ଓଡିଶା

odisha

ETV Bharat / sports

Asia Cup 2023: ପୁଣି ଗର୍ଜିଲା ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌, ନେପାଳ ବିପକ୍ଷ ମ୍ୟାଚ୍‌ରେ କଲେ ଏହି ରେକର୍ଡ - ପୁଣି ଗର୍ଜିଲା ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌

ଦୀର୍ଘଦିନର ନୀରବତା ପରେ ପୁଣି ଗର୍ଜିଲା ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌ । ନେପାଳ ବିପକ୍ଷ ମ୍ୟାଚ୍‌ରେ ୫ ଛକା ସହ ଏମିତି ରେକର୍ଡ କଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଅଧିକ ପଢ଼ନ୍ତୁ

ନେପାଳ ବିପକ୍ଷ ମ୍ୟାଚ୍‌ରେ ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ
ନେପାଳ ବିପକ୍ଷ ମ୍ୟାଚ୍‌ରେ ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ

By ETV Bharat Odisha Team

Published : Sep 5, 2023, 9:23 PM IST

ପାଲ୍ଲେକଲ: ସୋମବାର ନେପାଳ ବିପକ୍ଷ ମ୍ୟାଚ୍‌ରେ ପୁଣିଥରେ ଗର୍ଜିଛି ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌ । ଦୀର୍ଘ ଦିନ ଧରି ଶାନ୍ତ ପଡିଥିବା ରୋହିତଙ୍କ ବ୍ୟାଟରୁ ପୁଣି ଥରେ ଦେଖିବାକୁ ମିଳିଛି ଜଲୱା । ଏସିଆ କପ୍‌ ୨୦୨୩ରେ ନେପାଳ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୫୯ଟି ବଲ୍‌ରେ ୫ଟି ଛକା ଏବଂ ୬ଟି ଚୌକା ବଳରେ ୭୪ ରନ୍‌ର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟୀ କରାଇବା ସହିତ ସୁପର-୪ରେ ପହଞ୍ଚାଇଥିଲେ ଅଧିନାୟକ ରୋହିତ ଶର୍ମା । ତେବେ ଏହି ବିଜୟ ସହ ଓପନ୍‌ ବ୍ୟାଟର୍‌ ଭାବେ ଅନେକ କୀର୍ତ୍ତିମାନ ହାସଲ କରିଛନ୍ତି ହିଟ୍‌ମ୍ୟାନ ।

୨୦୦୭ରେ ଆନ୍ତର୍ଜତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା । ହେଲେ ତାଙ୍କ କ୍ୟାରିୟରର ପ୍ରଥମ କିଛି ବର୍ଷ ସେତେଟା ଭଲନଥିଲା । କିନ୍ତୁ ୨୦୧୩ ଆଇସିସି ଚମ୍ପିଆନ୍‌ସିପ୍‌ ଟୁର୍ଣ୍ଣାମେଣ୍ଟ ତାଙ୍କ କ୍ୟାରିୟରରେ ଟର୍ଣ୍ଣିଂ ପଏଣ୍ଟ୍‌ ସାଜିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ହିଁ ପ୍ରଥମ ଥର ପାଇଁ ରୋହିତ ଓପନର ଭାବେ ନୂଆ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ଟିମ୍‌ ଇଣ୍ଡିଆକୁ ମିଳିଥିଲେ ଜଣେ ଶ୍ରେଷ୍ଠ ଓପନର । ତେବେ ନେପାଳ ବିପକ୍ଷ ମ୍ୟାଚ୍‌ରେ ରୋହିତ ଶର୍ମା ୫ଟି ଛକା ମାରିଥିଲେ । ଏହାସହିତ ଏସିଆ କପ୍‌ର ଦିନିକିଆ ଫର୍ମାଟରେ ଭାରତ ପାଇଁ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରୋହିତ ମିଳିତ ଭାବେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ଏହି ତାଲିକାରେ ସୌରଭ ଗାଙ୍ଗୁଲି ଶୀର୍ଷରେ ରହିଛନ୍ତି । ୨୦୦୦ରେ ବାଂଲାଦେଶ ବିପକ୍ଷରେ ଗାଙ୍ଗୁଲି ୭ ଛକା ମାରିଥିଲେ । ମହେନ୍ଦ୍ର ସିଂ ଧୋନୀ ଦ୍ବିତୀୟ ସ୍ଥାନରେ ଅଛନ୍ତି । ସେ ୨୦୦୮ରେ ହୋଟିଏ ଇନିଂସ୍‌ରେ ୬ଟି ଛକା ମାରିଥିଲେ । ନେପାଳ ବିପକ୍ଷରେ ରୋହିତ ୫ଟି ଛକା ମାରିଥିଲେ ଏହି ତାଲିକାର ତୃତୀୟକୁ ଆସିଛନ୍ତି । ସୁରେଶ ରାଇନା ଏବଂ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ପ୍ରତ୍ୟେକ ୫ଟି ଲେଖାଏଁ ଛକା ମାରି ଏହି ତାଲିକାରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: 10 ୱିକେଟ୍‌ରେ ନେପାଳକୁ ହରାଇ ସୁପର-୪ରେ ଭାରତ

ଉଲ୍ଲେଖଯୋଗ୍ୟ ଯେ, ରୋହିତ ଶର୍ମା ଭାରତ ପାଇଁ ୫୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩,୬୭୭ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୦ଟି ଶତକ ଏବଂ ୧୫ଟି ଅର୍ଦ୍ଧଶତକ ରହିଛି । ଏହାଛଡ଼ା ୨୪୬ଟି ଦିନିକିଆ ମ୍ୟାଚ୍‌ରୁ ସେ ୯,୯୨୨ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ୩୦ଟି ଶତକ ଏବଂ ୪୯ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ଦିନିକିଆ କ୍ରିକେଟ୍‌ରେ ୨୬୪ ରନ୍‌ ତାଙ୍କର ସର୍ବାଧିକ ସ୍କୋର ରହିଛି । ସେହିପରି ୧୪୮ ଟି୨୦ ମ୍ୟାଚ୍‌ ଖେଳି ୩,୮୫୩ ରନ୍‌ ସଂଗ୍ରହ କରିଛନ୍ତି ହିଟ୍‌ମ୍ୟାନ୍‌ । ଯେଉଁଥିରେ ୪ଟି ଶତକ ଏବଂ ୨୯ଟି ଅର୍ଦ୍ଧଶତକ ରହିଛି । ଟି୨୦ କ୍ରିକେଟରେ ୧୧୮ ରନ୍‌ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details