ଓଡିଶା

odisha

ETV Bharat / sports

11 ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ 7 ବିଶ୍ବକପ ଖେଳିଛନ୍ତି ପରେରା

7ଟି ବିଶ୍ବକପରେ ଶ୍ରୀଲଙ୍କାକୁ ପ୍ରତିନିଧିତ୍ବ କରିଥିବା ଯୋଗୁଁ ସେ ଗର୍ବିତ ବୋଲି କହିଛନ୍ତି ପରେରା । ଅଧିକ ପଢନ୍ତୁ...

Take pride in the fact that I represented Sri Lanka in 7 World Cups: Thisara Perera
11 ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ 7 ବିଶ୍ବକପ ଖେଳିଛନ୍ତି ପରେରା

By

Published : May 3, 2021, 7:53 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା ପରେ ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପରେରାଙ୍କ ବଡ ବୟାନ ।

7ଟି ବିଶ୍ବକପରେ ଶ୍ରୀଲଙ୍କାକୁ ପ୍ରତିନିଧିତ୍ବ କରିଥିବା ଯୋଗୁଁ ସେ ଗର୍ବିତ ବୋଲି କହିଛନ୍ତି ପରେରା । 11 ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ 7ଟି ବିଶ୍ବକପ ଖେଳିଛନ୍ତି ଶ୍ରୀଲଙ୍କା ଅଲରାଉଣ୍ଡର ।

ପରେରା ସୋମବାର ନିଜର ଅବସର ନେଇ ଘୋଷଣା କରିଥିଲେ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଏନେଇ ଚିଠି ପ୍ରଦାନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିବାର ଏହା ଉପଯୁକ୍ତ ସମୟ, ଏହାଦ୍ବାରା ଯୁବ ଓ ପ୍ରତିଭାବାନ ଖେଳାଳିଙ୍କୁ ଅଧିକ ସୁଯୋଗ ମିଳିପାରିବ । ଏହି ନିଷ୍ପତ୍ତି ସହ ବ୍ୟକ୍ତିଗତ ଲକ୍ଷ୍ୟ ଓ ପାରିବାରିକ ଜୀବନ ନେଇ ଅଧିକ ସମୟ ଦେଇପାରିବେ ବୋଲି ସେ ଦର୍ଶାଇଛନ୍ତି ।

ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସମସ୍ତ କ୍ୟାପଟେନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାଥୀଖେଳାଳି, ପୂର୍ବତନ ଓ ବର୍ତ୍ତମାନର ଶ୍ରୀଲଙ୍କା କ୍ରିକେଟ ବୋର୍ଡର କାର୍ଯ୍ୟନିବାହୀ ସଦସ୍ୟ, ମ୍ୟାନେଜମେଣ୍ଟ, ଶ୍ରୀଲଙ୍କା କ୍ରିକେଟର ଷ୍ଟାଫ୍‌ ସମସ୍ତଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ପରେରା ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ 6ଟି ଟେଷ୍ଟ ଖେଳିବାର ସୁଯୋଗ ପାଇଛନ୍ତି ଓ 203 ରନ୍‌ ସଂଗ୍ରହ କରିଛନ୍ତି । 11ଟି ୱିକେଟ ମଧ୍ୟ ତାଙ୍କ ନାମରେ ରହିଛି ।

ବାମହାତୀ ବ୍ୟାଟ୍ସମ୍ୟାନ କିନ୍ତୁ ସୀମିତ ଓଭର ଫର୍ମାଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଶ୍ରୀଲଙ୍କା ପକ୍ଷରୁ 166ଟି ଏକଦିବସୀୟ ମ୍ୟାଚ ଖେଳିଥିବାବେଳେ 2,338 ରନ୍‌ ସଂଗ୍ରହ କରିଛନ୍ତି ।

ଦିନିକିଆ ଫର୍ମାଟରେ 175 ୱିକେଟ ମଧ୍ୟ ନିଜ ନାମରେ କରିଛନ୍ତି । ସେହିପରି ଟି20 କ୍ୟାରିୟରରେ 1,204 ରନ୍‌ ସହ 51 ୱିକେଟ ଅକ୍ତିଆର କରିଛନ୍ତି । 2016 ପର୍ଯ୍ୟନ୍ତ ସେ ଇଣ୍ଡିଆନ ପ୍ରିମିୟର ଲିଗର ସଦସ୍ୟ ରହିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ, କୋଚି ଟସ୍କର କେରଳ ଓ ରାଇଜିଂ ପୁନେ ସୁପରଜିଆଣ୍ଟସ ପକ୍ଷରୁ ଖେଳିଛନ୍ତି ।

2014 ଟି20 ବିଶ୍ବକପ ବିଜୟୀ ଶ୍ରୀଲଙ୍କା ସ୍କ୍ବାଡର ସଦସ୍ୟ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details