ପର୍ଥ:ଭାରତର ବ୍ୟାଟିଂ ବିପର୍ଯ୍ୟୟ ପରେ ମହଙ୍ଗା ବୋଲିଂ । ଦକ୍ଷିଣ ଆଫ୍ରିକାଠାରୁ ୫ ୱିକେଟରେ ପରାସ୍ତ ହେଲା ଭାରତ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୩୩ ରନ୍ କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଏଡେନ ମାକ୍ରମ ଓ ଡେଭିଡ୍ ମିଲର ଅର୍ଦ୍ଧଶତକ ପାଳି ଖେଳି ଦଳକୁ ଗ୍ରୁପ୍-2ର ଶୀର୍ଷରେ ପହଞ୍ଚାଇଛନ୍ତି।
T20 World Cup: ଭାରତର ବିଜୟ ରଥ ରୋକିଲା ଦକ୍ଷିଣ ଆଫ୍ରିକା, ୫ ୱିକେଟରେ ବିଜୟୀ ପ୍ରୋଟିଆଜ୍ - South Africa won by 5 wickets
ଭାରତର ବ୍ୟାଟିଂ ବିପର୍ଯ୍ୟୟ ପରେ ମହଙ୍ଗା ବୋଲିଂ । ଦକ୍ଷିଣ ଆଫ୍ରିକାଠାରୁ ୫ ୱିକେଟରେ ପରାସ୍ତ ହେଲା ଭାରତ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୩୩ ରନ୍ କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ୫ ୱିକେଟ ହରାଇ ୧୩୭ ରନ୍ କରିଛି । ଏଡେନ ମାକ୍ରମ ଓ ଡେଭିଡ୍ ମିଲର ଅର୍ଦ୍ଧଶତକ ପାଳି ଖେଳିଛନ୍ତି । ଅଧିକ ପଢନ୍ତୁ
134 ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା । ପ୍ରାରମ୍ଭରୁ ଦକ୍ଷିଣ ଆଫ୍ରିକାର ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଦମଦାର ଫର୍ମରେ ଥିବା କ୍ବିଣ୍ଟନ ଡି କକ୍ ଓ ରିଲେ ରୁସୋଙ୍କୁ ଅର୍ଶଦୀପ ସିଂହ ସଅଳ ପାଭଲିୟନ ପଠାଇ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ରବିଚନ୍ଦ୍ରନ ଅଶ୍ବୀନ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କ ଆଗରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ତାଙ୍କର ବେପରୁଆ ବୋଲିଂ ପାଇଁ ଆଜି ଭାରତ ହାତରୁ ମ୍ୟାଚ ଛଡାଇ ନେଇଛି ଦକ୍ଷିଣ ଆଫ୍ରିକା । ସେପଟେ ଏଡେନ୍ ମାକ୍ରମ ଓ ଡେଭିଡ ମିଲରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପାଳି ଦକ୍ଷିଣ ଆଫ୍ରିକାକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲା । ଏଡେନ ମାକ୍ରମ ୪୧ ବଲରୁ ୬ ଟି ଚୌକା ଏବଂ ଗୋଟିଏ ଛକା ସହିତ ୫୨ ରନର ଦମଦାର ଇନିଂସ ଖେଳିଛନ୍ତି । ଡେଭିଡ ମିଲର ୪୬ ବଲରୁ ୪ଟି ଚୌକା ଏବଂ ୩ଟି ଛକା ସହିତ ୫୯ ରନ୍ କରି ଅପରାଜିତ ରହିଥିଲେ । ଅର୍ଶଦୀପ ସିଂ ୨ଟି ୱିକେଟ ନେଇଛନ୍ତି । ସେହିପରି ମହମ୍ମଦ ସାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ସେପଟେ ରବିଚନ୍ଦ୍ରନ ଅଶ୍ବୀନ ଗୋଟିଏ ୱିକେଟ୍ ନେଇଥିବା ବେଳେ ୪ ଓଭରରେ ୪୩ ରନ୍ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ହେଲେ ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ ଆଗରେ ବିଫଳ ହୋଇଥିଲେ ଭାରତୀୟ ବ୍ୟାଟର । ସୂର୍ଯ୍ୟକୁମାର ଯାଦବଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୧୩୩ ରନ୍ କରିବାରେ ସକ୍ଷମ ହୋଇପାରିଛି । ସେ ୪୦ ବଲରୁ ୩ଟି ଛକା ଏବଂ ୬ଟି ଚୌକା ସହିତ ସର୍ବାଧିକ ୬୮ ରନ୍ର ଧୂଆଁଦାର ଇନିଂସ ଖେଳିଥିଲେ । ରୋହିତ ଶର୍ମା ୧୫ ରନ କରିଥିବା ବେଳେ ବିରାଟ କୋହଲି ୧୨ ରନ କରିଥିଲେ । ଏହି ତିନି ଜଣ ବ୍ୟାଟରଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନାହାଁନ୍ତି । ସେପଟେ ଦକ୍ଷିଣ ଆଫ୍ରିକାର ଲୁଙ୍ଗି ନିଗିଡି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଛନ୍ତି । ୱେନ୍ ପାର୍ନେଲ ୩ଟି ୱିକେଟ ନେଇଥିବା ବେଳେ ଏନରିକ ନୋର୍କିଆ ଗୋଟିଏ ୱିକେଟ ନେଇଥିଲେ । ଲୁଙ୍ଗି ନିଗିଡି ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।