ହାଇଦ୍ରାବାଦ:ଆଫଗାନିସ୍ତାନର ଜାତୀୟ କ୍ରିକେଟ ଟିମ ସୌଭାଗ୍ୟକ୍ରମେ UAEରେ ଖେଳାଯାଉଥିବା ଚଳିତ ଟି-୨୦ ବିଶ୍ବକପରେ ଅଂଶଗ୍ରହଣ କରିପାରିଛି । ତେବେ ପରବର୍ତ୍ତୀ ସମୟରେ ୧୧ଜଣିଆ ସ୍କ୍ବାଡ୍ ବୋଧହୁଏ ବିଶ୍ବକପ୍ ଭଳି ହାଇ ପ୍ରୋଫାଇଲ ଇଭେଣ୍ଟରେ ପ୍ରତିନ୍ଦନ୍ଦ୍ବିତା କରିନପାରେ । କାରଣ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଏଯାବତ ଚୁଡାନ୍ତ ନିଷ୍ପତ୍ତି କରିନାହିଁ ଯେ ଆଫଗାନ ଟିମକୁ ନିଲମ୍ବିତ କରାଯିବ କିମ୍ବା ଖେଳିବାକୁ ଅନୁମତି ଦିଆଯିବ ।
କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ, ICC ବଳପୂର୍ବକ ଆଫଗାନିସ୍ତାନର କ୍ଷମତା ହାତେଇଥିବା ତାଲିବାନକୁ ଚିହ୍ନେ ନାହିଁ । ଏକ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଜଣାପଡିଛି ଯେ, ଅଗଷ୍ଟ ୧୫ରେ ତାଲିବାନ କାବୁଲ କବଜା କରିବା ପୂର୍ବରୁ ICC ଟି-୨୦ ବିଶ୍ବକପ ଚୂଡାନ୍ତ ସୂଚୀ ପ୍ରସ୍ତୁତ କରିସାରିଥିଲା । ଫଳରେ ଶେଷ ମୂହୂର୍ତ୍ତରେ ଟିମକୁ ଅଯୋଗ୍ୟ ଘୋଷିତ କରିପାରିଲା ନାହିଁ ।