ମସକଟ୍(ଓମାନ): ଚଳିତ ICC ପୁରୁଷ ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି ବାଂଲାଦେଶ । ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ରେ ପପୁଆ ନ୍ୟୁ ଗିନିକୁ ୮୪ ରନ୍ର ବଡ ବ୍ୟବଧାନରେ ହରାଇ ସୁପର ୧୨ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛି ବାଂଲାଦେଶ ।
୧୮୨ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା PNG ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପ୍ରଥମ ୬ ଓଭର ମଧ୍ୟରେ ୪ଟି ୱିକେଟ ହରାଇଥିଲା ଓ ଟିମର ସ୍କୋର ୧୭/୪ ରହିଥିଲା । ଏପରି ଦୟନୀୟ ପ୍ରଦର୍ଶନକୁ ଅନ୍ୟ କୌଣସି ଖେଳାଳି ଭରଣା କରିପାରିନଥିଲେ । ଫଳରେ ୧୯.୩ ଓଭରରେ ୯୭ ରନ୍ରେ ବାଂଲାଦେଶ ସାମ୍ନାରେ ସମସ୍ତ ୱିକେଟ ହରାଇ ଆତ୍ମସମର୍ପଣ କରିଥିଲା ପପୁଆ ନ୍ୟୁ ଗିନିଆ । ଫଳରେ ୮୪ ରନ୍ର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା ବାଂଲାଦେଶ ।