ଓଡିଶା

odisha

ETV Bharat / sports

T20 World Cup: ଦକ୍ଷିଣ ଆଫ୍ରିକାକୁ ୭ ଓଭରରେ ୬୪ ରନର ବିଜୟ ଲକ୍ଷ୍ୟ

ସୁପର ୧୨ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଛନ୍ତି ଜିମ୍ବାୱେ ବନାମ ଦକ୍ଷିଣ ଆଫ୍ରିକା । ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୯ ଓଭରରେ ୫ ୱିକେଟ ହରାଇ 79 ରନ କରିଛି । ଅଧିକ ପଢନ୍ତୁ

By

Published : Oct 24, 2022, 5:38 PM IST

Updated : Oct 24, 2022, 6:22 PM IST

T20 World Cup : ଦକ୍ଷିଣ ଆଫ୍ରିକାକୁ ୭ ଓଭରରେ ୬୪ ରନର ବିଜୟ ଲକ୍ଷ୍ୟ
T20 World Cup : ଦକ୍ଷିଣ ଆଫ୍ରିକାକୁ ୭ ଓଭରରେ ୬୪ ରନର ବିଜୟ ଲକ୍ଷ୍ୟ

ହବର୍ଟ: ଫଟାଫଟ କ୍ରିକେଟ ମହାସମରରେ ଜାରି ରହିଛି ଅସଲ ଲଢେଇ । ସୁପର ୧୨ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଛନ୍ତି ଜିମ୍ବାୱେ ବନାମ ଦକ୍ଷିଣ ଆଫ୍ରିକା । ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୯ ଓଭରରେ ୫ ୱିକେଟ ହରାଇ 79 ରନ କରିଛି । ଅଷ୍ଟ୍ରେଲିଆର ହବର୍ଟରେ ଖେଳାଯାଉଥିବା ଏହି ମ୍ୟାଚ ବର୍ଷା କାରଣରୁ ନିର୍ଦ୍ଧାରତ ୨୦ ଓଭର ପରିବର୍ତ୍ତେ ୯ ଓଭରରେ ଖେଳାଯାଉଛି । ଉଭୟ ଦଳ ୯ ଓଭର ଲେଖାଏଁ ଖେଳିବେ । ଜଣକା ୨ ଓଭର ବୋଲିଂ କରିବେ ।

ଡିଏଲ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକାକୁ ୭ ଓଭରରେ ୬୪ ରନର ବିଜୟ ଲକ୍ଷ୍ୟ ଦିଆଯାଇଛି । ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୱେସଲି ମାଧେବେର ୧୮ ବଲରୁ ସର୍ବବାଧିକ ୩୫ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି । ସେହିପରି ମିଲଟନ ଶୁମ୍ବା ୧୮ ରନ, ରେଗିସ ଚକାଭା ୮ ରନ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଲୁଙ୍ଗି ନିଗିଡି ୨ ଟି ୱିକେଟ ନେଇଥିଲେ । ଏନରିକ ନୋର୍କିଆ ଓ ୱାନି ପେର୍ନେଲ ଗୋଟିଏ ୱିକେଟ ନେଇଛନ୍ତି । ବର୍ଷା କାରଣରୁ ମ୍ୟାଚ ନିର୍ଦ୍ଧାରିତ ସମୟରେ ଆରମ୍ଭ ନ ହୋଇ ବିଳମ୍ବରେ ଆରମ୍ଭ ହୋଇଛି ।

Last Updated : Oct 24, 2022, 6:22 PM IST

ABOUT THE AUTHOR

...view details