ଓଡିଶା

odisha

ETV Bharat / sports

IND VS WI: ଆଜି ଅନ୍ତିମ ଟି୨୦, ବିଜୟ ଲକ୍ଷ୍ୟରେ ଭାରତ

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଟି୨୦ । 5 ଟିକିଆ ମ୍ୟାଚରୁ 3ଟି ମ୍ୟାଚ୍‌ ଜିତି ଶୃଙ୍ଖଳା ଜିତି ସାରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

By

Published : Aug 7, 2022, 1:37 PM IST

Updated : Aug 7, 2022, 3:23 PM IST

IND VS WI: ଆଜି ଅନ୍ତିମ ଟି୨୦, ବିଜୟ ଲକ୍ଷ୍ୟରେ ଭାରତ
IND VS WI: ଆଜି ଅନ୍ତିମ ଟି୨୦, ବିଜୟ ଲକ୍ଷ୍ୟରେ ଭାରତ

ଫ୍ଲୋରିଡା:ଆଜି (ରବିବାର) ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି-ଟ୍ବେଣ୍ଟି ଖେଳାଯିବ । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ 3-1ରେ ସିରିଜି ଜିତି ସାରିଛି । ଆଜିର ମ୍ୟାଚକୁ ଜିତି ମାନ୍ୟତା ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବ ଭାରତ । ସେହିପରି 5ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତିଥିବା ଇଣ୍ଡିଜ ଦଳ ଆଜି ମ୍ୟାଚକୁ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ଜିତିଥିଲା । ଦ୍ବିତୀୟ ମ୍ୟାଚ୍‌ଟିକୁ ୱେଷ୍ଟ ଇଣ୍ଡିଜ ଜିତିଥିଲା । ତୃତୀୟ ଓ ଚତୁର୍ଥ ମ୍ୟାଚକୁ ଜିତି ସିରଜ କବଜା କରି ନେଇଛି ଟିମ ଇଣ୍ଡିଆ ।

ଶନିବାର ଖେଳାଯାଇଥିବା ଚତୁର୍ଥ ଟି-ଟ୍ବେଣ୍ଟିକୁ 59 ରନରେ ଜିତି ନେଇଛି ଭାରତ । ଦଳଗତ ପ୍ରଦର୍ଶନ ସହ ବୋଲରଙ୍କ ଘାତକ ବୋଲିଂ ଆଗରେ ଟଳମଳ ହୋଇଥିଲେ ଇଣ୍ଡିଂଜ ବ୍ୟାଟର । ଆଜିର ମ୍ୟାଚରେ ମଧ୍ୟ ଦଳର ସମାନ ପ୍ରଦର୍ଶନ ଆଶା କରୁଛନ୍ତି କ୍ରିକେଟ ପ୍ରେମୀ । ପ୍ରଦର୍ଶନରେ ଯେପରି କୌଣସି ତ୍ରୁଟି ନ ରୁହେ ସେଥିପ୍ରତି ଅଧିନାୟକ ରୋହିତ ଶର୍ମାଙ୍କୁ ଦୃଷ୍ଟି ଦେବାକୁ ହେବ । ପ୍ରଥମ ମ୍ୟାଚ୍‌ ଓ ଚତୁର୍ଥ ମ୍ୟାଚ୍‌ରେ ଅଧିନାୟକ ଭଲ ବ୍ୟାଟିଂ କରିଥିଲେ । ଆଜି ମଧ୍ୟ ତାଙ୍କ ବ୍ୟାଟକୁ କିଛି ଭଲ ଆଶା କରାଯାଉଛି । ଦଳର ଯୁବ ବୋଲର ଫୁଲ ଜୋସରେ ଅଛନ୍ତି ।

ଆଜି ଇଣ୍ଡିଜ ଦଳର ବ୍ୟାଟରଙ୍କୁ ଅଟକାଇବାକୁ ନୂଆ ରଣନୀତି ନେଇ ପଡିଆକୁ ଓହ୍ଲାଇବେ ଭାରତୀୟ ବୋଲର । ସେପଟେ ଶେଷ ଟି-ଟ୍ବେଣ୍ଟି ଜିତିବାକୁ ଇଣ୍ଡିଜ ଆଜି କଳ ବଳ କୌଶଳ ଲଗାଇ ଦେବ । କେବଳ ଗୋଟିଏ ମ୍ୟାଚ ଜିତି ସମ୍ମାନ ରଖଛି ଦଳ । ଆଜିର ମ୍ୟାଚକୁ ଜିତିବାକୁ ହେଲେ ଦଳକୁ ପୂର୍ବ ତ୍ରୁଟିକୁ ସୁଧାରିବାକୁ ହେବ । ଅଧିନାୟକ ନିକୋଲସ ପୋରନଙ୍କ ନେତୃତ୍ବରେ ନୂଆ ରଣନୀତି ସହ ପଡିଆକୁ ଓହ୍ଲାଇବ ଇଣ୍ଡିଜ ଦଳ ।

Last Updated : Aug 7, 2022, 3:23 PM IST

ABOUT THE AUTHOR

...view details