ଓଡିଶା

odisha

ETV Bharat / sports

ଭାରତରେ ଟି20 ବିଶ୍ବକପ ଆୟୋଜନ ଆଶା କ୍ଷୀଣ, BCCIର ବିକଳ୍ପ ୟୁଏଇ-ଓମାନ - ବିସିସିଆଇର ବିକଳ୍ପ

ଫଟାଫଟ କ୍ରିକେଟର ବିଶ୍ବକପ ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଖେଳାଯିବା ନେଇ ସୂଚୀ ରହିଛି । ଅଧିକ ପଢନ୍ତୁ...

T20 World Cup set to be moved out of India, ICC intimated internally
ଭାରତରେ ଟି20 ବିଶ୍ବକପ ଆୟୋଜନ ଆଶା କ୍ଷୀଣ, BCCIର ବିକଳ୍ପ ୟୁଏଇ-ଓମାନ

By

Published : Jun 5, 2021, 9:16 PM IST

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟର ବିଶ୍ବକପ ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଖେଳାଯିବା ନେଇ ସୂଚୀ ରହିଛି । ମାତ୍ର ଭାରତରେ ଥିବା କୋଭିଡ-19ର ସଙ୍ଗୀନ ସ୍ଥିତି ଯୋଗୁଁ, ଏହି ମେଗା ଆଇସିସି ଇଭେଣ୍ଟକୁ ବିସିସିଆଇ ଭାରତରେ ଆୟୋଜନ କରିବା ସମ୍ଭାବନା କମ୍‌ ‌। ଫଳରେ ୟୁଏଇ ଓ ଓମାନକୁ ସ୍ଥାନାନ୍ତର ହୋଇପାରେ ବିଶ୍ବକପ । ଏନେଇ କୌଣସି ଔପଚାରିକ ଘୋଷଣା ହୋଇନଥିଲେ ମଧ୍ୟ ଆଇସିସି ସୂତ୍ରରୁ ମିଳିଥିବା ସୂଚନା ମିଳିଛି ।

ପ୍ରଥମ ବିକଳ୍ପ ଭାବେ ୟୁଏଇ ରହିଥିବାବେଳେ ଓମାନ ରାଜଧାନୀ ମସକଟ ଆବୁଧାବି, ଦୁବାଇ ଓ ଶାରଜାହ ପରେ ଚତୁର୍ଥ ଭେନ୍ୟୁ ଭାବେ ଦୌଡରେ ରହିଛି । ଅକ୍ଟୋବର ଶେଷ ସପ୍ତାହରୁ ଏହି ହାଇଭେଲଟେଜ ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ସୂଚୀ ରହିଛି ।

ଆଇସିସି ବୋର୍ଡ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ବିସିସିଆଇ 4 ସପ୍ତାହ ସମୟ ମାଗିଛି । ତେବେ ବୋର୍ଡ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଭାରତ ଟୁର୍ଣ୍ଣାମେଣ୍ଟ ଆୟୋଜକ ଦେଶ ମାନ୍ୟତା ବଜାୟ ରଖିବ ଓ ୟୁଏଇ ଓ ଓମାନକୁ ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details