ଓଡିଶା

odisha

ETV Bharat / sports

IND VS WI 3rd ODI: ଭାରତର କ୍ଲିନ ସୁଇପ, 119 ରନରେ ବାଜି ମାରିଲା ଇଣ୍ଡିଆ - ଭାରତ ବନାମ ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ

ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଅନୁଷ୍ଠିତ 3 ମ୍ୟାଚ ବିଶିଷ୍ଟ ଦିନିକିଆକୁ ଜିତି ନେଇଛି ଟିମ ଇଣ୍ଡିଆ । ବୁଧବାର ଅନୁଷ୍ଠିତ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ ଭାରତ କରିଛି । ବର୍ଷା ବାଧାପ୍ରାପ୍ତ ଅନ୍ତିମ ଦିନିକିଆରେ ଭାରତ 119 ରନରେ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

ଭାରତର କ୍ଲିନ ସୁଇପ
ଭାରତର କ୍ଲିନ ସୁଇପ

By

Published : Jul 28, 2022, 8:47 AM IST

ପୋର୍ଟ ଅଫ ସ୍ପେନ: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଅନୁଷ୍ଠିତ 3 ମ୍ୟାଚ ବିଶିଷ୍ଟ ଦିନିକିଆକୁ ଜିତି ନେଇଛି ଟିମ ଇଣ୍ଡିଆ । ବୁଧବାର ଅନୁଷ୍ଠିତ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ ଭାରତ କରିଛି । ବର୍ଷା ବାଧାପ୍ରାପ୍ତ ଅନ୍ତିମ ଦିନିକିଆରେ ଭାରତ 119 ରନରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ 36 ଓଭରରେ 3 ୱିକେଟ ହରାଇ 225 ରନ କରିଥିଲା । ବର୍ଷା ହେବାରୁ ଡକ ୱର୍ଥ ଲୁଇସ ନିୟମ ଅନୁଯାୟୀ ଘରୋଇ ଦଳ ଆଗରୁ ବିଜୟ ପାଇଁ 35 ଓଭରରେ 257 ରନ କରିବାକୁ ଧାର୍ଯ୍ୟ ହୋଇଥିଲା । ଇଣ୍ଡିଜ ଦଳ 26 ଓଭରରେ ମାତ୍ର 137 ରନ କରିବାକୁ ସକ୍ଷମ ହୋଇଥିଲେ । ଭାରତର ଶୁଭମନ ଗିଲଙ୍କ ଅପରାଜିତ 98 ରନ ପାଇଁ ସେ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଅଧିନାୟକ ଧାୱନ ଓ ଶୁଭମନ ଗିଲ ଦର୍ଶନୀୟ ସଟ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଧାୱନ 62 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । 23 ତମ ଓଭରରେ ଇଣ୍ଡିଜର ହେଡେନ ୱାଲ୍ସ ଏ ଯୋଡିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଧାୱନ 58 (7ଚୌକା) ରନ କରି ଆଉଟ ହୋଇଥିଲେ । ଶୁଭମନ ଗିଲ ବ୍ୟାଟିଂ ଜାରି ରଖିଥିଲେ । ପ୍ରଥମ ୱିକେଟ ପରେ ଶ୍ରେୟାସ ଆୟର କ୍ରିଜକୁ ଆସିଥିଲେ । ଗିଲ ଓ ଆୟାର ମିଶି ଦଳୀୟ ସ୍କୋରକୁ 115ରନରେ ପହଞ୍ଚାଇଥିଲେ । ଏହା ପରେ ବର୍ଷା ହୋଇଥିଲା । ଅଢେଇ ଘଣ୍ଟା ପରେ ପୁଣି ଖେଳ ଆରମ୍ଭ ହୋଇଥିଲା । ମ୍ୟାଚକୁ 40 ଓଭର ବିଶିଷ୍ଟ କରାଯାଇଥିଲା । ଗିଲ ଓ ଆୟର ଦ୍ବିତୀୟ ୱିକେଟରେ 86 ରନ ସଂଗ୍ରହ କରିଥିଲେ । ଦଳୀୟ ସ୍କୋର 199 ବେଳକୁ ଆୟର 44 (4ଚୌକା,1ଛକା) କରି ଆଉଟ ହୋଇଥିଲେ । ପରେ ସୂର୍ଯ୍ୟକୁମାର 8ରନ କରି ସଅଳ ପାଭିଲିୟନ ଫେରିଥିଲେ । ଶୁଭମନ ଗିଲ ଦୃଢ ବ୍ୟାଟିଂ କରି ଦଳୀୟ ସ୍କୋରକୁ 225ରେ ପହଞ୍ଚାଇଥିଲେ । ପୁଣି ବର୍ଷା ହୋଇଥିଲା ଫଳରେ ଭାରତର ଇନିଂସ ସମାପ୍ତି ଘୋଷଣା ହୋଇଥିଲା । 36 ଓଭରରେ ଭାରତ 3 ୱିକେଟ ହରାଇ 225 ରନ କରିଥିଲା । ଶୁଭମନ ଗିଲ ଅପରାଜିତ 98 (7ଚୌକା,2 ଛକା) ରନ କରିଥିଲେ ।

ଇଣ୍ଡିଜ ସମ୍ମୁଖରେ ବିଜୟ ପାଇଁ 35 ଓଭରରେ 257 ରନ ଟାର୍ଗେଟ ରହିଥିଲା । ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଦ୍ବିତୀୟ ଓଭରରେ ହିଁ ମହମ୍ମଦ ସିରାଜ ଓ ଉଭୟ କେଲି ମେୟର୍ସ ଓ ସାମରା ବ୍ରୁକ୍ସଙ୍କୁ ଆଉଟ କରିଥିଲେ । ମଧ୍ୟଭାଗରେ କିଙ୍ଗସ ଲଢୁଆ ବ୍ୟାଟିଂ କରିଥିଲେ । ହେଲେ ତାହା ଦଳ ପାଇଁ ଯଥେଷ୍ଟ ନଥିଲା । ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରିନଥିଲେ । ନିୟମିତ ବ୍ୟବଧାନରେ ଘରୋଇ ଦଳ ୱିକେଟ ହରାଇ 137ରେ ଅଲ ଆଉଟ ହୋଇଥିଲା । କିଙ୍ଗ (5ଚୌକା,1ଛକା), ପୁରନ 42(5ଚୌକା,1ଛକା) ରନ କରିଥିଲେ । ଭାରତ ପକ୍ଷରୁ ୟୁଝବେନ୍ଦ୍ର ଚହଲ 4ଟି ୱିକେଟ ଅକ୍ତିଆର କରିଥିଲେ ।

ABOUT THE AUTHOR

...view details