ନୂଆଦିଲ୍ଲୀ:ଆସନ୍ତା 18 ତାରିଖରୁ ଆୟର୍ଲାଣ୍ଡ ଗସ୍ତ କରିବ ଭାରତ । ଯଶପ୍ରୀତ ବୁମାରଙ୍କ ନେତୃତ୍ବରେ ଆୟର୍ଲାଣ୍ଡ ବିପକ୍ଷରେ 3ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ । ଦଳର କୋଚ ଭାର ଲକ୍ଷ୍ମଣଙ୍କୁ ଦିଆଯିବା ନେଇ ଆଲୋଚନା କରାଯାଉଥିଲା ମାତ୍ର କୋଚ ଦାୟିତ୍ବ ଭିଭି ଏସ ଲକ୍ଷ୍ମଣ ନୁହନ୍ତି ସୀତାଂଶୁ କୋଟାକ ତୁଲାଇବେ ।
ଅଗଷ୍ଟ 18, 20 ଓ 23 ତାରିଖରେ ଡବଲିନରେ ମ୍ୟାଚ୍ ଖେଳାଯିବ । ଏନେଇ ଯଶପ୍ରୀତ ବୁମାରଙ୍କ ନେତୃତ୍ବରେ 15 ଜଣିଆ ଦଳ ଘୋଷଣା ସରିଛି । ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀର ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ ବୋଲି ବିସିସିଆଇ ଅଧିକାରୀ ସୂଚନା ଦେଇଛନ୍ତି । ବିସିସିଆଇ ଅଫିସିଆଲଙ୍କ ସୂଚନା ଅନୁଯାୟୀ, ଏନ୍ସିଏ ମୁଖ୍ୟ ଭିଭିଏସ ଲକ୍ଷ୍ମଣ ମୁଖ୍ୟ କୋଚ ଭାବେ ଭାରତୀୟ ଦଳ ସହ ଆୟର୍ଲାଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ସେ ବିସିସିଆଇ ହାଇଫରଫର୍ମାନ୍ସ ଶିବିର ଦେଖାରେଖା କରିବେ । ଏହା ଅଗଷ୍ଟ 16ରୁ ସେପ୍ଟମ୍ବର 5 ତାରିଖ ଯାଏଁ ଚାଲିବ । ତେଣୁ ବିସିସିଆଇ ସୀତାଂଶୁ କୋଟାକ ଓ ବୋଲିଂ କୋଚ ସାଇରାଜଙ୍କୁ ଭାରତୀୟ ଦଳ ସହ ଆୟର୍ଲାଣ୍ଡ ପଠାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
ଏହା ବି ପଢନ୍ତୁ...ଆୟର୍ଲାଣ୍ଡ ସିରିଜ ପାଇଁ ଦଳ ଘୋଷଣା, ଟିମ୍କୁ ଫେରି ନେତୃତ୍ୱ ନେବେ ଯଶପ୍ରୀତ ବୁମରା