ମୁମ୍ବାଇ: UAE ଓ ଓମାନରେ ଖେଳାଯାଉଥିବା ଚଳିତ ICC ପୁରୁଷ ଟି-୨୦ ବିଶ୍ବକପର ଅନ୍ୟତମ ପ୍ରମୁଖ ଦାବିଦାର ଭାରତ । ଏହା କହିଛନ୍ତି, ପୂର୍ବତନ ପାକିସ୍ତାନ କ୍ୟାପଟେନ୍ ଇଞ୍ଜାମାମ୍-ଉଲ୍-ହକ୍ । ଇଞ୍ଜାମାମଙ୍କ ଅନୁଯାୟୀ, ବିରାଟ କୋହଲିଙ୍କ ନେତୃତାଧୀନ ଟିମ ଇଣ୍ଡିଆ ନିକଟରେ ଟ୍ରଫି ଜିତିବାର ବଡ ସୁଯୋଗ ରହିଛି । ଗଲ୍ଫ ଦେଶ ଗୁଡିକ ପ୍ରାୟତଃ ଉପମହାଦେଶ ପରି ହୋଇଥିବାରୁ ମେଗା ଟି-୨୦ ବିଶ୍ବକପ ଇଭେଣ୍ଟରେ ଭାରତ ସବୁଠୁ ବିପଦଜନକ ଟିମ ବୋଲି କହିଛନ୍ତି ଇଞ୍ଜାମାମ୍ ।
ନିଜ ୟୁଟୁବ୍ ଚ୍ୟାନେଲ୍ରେ ଇଞ୍ଜାମାମ କହଛନ୍ତି, "କୌଣସି ଟୁର୍ଣ୍ଣାମେଣ୍ଟରେ କୌଣସି ଏକ ନିର୍ଦ୍ଦିଷ୍ଟ ଟିମକୁ ବିଜେତା କୁହାଯାଇନପରେ, ମାତ୍ର କେତେ ପରିମାଣର ବିଜୟ ସୁଯୋଗ ରହିଛି କୁହାଯାଇପାରେ । ମୋ ମତରେ ଏହି ଟୁର୍ଣ୍ଣାମେଣ୍ଟ ବିଜୟ ପାଇଁ ଅନ୍ୟଟିମ ମାନଙ୍କ ଠାରୁ ଭାରତର ଅଧିକ ସୁଯୋଗ ରହିଛି, ବିଶେଷ କରି ଏପରି ପରିବେଶରେ । ଭାରତୀୟ ଟିମରେ ଅଭିଜ୍ଞ ଟି-୨୦ ଖେଳାଳି ମଧ୍ୟ ରହିଛନ୍ତି ।"
ଇଞ୍ଜାମାମ ଆହୁରି କହିଛନ୍ତି, UAE ପରିବେଶରେ ଖେଳିବାର ଅନେକ ଅଭିଜ୍ଞତା ଭାରତୀୟ ବ୍ୟାଟର ଓ ବୋଲରଙ୍କ ପାଖରେ ରହିଛି । ନିକଟରେ UAEରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ଟୁର୍ଣ୍ଣାମେଣ୍ଟରେ ଅଧିକାଂଶ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିଲେ ।