ନୂଆଦିଲ୍ଲୀ:ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଛି ଭାରତ । ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟି୨୦ ବିଶ୍ବକପ । ଏନେଇ ଆଜି (ଗୁରୁବାର) ଅଷ୍ଟ୍ରେଲିଆ ଗସ୍ତ କରିଛି ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ବରେ ୧୪ ଜଣିଆ ଟିମ୍ର ଅଷ୍ଟ୍ରେଲିଆ ଗସ୍ତ କରିଛି । ୨୩ରେ ପାକିସ୍ତାନକୁ ଭେଟିବ ଭାରତ ।
ଆଘାତ ସମସ୍ୟା ପାଇଁ ଟି-20 ବିଶ୍ବକପ ଦଳରୁ ବାଦ ପଡିଛନ୍ତି ଜଶପ୍ରୀତ ବୁମରା । ତାଙ୍କ ସ୍ଥାନରେ ଷ୍ଟାଣ୍ଡବାଏ ଖେଳାଳି ରହିଥିବା ମହମ୍ମଦ ସାମିଙ୍କୁ ସାମିଲ କରାଯିବା ନେଇ ସୂଚନା ମିଳିଛି । ବୁମରାଙ୍କ ବଦଳ ଖେଳାଳି ବିନା ଅଷ୍ଟ୍ରେଲିଆ ଗସ୍ତ କରିଛି । ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ସିରିଜରେ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଥିଲା । ଟି-ଟ୍ବେଣ୍ଟି ବିଶ୍ବକପରେ ବୁମରାଙ୍କ ସ୍ଥାନରେ ମହମ୍ମହ ସାମିଙ୍କୁ ସ୍ଥାନ ମିଳିପାରେ । ହେଲେ ଏଯାଏ ବିସିସିଆଇ ପକ୍ଷରୁ କାହା ନାମ ଘୋଷଣା କରାଯାଇନାହିଁ । ବୁମରାଙ୍କ ସ୍ଥାନରେ ସାମି ଓ ଦୀପକ ଚହରଙ୍କୁ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି ।
ଏହା ବି ପଢନ୍ତୁ...ICC Rankings: ଦ୍ୱିତୀୟ ସ୍ଥାନରେ Sky, ରିଜୱାନଙ୍କଠୁ ମାତ୍ର 16 ପଏଣ୍ଟରେ ପଛରେ