କେପଟାଉନ(ଦକ୍ଷିଣ ଆଫ୍ରିକା):ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରଜର ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ପାଇଁ ରବିବାର ଅଭ୍ୟାସ ଆରମ୍ଭ କରିଛି ଟିମ ଇଣ୍ଡିଆ । ଜାନୁଆରୀ ୧୧ରୁ ୧୫ କେପ ଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି । ତୃତୀୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଖେଳାଳିଙ୍କ ଅଭ୍ୟାସ ସମୟର ଭିଡିଓ ସେୟାର କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ।
ଦ୍ବିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ହରାଇ ଟେଷ୍ଟ ସିରିଜ ୧-୧ରେ ବରାବର କରିଛି । ମ୍ୟାଚ୍ ପରେ ଟିମ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ତୃତୀୟ ଟେଷ୍ଟରେ ଟିମକୁ ଫେରିବା ନେଇ ଆଶାବାଦୀ ଥିବା କହିଥିଲେ । ଭର୍ଟୁଆଲ ସାମ୍ବାଦିକ ସମ୍ମିଳନୀରେ ଦ୍ରାବିଡ କହିଛନ୍ତି, "ବିରାଟ କୋହଲି ତୃତୀୟ ଟେଷ୍ଟ ପାଇଁ ସଂପୂର୍ଣ୍ଣ ଫିଟ୍ ହୋଇଯିବେ ବୋଲି ଆଶା । ନିଜର ଫିଟ୍ନେସ ଅଭ୍ୟାସ ସେସନରେ ପରୀକ୍ଷା କରିବାକୁ ବିରାଟଙ୍କ ପାଖେ ସୁଯୋଗ ରହିବ । କେପ୍ ଟାଉନରେ ଏକାଧିକ ନେଟ୍ ସେସନ ଉପଯୋଗୀ ସାବ୍ୟସ୍ତ ହେବ ।"
ଏହାମଧ୍ୟ ପଢନ୍ତୁ: 3rd test: କେପଟାଉନ୍ରେ ପହଞ୍ଚିଲା ଟିମ ଇଣ୍ଡିଆ, ଟିମ ହୋଟେଲରେ ଭବ୍ୟ ସ୍ବାଗତ