ଓଡିଶା

odisha

By

Published : Oct 30, 2022, 4:16 PM IST

Updated : Oct 30, 2022, 4:37 PM IST

ETV Bharat / sports

T20 World Cup : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା

ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । T20 ବିଶ୍ବକପ ସୁପର ୧୨ ପର୍ଯ୍ୟାୟରେ ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ ଖେଳାଯାଉଛି । ଭାରତ ଟସ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ

T20 World Cup : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା
T20 World Cup : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା

ପର୍ଥ: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । T20 ବିଶ୍ବକପ ସୁପର ୧୨ ପର୍ଯ୍ୟାୟରେ ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ ଖେଳାଯାଉଛି । ଭାରତ ଟସ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା ।

ଆଜିର ମ୍ୟାଚରେ ଭାରତୀୟ ଦଳର ଗୋଟିଏ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ବଦଳରେ ଦୀପକ ହୁଡାକୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ତେବେ ଆଜିର ମ୍ୟାଚ ଜିତି ଭାରତ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ । ଗ୍ରୁପ ୨ ପଏଣ୍ଟ ଟେବୁଲର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲଟେଜ ମୁକାବିଲା ନେଇ ଆଶା କରାଯାଉଛି । ପାକିସ୍ତାନ ଓ ନେଦରଲାଣ୍ଡସକୁ ହରାଇବା ପରେ ଟିମ୍ ଇଣ୍ଡିଆ ପାଇଁ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ବହୁତ ଗୁରୁତ୍ବ ବହନ କରୁଛି । କାରଣ ଅପରାଜେୟ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲ ପାଇଁ ଆଗୁଆ ଟିକେଟ୍ ହାତେଇବାକୁ ଚେଷ୍ଟା କରିବ ।

ଭାରତ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ ଖେଳି ୪ ପଏଣ୍ଟ ହାତେଇ ଗ୍ରୁପ ୨ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଯଦି ଆଜି ଭାରତ ମ୍ୟାଚ ବିଜୟୀ ହେଉଛି ତେବେ ଟିମ୍ ଇଣ୍ଡିଆ ୬ ପଏଣ୍ଟ ହାସଲ କରିବା ସହିତ ସେମିରେ ସ୍ଥାନ ପକ୍କା କରିବ । ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ ଜିତିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିବ । ପୂର୍ବ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବାଂଲାଦେଶ ବିପକ୍ଷରେ ରିଲେ ରୁସୋଙ୍କ ଦମଦାର ଶତକ ବଳରେ ୨୦୫ ରନର ବିଶାଳ ସ୍କୋର କରିଥିଲା । ସେପଟେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଓ ବୋଲିଂ ବିଭାଗ ମଜଭୁତ ରହିଛି । ଦଳରେ କାଗିସ ରାବଡା, ଏନରିଚ ନୋର୍କିଆଙ୍କ ଭଳି ପେସ୍ ବୋଲର ରହିଛନ୍ତି । ସ୍ପିନରଙ୍କ ଅପେକ୍ଷା ପେସରମାନଙ୍କୁ ପର୍ଥ ଷ୍ଟାଡିୟମ ଅଧିକ ସୁହାଇଥିବା ରେକର୍ଡ ରହିଛି ।

ଚୂଡାନ୍ତ ଏକାଦଶ ଭାରତ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ବୀନ, ଭୁବନେଶ୍ବର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂହ ।

ଚୂଡାନ୍ତ ଏକାଦଶ ଦକ୍ଷିଣ ଆଫ୍ରିକା

କ୍ବିଣ୍ଟନ ଡି କକ୍, ତେମ୍ବା ବାଭୁମା(ଅଧିନାୟକ), ରିଲେ ରୁସୋ, ଏଡେନ ମାକ୍ରମ, ଡେଭିଡ ମିଲର, ତ୍ରିସ୍ତାନ ଷ୍ଟୁବାସ, ୱାନେ ପାର୍ଲେ, କେଶବ ମହାରାଜା, କାଗିସୋ ରାବଡା, ଲୁଙ୍ଗି ନିଗିଡି, ଏନରିକ୍‌ ନୋର୍କିଆ ।

Last Updated : Oct 30, 2022, 4:37 PM IST

ABOUT THE AUTHOR

...view details