଳାଳିଙ୍କୁ ଉତ୍ତରୀୟ ପକାଇ ସ୍ବାଗତ କରାଯାଇଥିଲା । ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ, ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସୂର୍ଯ୍ୟକୁମାର ଯାଦବ, ଚେତେଶ୍ବର ପୂଜାରା ଆଦି ପ୍ରମୁଖ ଖେଳାଳିଙ୍କ ସହ ଟିମ ସଂଗ୍ରହାଳୟ ବୁଲିଥିଲେ । ସମସ୍ତ 14 ପ୍ରଧାନମନ୍ତ୍ରୀଙ୍କ ଜୀବନଦର୍ଶନକୁ କ୍ରିକେଟଙ୍କୁ ଦେଖାଇଥିଲେ ସଂଗ୍ରହାଳୟ ଦାୟିତ୍ବରେ ଥିବା ଅଧିକାରୀ । ଟିମ ଇଣ୍ଡିଆ ସଂଗ୍ରହାଳୟ ବୁଲିଥିବାର ଏକ ଭିଡିଓ ବିସିସିଆଇ ପକ୍ଷରୁ ଟ୍ବିଟ କରାଯାଇଛି ।

ଏହା ବି ପଢନ୍ତୁ...Border Gavaskar Trophy 2nd Test: ଦିଲ୍ଲୀରେ ଧୂଳି ଚାଟିଲା ଅଷ୍ଟ୍ରେଲିଆ, ଭାରତ ୨-୦ରେ ଆଗୁଆ

ଫେବୃଆରୀ 9 ତାରିଖରୁ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟର ପ୍ରଥମ ଟେଷ୍ଟ ନାଗପୁରରେ ଖେଳାଯାଇଥିଲା ଯାହାକୁ 132ରନରେ ଜିତିଥିଲା ଭାରତ । ଏହାପରେ 17 ତାରିଖରୁ ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଦ୍ବିତୀୟ ଟେଷ୍ଟ ଖେଳାଯାଇଥିଲା । ଯାହାକୁ ଆଗୁଆ କବଜା କରି ନେଇଛି ଟିମ ଇଣ୍ଡିଆ । ଜାଡେଜା 10 ୱିକେଟ ଅକ୍ତିଆର କରିଥିଲେ । ମାର୍ଚ୍ଚ 1ରୁ 5 ତାରିଖ ଯାଏ ଇନ୍ଦୋରରେ ତୃତୀୟ ଟେଷ୍ଟ ଖେଳାଯିବ ଏହା ପରେ ଅହମ୍ମଦାବାଦରେ ମାର୍ଚ୍ଚ 9ରୁ 13 ଯାଏ ଚତୁର୍ଥ ଟେଷ୍ଟ ଖେଳାଯିବ ।

ପ୍ରକାଶ ଥାଉକି, ଜାତୀୟ ରାଜଧାନୀ ଦିଲ୍ଲୀ ତିନି ମୂର୍ତ୍ତୀ ମାର୍ଗରେ ଗତବର୍ଷ ଏପ୍ରିଲ 14ରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦଘାଟନ କରିଥିଲେ । ସ୍ବାଧୀନ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ମ୍ୟୁଜିୟମ ଉତ୍ସର୍ଗ କରାଯାଇଛି । 45 ଏକର ଜମିରେ 271 କୋଟି ଖର୍ଚ୍ଚରେ ଏହି ସଂଗ୍ରହାଳୟ ତିଆରି ହୋଇଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କଠୁ ନେଇ 14ଜଣ ପ୍ରଧାନମନ୍ତ୍ରୀଙ୍କ ଜୀବନଦର୍ଶନକୁ ଏହି ସଂଗ୍ରହାଳୟରେ ସଂଗୃହିତ କରାଯାଇଛି । ସଂଗ୍ରହାଳୟକୁ ଯିବା ପାଇଁ ଅନଲାଇନରେ 100ଟଙ୍କା ଟିକେଟ ଥିବାବେଳେ ଅଫଲାଇନରେ 110ଟଙ୍କା ରହିଛି । ବିଦେଶୀଙ୍କ ପାଇଁ 750 ଟିକେଟ ରହିଛି ।

ABOUT THE AUTHOR

...view details