ଓଡିଶା

odisha

ETV Bharat / sports

T20 world Cup: ପ୍ରଥମ ଟିମ ଭାବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ - ନ୍ୟୁଜିଲାଣ୍ଡ ବନାମ ଆୟର୍ଲାଣ୍ଡ

ଟି-ଟ୍ବେଣ୍ଟି ବିଶ୍ବକପରେ ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ମୁକାବିଲାରେ ବାଜି ମାରି ନେଇଛି ନ୍ୟୁଜିଲାଣ୍ଡ । 35 ରନରେ ଆୟର୍ଲାଣ୍ଡକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ

new zealand reach semi final
T20 world Cup: ଆୟର୍ଲାଣ୍ଡକୁ ହରାଇ ପ୍ରଥମ ଟିମ ଭାବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ

By

Published : Nov 4, 2022, 2:12 PM IST

Updated : Nov 4, 2022, 2:19 PM IST

ଆଡିଲେଡ: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ପ୍ରଥମ ଟିମ ଭାବେ ସେମିଫାଇନାଲରେ ପ୍ରବେଶ କରିଛି କେନ୍‌ ୱିଲିୟମସନଙ୍କ ନେତୃତ୍ବାଧୀନ ନ୍ୟୁଜିଲାଣ୍ଡ ଟିମ । ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚେରେ ଆୟର୍ଲାଣ୍ଡକୁ 35 ରନ୍‌ରେ ହରାଇଛି କିୱି ଟିମ । ଫଳରେ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ବିଜୟ ସହ ସେମି ଟିକେଟ ହାତେଇଛି ନ୍ୟୁଜିଲାଣ୍ଡ । ଆୟର୍ଲାଣ୍ଡକୁ ହରାଇବା ପରେ ନ୍ୟୁଜିଲାଣ୍ଡକୁ 7 ପଏଣ୍ଟ ମିଳିଛି । ଦଳର ରନରେଟ ବହୁତ ଭଲ ରହିଛି ।

ଏବେ ବି ଗ୍ରୁପ ଏରୁ ଦୁଇଟି ମ୍ୟାଚ ବାକି ରହିଛି । ଏହାପରେ ଗ୍ରୁପ 1ରୁ ଦ୍ବିତୀୟ ସେମିଫାଇନାଲ ଖେଳିବାକୁ ଯାଉଥିବା ଟିମ ସ୍ପଷ୍ଟ ହୋଇଯିବ । ଏହାସହିତ ନିଜ ଗ୍ରୁପରେ ଦଳ ଶୀର୍ଷ ସ୍ଥାନରେ ରହିଛି । ବର୍ତ୍ତମାନ ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡ ସହ ଦଳର ଟକ୍କର ହୋଇପାରେ । ଯଦି ଏହି ଦୁଇ ଦଳ ଭଲ ପ୍ରଦର୍ଶନ କରି ଜିତନ୍ତି ତେବେ ନ୍ୟୁଜିଲାଣ୍ଡ ବିଦା ହୋଇପାରେ । ମାତ୍ର ଏହାର ସମ୍ଭାବନା ବହୁତ କମ ରହିଛି ।

ଆୟର୍ଲାଣ୍ଡ ଟସ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି 6 ୱିକେଟ ହରାଇ 185 ରନ କରିଥିଲା । ଦଳ ପକ୍ଷରୁ ଫିନ ଆଲେନ 32 ଓ ଡେଭନ କାନଭେ 28 ରନ କରି ଏକ ଦମଦାର ଆରମ୍ଭ କରିଥିଲେ । ଏହାପରେ ଅଧିନାୟକ କେନ ୱିଲିୟମସନ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସି 35 ବଲରେ 61ରନର ଦମଦାର ପାଳି ଖେଳିଥିଲେ । ମଧ୍ୟ ଭାଗରେ ମିଚେଲ 21 ବଲରେ 31 ରନ କରିଥିଲେ ।

ଏହି କ୍ରମରେ ନ୍ୟୁଜିଲାଣ୍ଡ 6 ୱିକେଟ ହରାଇ 185 ରନ କରିଥିଲା । ଆୟର୍ଲାଣ୍ଡରୁ 186ରନର ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡ । ଆୟର୍ଲାଣ୍ଡ ପକ୍ଷରୁ ଦ୍ରୁତ ବୋଲର ଜୋଶ ଲିଟଲ ଦମଦାର ପ୍ରଦର୍ଶନ କରିଥିଲେ । ବିଶ୍ବକପରେ ସେ ଦ୍ବିତୀୟ ହ୍ରାଟ୍ରିକ ନେଇଛନ୍ତି । କେନ ୱିଲିୟମସନ, ଜିମି ନିଶାମ ଏବଂ ମିଚେଲଙ୍କୁ ଶିକାର କରିଥିଲେ । 4 ଓଭରରେ 22 ରନ ଦେଇ 3 ୱିକେଟ ନେଇଛନ୍ତି ଜୋଶ ଲିଟଲ ।

ଏହା ବି ପଢନ୍ତୁ...ଭାରତକୁ ଜିମ୍ବାୱେ ହରାଇଲେ, ଏହି କ୍ରିକେଟରଙ୍କୁ ବିବାହ କରିବେ ପାକ ଅଭିନେତ୍ରୀ

35 ରନରେ ହାରିଲା ଆୟର୍ଲାଣ୍ଡ

186 ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଆୟର୍ଲାଣ୍ଡ । ଆରମ୍ଭରୁ ଦଳର ପ୍ରଦର୍ଶନ ଭଲ ଥିଲା । ଧୀରେ ଧୀରେ ଦଳରେ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ପାଲ ଷ୍ଟାଲିନ 27 ବଲରେ 37 ରନ କରିଥିଲେ । ଅନ୍ୟତମ ଓପନର ତଥା ଅଧିନାୟକ ଆଣ୍ଡ୍ରୁ ବାଳବିରନୀ 25 ବଲରେ 30 ରନ କରିଥିଲେ । ଏ ଦୁହିଁଙ୍କ ଛଡା ଅନ୍ୟ କେହି ବ୍ୟାଟର ବେଶି ସମୟ ତିଷ୍ଠି ପାରି ନଥିଲେ । ନିର୍ଦ୍ଧାରିତ ଓଭରରେ ଦଳ 9 ୱିକେଟ ହରାଇ 150ରନ କରିବାକୁ ସକ୍ଷମ ହୋଇଥିଲା । 35 ରନରେ ଦଳ ପରାସ୍ତ ହୋଇଛି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ ସର୍ବାଧିକ 3ଟି ୱିକେଟ ନେଇଛନ୍ତି ।

Last Updated : Nov 4, 2022, 2:19 PM IST

ABOUT THE AUTHOR

...view details