ଓଡିଶା

odisha

ETV Bharat / sports

T20 World Cup: ଅଷ୍ଟ୍ରେଲିଆକୁ ୨୦୧ ରନର ଟାର୍ଗେଟ, ଡିଭନ କନୱେଙ୍କ ବିସ୍ଫୋରକ ଅର୍ଦ୍ଧଶତକ - ଟି୨୦ ବିଶ୍ବକପ ୨୦୨୨

ଆଜିଠୁ ଆରମ୍ଭ ହୋଇଯାଇଛି ଟି୨୦ ବିଶ୍ବକପ ୨୦୨୨ର ଅସଲ ଲଢେଇ । ସୁପର ୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୦୧ ରନର ଟାର୍ଗେଟ ଦେଇଛି ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ

T20 World Cup : ଅଷ୍ଟ୍ରେଲିଆକୁ ୨୦୧ ରନର ଟାର୍ଗେଟ, ଡିଭନ କନୱେଙ୍କ ବିସ୍ଫୋରକ ଅର୍ଦ୍ଧଶତକ
T20 World Cup : ଅଷ୍ଟ୍ରେଲିଆକୁ ୨୦୧ ରନର ଟାର୍ଗେଟ, ଡିଭନ କନୱେଙ୍କ ବିସ୍ଫୋରକ ଅର୍ଦ୍ଧଶତକ

By

Published : Oct 22, 2022, 3:35 PM IST

ସିଡନୀ: ଆଜିଠୁ ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ବକପ ୨୦୨୨ର ଅସଲ ଲଢେଇ । ସୁପର ୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଆୟୋଜକ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଅଷ୍ଟ୍ରେଲିଆକୁ ୨୦୧ ରନର ଟାର୍ଗେଟ ଦେଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୦୦ ରନ କରିଛି । ସେପଟେ ସୁପର ୧୨ର ପ୍ରଥମ ମ୍ୟାଚରେ ଡିଭନ କନୱେଙ୍କ ବ୍ୟାଟରୁର ୯୨ ରନର ଧୂଆଁଧାର ଇନିଂସ ଦେଖିବାକୁ ମିଳିଛି ।

ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ଏବଂ ରନର୍ସଅପ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ହାଇପ୍ରୋଫାଇଲ ମ୍ୟାଚ ଖେଳାଯାଉଛି । ସୁପର ୧୨ର ପ୍ରଥମ ମ୍ୟାଚରେ କିୱି ଦଳ ଜବରଦସ୍ତ ପାଳି ଆରମ୍ଭ କରିଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲା ବ୍ଲାକ୍ କ୍ୟାପସ୍ ଟିମ୍ । ଆରମ୍ଭରୁ ହିଁ ଓପନିଂ ଯୋଡି ଆକ୍ରମଣାତ୍ମକ ବ୍ୟାଟଂ ଆରମ୍ଭ କରିଦେଇଥିଲେ । ଡିଭନ କନୱେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜଲାଣ୍ଡ ୨୦୦ ରନ କରିବାରେ ସକ୍ଷମ ହୋଇପାରିଛି । ସେ ୫୮ ବଲରୁ ୭ ଟି ଚୌକା ଏବଂ ୨ ଟି ଛକା ସହିତ ୯୨ ରନର ଜବରଦସ୍ତ ଇନିଂସ ଖେଳି ଶତକରୁ ବଞ୍ଚିତ ହୋଇଛନ୍ତି । ସେହିପରି ଫିନ ଏଲେନ ୧୬ ବଲରୁ ୫ ଟି ଚୌକା ଏବଂ ୩ ଟି ଛକା ସହିତ ୪୨ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ସେହିପରି ଅଧିନାୟକ କେନ୍ ୱିଲିୟମସନ ୨୩ ରନ ଏବଂ ଗ୍ଲେନ ଫିଲିପ୍ସ ୧୨ ରନର ଇନିଂସ ଖେଳିଥିଲେ । ଜେମ୍ସ ନିଶାମ ୧୩ ବଲରୁ ୨୬ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେପଟେ ଅଷ୍ଟ୍ରେଲିଆର ଜୋଶ ହେଜଲଉଡ ୨ ୱିକେଟ ନେଇଥିବା ବେଳେ ଆଡାମ ଜମ୍ପା ଗୋଟିଏ ୱିକେଟ ନେଇଥିଲେ ।

ABOUT THE AUTHOR

...view details