ଓଡିଶା

odisha

T20 World Cup: ମିୟାପନଙ୍କ ହ୍ୟାଟ୍ରିକ ବେକାର, ୭୯ ରନରେ ଶ୍ରୀଲଙ୍କାଠୁ ହାରିଲା UAE

By

Published : Oct 18, 2022, 6:20 PM IST

ଅଷ୍ଟ୍ରେଲଆରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଆଜି ତୃତୀୟ ଦିନ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା । ଏହାର ଜବାବରେ UAE ୧୭.୧ ଓଭରରେ ୧୦ ୱିକେଟ ହରାଇ ୭୩ ରନ କରିଥିଲା । ଅଧିକ ପଢନ୍ତୁ

T20 World Cup : କାର୍ତ୍ତିକ ମିୟାପନଙ୍କ ହ୍ୟାଟ୍ରିକ ବେକାର, ୭୯ ରନରେ ଶ୍ରୀଲଙ୍କାଠାରୁ ହାରିଲା UAE
T20 World Cup : କାର୍ତ୍ତିକ ମିୟାପନଙ୍କ ହ୍ୟାଟ୍ରିକ ବେକାର, ୭୯ ରନରେ ଶ୍ରୀଲଙ୍କାଠାରୁ ହାରିଲା UAE

ଗିଲଙ୍ଗ: ଅଷ୍ଟ୍ରେଲଆରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଆଜି ତୃତୀୟ ଦିନ । ଏହି ମେଗା ଟୁର୍ଣ୍ଣମେଣ୍ଟରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଜାରି ରହିଛି । ଆଜି ଷଷ୍ଠ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଶ୍ରୀଲଙ୍କା ଏବଂ UAE ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ UAE କୁ ୭୯ ରନରେ ହରାଇ ଶ୍ରୀଲଙ୍କା ସହଜ ବିଜୟ ଲାଭ କରିଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା । ଏହାର ଜବାବରେ UAE ୧୭.୧ ଓଭରରେ ୧୦ ୱିକେଟ ହରାଇ ୭୩ ରନ କରିଥିଲା । ସେପଟେ UAEର କାର୍ତ୍ତିକ ମିୟାପନ ଚଳିତ ବର୍ଷ ଟି-୨୦ ବିଶ୍ବକପରେ ପ୍ରଥମ ହ୍ୟାଟ୍ରିକ ୱିକେଟ ନେଇଥିଲେ ।

UAE ଠାରୁ ବ୍ୟାଟିଂ ଆମନ୍ତ୍ରଣ ପାଇଁ ମଇଦାନକୁ ଓହ୍ଲାଇଥିଲା ଶ୍ରୀଲଙ୍କା । ପଥୁମ ନିଶଙ୍କାଙ୍କ ଧୂଆଁଧାର ଇନିଂସ ବଳରେ ଶ୍ରୀଲଙ୍କା ୧୫୨ ରନ କରିବାକୁ ସକ୍ଷମ ହୋଇପାରିଥିଲା । ଆରମ୍ଭରୁ ଓପନିଂ ଯୋଡି ଭଲ ପାଳି ଆରମ୍ଭ କରିଥିଲେ । ୪.୪ ଓଭରରେ ଶ୍ରୀଲଙ୍କା ପ୍ରଥମ ୱିକେଟ ହରାଇଥିଲା । ତୃତୀୟ ବ୍ୟାଟଂ ଅର୍ଡରରେ ଧନଞ୍ଜୟ ଡି ସିଲଭା ପଥୁମ ନିଶଙ୍କା ସହ ପାର୍ଟନରସିପରେ ଦଳୀୟ ସ୍କୋରକୁ ଆଗକୁ ବଢାଇବାରେ ସହାୟକ ହୋଇଥିଲେ । ହେଲେ ଧନଞ୍ଜୟ ଡି ସିଲଭା ୩୩ ରନ କରି ଆଉଟ ହୋଇଥିଲେ । ଏହାପରେ ଶ୍ରୀଲଙ୍କାର ନିୟମିତ ବ୍ୟବଧାନରେ ୱିକେଟ ପଡିଥିଲା । ହେଲେ ପଥୁମ ନିଶଙ୍କା ଆତ୍ମବିଶ୍ବାସର ସହିତ ବ୍ୟାଟିଂ ଜାରି ରଖିଥିଲେ । ସେ ୬୦ ବଲରୁ ୭୪ ରନର ଦମଦାର ଇନିଂସ ଖେଳିଥିଲେ । ସେହିପରି କୁଶଲ ମେଣ୍ଡିସ ୧୮ ରନ କରି ଆଉଟ ହୋଇଥିଲେ । ଏହି ତିନି ଜଣ ବ୍ୟାଟରଙ୍କୁ ଛାଡିଦେଲେ ଶ୍ରୀଲଙ୍କାର ଅନ୍ୟ କୌଣସି କ୍ରିକେଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । UAEର କାର୍ତ୍ତିକ ମିୟାପନ ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ଜହୁର ଖାନ ୨ ଟି ଏବଂ ଅଫଜଲ ଖାନ, ଆର୍ଯାନ ଲାକ୍ରା ଗୋଟିଏ ୱିକେଟ ନେଇଥିଲେ ।

୧୫୩ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା UAE । ହେଲେ UAE ର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଚିରାଗ ସୁରି ୧୪ ରନ, ଅଫଜଲ ଖାନ ୧୯ ରନ, ଜୁନାଇଦ ସିଦିକି ୧୮ ରନ କରି ଆଉ ହୋଇଥିବା ବେଳେ ଅନ୍ୟ କୌଣସି କ୍ରିକେଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଥିଲେ । ଶ୍ରୀଲଙ୍କାର ୱେନିନ୍ଦୁ ହସରଙ୍ଗା ଏବଂ ଦୁଷ୍ମନ୍ତ ଚମିରା ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ମହେଶ ଥିକଶାନା ୨ ଟି ଏବଂ ଦାସୁନ ଶନକା, ପ୍ରମୋଦ ମଧୁସୂଦନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ABOUT THE AUTHOR

...view details