ସିଡନୀ: ଆରମ୍ଭ ହୋଇଛି ଟି20 ବିଶ୍ବକପ ସେମିଫାଇନାଲ ପ୍ରଥମ ସେମି ଫାଇନାଲ ମୁକାବିଲା। ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଟସ୍ ଜିତିଛି ନ୍ୟୁଜିଲାଣ୍ଡ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ କେନ୍ ୱିଲିୟମସନ । ପ୍ରଥମେ ବୋଲିଂ କରିବ ପାକିସ୍ତାନ ।
ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ ନ କରି ଗ୍ରାଉଣ୍ଡକୁ ଓହ୍ଲାଇଛି । ବିଜେତା ଟିମ୍କୁ ଫାଇନାଲ ମ୍ୟାଚ୍ ପାଇଁ ଟିକେଟ ମିଳିବ । ଏନେଇ ଦୁଇଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପରସ୍ପରକୁ ମାତ୍ ଦେବାକୁ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି । କିଏ ମାରିବ ବାଜି ତାକୁ ଅପେକ୍ଷା । ଉଭୟ ଦଳ ନିକଟରେ ମ୍ୟାଚ ଜିତିବା ଦକ୍ଷତା ରହିଛି । ପୂର୍ବ ରେକର୍ଡକୁ ଦେଖିଲେ ଆଜିର ମୁକାବିଲା ପାକିସ୍ତାନ ସପକ୍ଷରେ ଯାଉଛି । ରେକର୍ଡ ଅନୁସାରେ ପାକିସ୍ତାନ ପଲ୍ଲା ଭାରି ରହିଛି । ବିଶ୍ୱକପରେ ଉଭୟ ଦଳ 3 ଥର ମୁହାମୁହିଁ ହୋଇଛନ୍ତି । ନ୍ୟୁଜିଲାଣ୍ଡ ଥରେ ବି ଜିତିନାହିଁ । ସେପଟେ ପାକିସ୍ତାନ ନାଟକୀୟ ଢଙ୍ଗରେ ସେମିରେ ପ୍ରବେଶ କରିଛି । ନ୍ୟୁଜିଲାଣ୍ଡ ନିଜର ଗ୍ରୁପ ମ୍ୟାଚଗୁଡିକରେ ଏକପାଖିଆ ବିଜୟ ହାସଲ କରିଛି ।
ଗ୍ରୁପ ବି'ରେ ଥିବା ପାକିସ୍ତାନ ଭାରତ ଓ ଜିମ୍ବାୱେଠୁ ହାରିଲେ ମଧ୍ୟ ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡସ ଓ ବାଂଲାଦେଶଠୁ ବିଜୟ ହାସଲ କରି ସେମିରେ ପ୍ରବେଶ କରିଛି । ବିଶ୍ୱକପ ସେମି ଫାଇନାଲରେ ଦୁଇଦଳ ପୂର୍ବରୁ ସାମ୍ନାସାମ୍ନି ହୋଇଛନ୍ତି । 1992ରେ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ବିଶ୍ୱକପ ସେମିରେ ପାକିସ୍ତାନ ବିଜୟୀ ହୋଇଥିଲା । ପାକିସ୍ତାନ ବିପକ୍ଷରେ ଦିନିକିଆ ବିଶ୍ୱକପରେ ନ୍ୟୁଜିଲାଣ୍ଡ 1992, 1999 ଓ 2007 ଟି-20ରେ ପରାଜିତ ହୋଇଥିଲା । ଆଜିର ମୁକାବିଲାରେ ପରଜାୟ ଧାରାରେ ବ୍ରେକ ଦେବାକୁ ଲକ୍ଷ୍ୟ ରଖିଛି କିୱି ଟିମ୍ ।