ଓଡିଶା

odisha

By

Published : Oct 24, 2021, 6:15 AM IST

ETV Bharat / sports

ସୁପର ସନ୍‌ଡେରେ ସୁପର ଫାଇଟ୍‌, ପାକିସ୍ତାନକୁ ପୁଣି ହରାଇବାକୁ ପ୍ରସ୍ତୁତ ଭାରତ

ଦୁଇ ବର୍ଷପରେ କ୍ରିକେଟ ମଇଦାନରେ ରବିବାର ପୁଣି ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଅଧିକ ପଢନ୍ତୁ...

T20 WORLD CUP 2021 INDIA VS PAKISTAN MATCH PREVIEW
ସୁପର ସନ୍‌ଡେରେ ସୁପର ଫାଇଟ୍‌, ପାକିସ୍ତାନକୁ ପୁଣି ହରାଇବାକୁ ପ୍ରସ୍ତୁତ ଭାରତ

ଦୁବାଇ: ବିଶ୍ବ କ୍ରିକେଟ'ର ବର୍ତ୍ତମାନ ପିଢିର କିଛି ଭେଟେରାନ ଷ୍ଟାର୍‌ରେ ଭରପୁର ଟିମ ଇଣ୍ଡିଆ ICC ପୁରୁଷ ଟି-୨୦ ବିଶ୍ବକପରେ ରବିବାର କିଛି ଅଜଣା ଚେହେରା ଥିବା ପାକିସ୍ତାନ ଟିମକୁ ପୁଣିଥିରେ ଚିତ୍‌ପଟାଙ୍ଗ୍‌ କରିବାକୁ ପ୍ରସ୍ତୁତ । ପ୍ରାୟ ଦୁଇ ବର୍ଷପରେ କ୍ରିକେଟ ମଇଦାନରେ ପୁଣି ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ।

ICCର କୌଣସି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । କାରଣ ଦୁଇ ଦେଶର ସଂପର୍କ ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ବହୁତ କମ୍‌ ମ୍ୟାଚ୍‌ ଏହି ଦୁଇ ଟିମରେ ଖେଳାଯାଉଛି । ଏପରିକି କେବଳ ICC ଇଭେଣ୍ଟରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେଉଥିବାରୁ ଦର୍ଶକଙ୍କ ଉତ୍ସାହ ସର୍ବୋଚ୍ଚ ସ୍ତରରେ ରହିଥାଏ ।

ଯଦି ଆଇସିସିର ଦିନିକିଆ ଓ ଟି-୨୦ ବିଶ୍ବକପରେ ରେକର୍ଡ କଥା କୁହାଯାଏ, ତେବେ ପାକିସ୍ତାନ ବିପକ୍ଷରେ ସମସ୍ତ ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ଭାରତ । ୨୦୦୭ରେ ଟି-୨୦ ବିଶ୍ବକପ ଆରମ୍ଭ ହେବାପରେ ଭାରତୀୟ ଟିମ ପାକିସ୍ତାନକୁ ୫ଟି ମୁକାବିଲାରେ ପରାସ୍ତ କରିସାରିଛି । ଏହି ବିଜୟ ଅଭିଯାନକୁ ବଜାୟ ରଖିବାକୁ ବିରାଟ କୋହଲିଙ୍କ ଟିମ ସଂପୂର୍ଣ୍ଣ ଜୋର୍‌ ଲଗାଇବେ ।

ସ୍କ୍ବାଡ୍‌:

ଭାରତ: ବିରାଟ କୋହଲି(କ୍ୟାପଟେନ୍‌), ରୋହିତ ଶର୍ମା(ଭାଇସ କ୍ୟାପଟେନ୍‌), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଶାର୍ଦ୍ଦୁଳ ଠାକୁର, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜଶପ୍ରୀତ ବୁମରା, ମହମ୍ମଦ ସାମି, ଭୁବନେଶ୍ବର କୁମାର, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର ।

ପାକିସ୍ତାନ:ବାବର ଆଜମ(କ୍ୟାପଟେନ୍‌), ମହମ୍ମଜ ରିଜୱାନ, ପଖର ଜମନ, ମହମ୍ମଦ ହାଫିଜ, ସୋଏବ ମଲିକ, ହସନ ଅଲୀ, ହାରିସ ରୌଫ, ସାହିନ ଶାହ ଆଫ୍ରିଦୀ, ଇମାଦ ୱାସିମ, ସଦାବ ଖାନ, ମହମ୍ମଦ ନୱାଜ, ଆସିଫ ଅଲୀ, ହାଇଦର ଅଲୀ, ସର୍ଫରାଜ ଅହମ୍ମଦ, ମହମ୍ମଦ ୱାସିମ, ସୋଏବ ମକସୁଦ ।‌

ଭାରତ ବିପକ୍ଷରେ ୧୨ ଜଣିଆ ପାକିସ୍ତାନ ସ୍କ୍ବାଡ:

ବାବର ଆଜମ (କ୍ୟାପଟେନ୍‌), ଆସିଫ ଅଲି, ଫଖର ଜମନ, ହାଇଦର ଅଲୀ, ମହମ୍ମଦ ରିଜୱାନ(ୱିକେଟ କିପର), ଇମାଦ ୱାସିମ, ମହମ୍ମଦ ହାଫିଜ, ସଦାବ ଖାନ(ଭାଇସ କ୍ୟାପଟେନ), ସୋଏବ ମଲିକ, ହାରିସ ରୌଫ, ହାସଲ ଅଲୀ, ସାହିନ ଶାହ ଆଫ୍ରିଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details