ଓଡିଶା

odisha

ETV Bharat / sports

T20 ବିଶ୍ବକପରେ ଲଗାତାର ୨ ବର୍ଷ ହ୍ୟାଟ୍ରିକ୍ ନେବାରେ ଆୟରଲାଣ୍ଡର ରେକର୍ଡ

ହ୍ୟାଟ୍ରିକ୍ ନେବାରେ ଆୟରଲାଣ୍ଡର ରେକର୍ଡ । T20 ବିଶ୍ବକପରେ ଲଗାତାର ଦୁଇ ବର୍ଷ ହ୍ୟାଟ୍ରିକ ୱିକେଟ ନେବାରେ ରେକର୍ଡ କରିଛି ଦୁର୍ବଳ ଆୟରଲାଣ୍ଡ । ଅଧିକ ପଢନ୍ତୁ

ଟି୨୦ ବିଶ୍ବକପରେ ଲଗାତାର ୨ ବର୍ଷ ହ୍ୟାଟ୍ରିକ୍ ନେବାରେ ଆୟରଲାଣ୍ଡର ରେକର୍ଡ
ଟି୨୦ ବିଶ୍ବକପରେ ଲଗାତାର ୨ ବର୍ଷ ହ୍ୟାଟ୍ରିକ୍ ନେବାରେ ଆୟରଲାଣ୍ଡର ରେକର୍ଡ

By

Published : Nov 4, 2022, 5:26 PM IST

ହାଇଦ୍ରାବାଦ: ହ୍ୟାଟ୍ରିକ୍ ନେବାରେ ଆୟରଲାଣ୍ଡର ରେକର୍ଡ । ଆଜି ସୁପର ୧୨ ପର୍ଯ୍ୟାୟରେ ନ୍ୟଜିଲାଣ୍ଡ ଆୟରଲାଣ୍ଡକୁ ପରାସ୍ତ କରି ପ୍ରଥମ ଦଳ ଭାବରେ ସେମିରେ ପ୍ରବେଶ କରିଛି । ଏହି ମ୍ୟାଚରେ ଆୟରଲାଣ୍ଡର ଜୋସ ଲିଟିଲ ହ୍ୟାଟ୍ରିକ୍ ୱିକେଟ ନେଇଛନ୍ତି । ତାଙ୍କର ଏହି ହ୍ୟାଟ୍ରିକ ପରେ ସେ ରେକର୍ଡ ବୁକରେ ନିଜ ସ୍ଥାନ ଜାହିର କରିଛନ୍ତି । ଜୋଶ ଲିଟିଲ T20 ବିଶ୍ବକପ ଇତିହାସଲରେ ହ୍ୟାଟ୍ରିକ ୱିକେଟ ନେବାର ହେଉଛନ୍ତି ଷଷ୍ଠ ବୋଲର । ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବୋଲର ବ୍ରେଟ ଲି ପୁରୁଷ T20 ବିଶ୍ବକପରେ ପ୍ରଥମ ହ୍ୟାଟ୍ରିକ ୱିକେଟ ନେଇଥିଲେ ।

T20 ବିଶ୍ବକପରେ ଲଗାତାର ଦୁଇ ବର୍ଷ ହ୍ୟାଟ୍ରିକ ୱିକେଟ ନେବାରେ ରେକର୍ଡ କରିଛି ଦୁର୍ବଳ ଆୟରଲାଣ୍ଡ । ୨୦୨୧ T20 ବିଶ୍ବକପରେ ଆୟରଲାଣ୍ଡର କର୍ଟିସ କେମ୍ପର ଲଗାତାର 4 ଟି ବଲରେ ଚାରୋଟି ୱିକେଟ ନେଇଥିଲେ । ସେ ନେଦରଲାଣ୍ଡ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିଥିଲେ । ଏହା ପରେ ଚଳିତ T20 ବିଶ୍ବକପରେ ଆଜି ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଆୟରଲାଣ୍ଡ ହ୍ୟାଟ୍ରିକ ୱିକେଟ ନେଇଛି । ଜୋସ ଲିଟିଲ ନ୍ୟୁଜିଲାଣ୍ଡ ବିପକ୍ଷରେ ବୋଲିଂ ଏହି ହ୍ୟାଟ୍ରିକ୍ ୱିକେଟ ଅକ୍ତିଆର କରିଛନ୍ତି ।

T20 ବିଶ୍ବକପ ଇତିହାସରେ ଏପର୍ଯ୍ୟନ୍ତ ୬ ଜଣ ହ୍ୟାଟ୍ରିକ ୱିକେଟ ନେଇଛନ୍ତି । T20 ବିଶ୍ବକପର ପ୍ରଥମ ସଂସ୍କରଣ ବର୍ଷ ୨୦୦୭ରେ ଅଷ୍ଟ୍ରେଲିଆର ଭେଟେରାନ ଫାଷ୍ଟ ବୋଲର ବ୍ରେଟ ଲି ବାଂଲାଦେଶ ବିପକ୍ଷରେ ପ୍ରଥମ ହ୍ୟାଟ୍ରିକ ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଥିଲା । ଏହା ପରେ ବର୍ଷ ୨୦୨୧ ବିଶ୍ବକପରେ ଆୟରଲାଣ୍ଡର କର୍ଟିସ କେମ୍ପର ନେଦରଲାଣ୍ଡ ବିପକ୍ଷରେ ଲଗାତାର ଚାରୋଟି ବଲରେ ଚାରୋଟି ୱିକେଟ ନେଇଥିଲେ । କର୍ଟିସ କେମ୍ପରଙ୍କର ଏହି ଦମଦାର ବୋଲିଂ ପ୍ରଦର୍ଶନ ବଳରେ ଆୟରଲାଣ୍ଡ ନେଦରଲାଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଥିଲା ।

ସେହିପରି ବର୍ଷ ୨୦୨୧ ବିଶ୍ବକପରେ ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହସରଙ୍ଗା ଦକ୍ଷିଣ ଆଫ୍ରିକା ବିପକ୍ଷରେ ହ୍ୟାଟ୍ରିକ୍ ୱିକେଟ ନେଇଥିଲେ । ହେଲେ ଏହି ମ୍ୟାଚରେ ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା । ବର୍ଷ ୨୦୨୧ରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ଇଂଲଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରଥିଲା ।

ସେହିପରି ଚଳିତ T20 ବିଶ୍ବକପରେ UAEର କାର୍ତ୍ତିକ ମିୟାପନ ଶ୍ରୀଲଙ୍କା ବିପକ୍ଷରେ ହ୍ୟାଟ୍ରିକ୍ ୱିକେଟ ନେଇଥିଲେ । ଏହି ମ୍ୟାଚରେ ଶ୍ରୀଲଙ୍କା UAEକୁ ପରାସ୍ତ କରିବାରେ ସଫଳ ହୋଇଥିଲା । ସେହିପରି ଆୟରଲାଣ୍ଡର ଜୋଶ ଲିଟିଲ ନ୍ୟଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ୱିକେଟ ଅକ୍ତିଆର କରିଥିଲେ । ହେଲେ ଏହି ମ୍ୟାଚରେ ଆୟରଲାଣ୍ଡ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି ।

ABOUT THE AUTHOR

...view details